ପୋଲିସ ଭୂମିକାରେ କେଉଁ କଳାକାର ଆପଣଙ୍କ ପସନ୍ଦ?

ମୁମ୍ବାଇ: ବଲିଉଡରେ ପୋଲିସ ବର୍ଦ୍ଦି । ପୋଲିସ ଭୂମିକାରେ ଅଜୟ ଦେବଗନଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର ନଜର ଆସିଛନ୍ତି । ତେବେ ରୋହିତ ସେଟ୍ଟୀଙ୍କ ସହ ରଣବୀର କପୁର ପୋଲିସ ବର୍ଦ୍ଦିରେ ନଜର ଆସିଛନ୍ତି । ଯେଉଁ ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପୋଲିସ ୟୁନିଫର୍ମରେ ବଡ଼ ବଡ଼ କଳାକାରମାନେ ନଜର ଆସିଥିବାବେଳେ ଫିଲ୍ମ ମଧ୍ୟ ହିଟ୍ ହୋଇଛି । ତେବେ ଆସନ୍ତୁ ଜାଣିବା ପୋଲିସ ଭୂମିକାରେ ନଜର ଆସିଥିବା କିଛି କଳାକାରଙ୍କ ସମ୍ପର୍କରେ..

ଅଜୟ ଦେବଗନ: ଅଜୟ ଦେବଗନ ଅନେକ ଫିଲ୍ମରେ ପୋଲିସ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ଅଭିନୀତ ଗଙ୍ଗାଜଲ, ସିଙ୍ଗମ’ ସୁପରହିଟ ହୋଇଥିବାବେଳେ ଦର୍ଶକଙ୍କ ମହଲରେ ଆଦୃତ ହୋଇଛି ।

ଅକ୍ଷୟ କୁମାର: ସୂର୍ଯ୍ୟବଂଶୀ ଏବଂ ରାଓଡି ରାଠୋରରେ ପୋଲିସ ଭୂମିକାରେ ନଜର ଆସିଥିବା ଅକ୍ଷୟ କୁମାର ଫିଲ୍ମ ହିଟ୍ ହୋଇଛି । କେବଳ ଏହି ଦୁଇ ଫିଲ୍ମ ନୁହେଁ ଏଭଳି ଅନେକ ଫିଲ୍ମରେ ମଧ୍ୟ ପୋଲିସ ରୋଲ ଭଲଭାବେ ନିଭାଇଛନ୍ତି ।

ରଣବୀର ସିଂ: ରଣବୀର ସିଂ ଜଣେ ଭଲ ଅଭିନେତା । ତାଙ୍କୁ ଲୁକକୁ ପୋଲିସ ଭୂମିକା ବେଶ ଭଲଭାବେ ମାନେ । ସାମ୍ବା ଭଳି ବହୁ ଫିଲ୍ମରେ ସେ ପୋଲିସ ଭୂମିକାରେ ନଜର ଆସିଛନ୍ତ ।

ସଲମାନ ଖାନ: ସଲମାନ ଖାନ ଦବଙ୍ଗରେ ପୋଲିସ ଭାବେ ନଜର ଆସିଥିଲେ । ଏହି ଭୂମିକାରେ ଅଭିନୟ କରିଥିବା ସୁପରଷ୍ଟାରଙ୍କୁ ବେଶ ପସନ୍ଦ କରିଥିଲେ ଦର୍ଶକେ ।