ଜାଣନ୍ତୁ ଟି-୨୦ ବିଶ୍ବକପରେ କେବେ ପାକିସ୍ତାନକୁ ଭେଟିବ ଭାରତ

1 min read

ନୂଆଦିଲ୍ଲୀ: ୨୦୨୪ରେ ଖେଳାଯିବାକୁ ଯାଉଛି ଟି-୨୦ ବିଶ୍ବକପ । ଭାରତ ଦିନିକିଆ ବିଶ୍ବକପରେ ପରାଜୟ ପରେ ଏବେ ଟି-୨୦ ବିଶ୍ବକପ ଜିତିବା ଲକ୍ଷ୍ୟରେ ରହିଛି । ନୂଆବର୍ଷରୁ ନୂଆ ମିଶନ ସହ ଭାରତ ଦୀର୍ଘଦିନ ପରେ ଆଇସିସି ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି । ତେବେ ଟି-୨୦ ବିଶ୍ବକପ ପାଇଁ ଖୁବଶୀଘ୍ର ସେଡ୍ୟୁଲ ପ୍ରକାଶ ପାଇବ । ତେବେ ଭାରତୀୟ ସିଡ୍ୟୁଲ ହିସାବରେ ଜୁନ୍ ୫ରେ ଆୟାରଲ୍ୟାଣ୍ଡ ସହ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିପାରେ । ଏହାପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଜୁନ ୯ ତାରିଖରେ ଖେଳିପାରେ ମେନ ଇନ୍ ବ୍ଲୁ । ୨୦୨୪ ବିଶ୍ବକପ ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍ ଆୟୋଜନ କରୁଛି । ଜୁନ ୪ ତାରିଖରୁ ୩୦ ଜୁନ୍ ପର୍ଯ୍ୟନ୍ତ ଓ୍ବେଷ୍ଟଇଣ୍ଡିଜ୍ ଏବଂ ୟୁଏଇରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ନକଆଉଟ ସହ ତିନିଟି ପର୍ଯ୍ୟାୟରେ ଖେଳାଯିବ । ୨୦ଟି ଟିମ ଭାଗ ନେଉଥିବାବେଳେ ୫ଟି ଲେଖାଏଁ ୪ଟି ଗୃପରେ ରହିବେ । ସପୁର-୮ ଷ୍ଟେଜରୁ ୨ଟି ଲେଖାଏଁ ଟିମ ସେମିଫାଇନାଲ ଖେଳିବେ । ପୂର୍ବ ଟି-୨୦ ବିଶ୍ବକପ ଅପେକ୍ଷା ଏଥରର ବିଶ୍ବକପ କିଛି ନିଆରା ରହିଛି । ପୂର୍ବଥର ୧୬ଟିମ ଭାଗ ନେଇଥିବାବେଳେ ଏଥରକ ୨୦ ଟିମ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ୧୨ଟି ଟିମ ସିଧା ଖେଳିବା ପାଇଁ ସୁଯୋଗ ପାଇଥିବାବେଳେ ଆଉ ୮ ଟିମ ଯୋଗ୍ୟତା ଅର୍ଜନ କରି ଖେଳୁଛନ୍ତି ।

ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ବାଲାଂଦେଶ, ଆଫଗାନିସ୍ତାନ, ଓ୍ବେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ନେଦରଲାଣ୍ଡ ଏବଂ ଆମେରିକା ଏହି ୧୨ଟି ଟିମ ସିଧା ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଆଉ ୮ଟିମ କ୍ବାଲିଫାଇ ମ୍ୟାଚ ଖେଳି ଯୋଗ୍ୟତା ଅର୍ଜନ କରିଛନ୍ତି ।  ଏହି ୮ଟି ଟିମ ହେଲା ଆୟାରଲାଣ୍ଡ, ସ୍କଟଲାଣ୍ଡ, ପାପୁଆ ନ୍ୟୁ ଗିନି, କାନାଡ଼ା, ନେପାଳ, ଓମାନ, ନାମିବ୍ୟା, ୟୁଗାଣ୍ଡା ।