ପୁରୀ: କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ହବିଷ୍ୟାଳି ମାନେ ବିନା କୌଣସି ସମସ୍ୟାରେ କାର୍ତ୍ତିକ ବ୍ରତ କରନ୍ତୁ । ଆପଣମାନଙ୍କୁ ପ୍ରଭୂ ଜଗନ୍ନାଥଙ୍କ ଆଶିର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ଗୋଟିଏ ସ୍ଥାୟୀ ସହ ୪ଟି ଅସ୍ଥାୟୀ କେନ୍ଦ୍ର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଚଳିତବର୍ଷ ୩ ହଜାରରୁ ଅଧିକ ଅଭିଷ୍ୟାଳି ରେଜିଷ୍ଟ୍ରେସନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫, ଗଞ୍ଜାମ ଜିଲ୍ଲାରୁ ୩୮୫, ନୟାଗଡ ଜିଲ୍ଲାରେ ୩୧୧ ଜଣ ପଞ୍ଜିକରଣ କରିଛନ୍ତି । ତେବେ କାର୍ତ୍ତିକ ବ୍ରତ ପାଳିବା ପାଇଁ ଗତକାଲି ଠାରୁ ପୁରୀ ଆସି ନିଜ ନିଜ ଆଶ୍ରୟ ସ୍ଥଳରେ ରହିଛନ୍ତି ହଭିଷ୍ୟାଳୀ । ପ୍ରଥମ ଦିନରେ ସଙ୍କଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇ ଦାମୋରଦର ବ୍ରତ ପାଳିଛନ୍ତି । ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅଶ୍ବିନୀ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସମୀର ଦାସ ଏବଂ ଜିଲ୍ଲାପାଳ ସମର୍ଥ ଵର୍ମା ଉପସ୍ଥିତ ରହିଥିଲେ ।
ମନମୋହୁଛି ଶିକ୍ଷୟତ୍ରୀଙ୍କ ସୁନ୍ଦର କଳାକୃତି
ଜଗତସିଂହପୁର: ଶିକ୍ଷୟତ୍ରୀ ହେଲେ ମଧ୍ୟ ଛୋଟ ବେଳୁ ଚିତ୍ର ଆଙ୍କିବାର ଥିଲା ନିଶା । ସୁନ୍ଦର ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି ଜଗତସିଂହପୁରରସ୍ନିଗ୍ଧା ସ୍ୱୟଂ ପ୍ରଭା ଦାଶ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଓ ଅଦରକାରୀ ସାମଗ୍ରୀକୁ ସଂଗ୍ରହ କରି ସେ ତିଆରି କରୁଛନ୍ତି ସୁନ୍ଦର ଘରସଜା ଜିନିଷ । ବିଭିନ୍ନ ମହଲରୁ ମିଳୁଛି ପ୍ରଶଂସା ।
ସୁନ୍ଦର କଳାକୃତି ଅନନ୍ୟ ପ୍ରତିଭା । ଆକର୍ଷଣୀୟ ଚିତ୍ରକଳା କରି ଚର୍ଚ୍ଚାରେ ଜଗତସିଂହପୁର ଯଶୋବନ୍ତପୁରର ସ୍ନିଗ୍ଧା ସ୍ୱୟଂ ପ୍ରଭା ଦାଶ। ପିଲାଦିନୁ ଚିତ୍ର ଆଙ୍କିବା ପ୍ରତି ଥିଲା ସ୍ନିଗ୍ଧାଙ୍କ ଦୁର୍ବଳତା । ଆଜି ଉତ୍ସାହ ଏବଂ ଅଭ୍ୟାସ ବଳରେ ସେ ସୁନ୍ଦର ଚିତ୍ର କରିପାରୁଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ସହ ଗଣେଷଙ୍କର ଚିତ୍ର ବେଶ ମନୋରମ । ଆଖପାଖ ଅଞ୍ଚଳର ଲୋକେ ସ୍ନିଗ୍ଧାଙ୍କ ଏଭଳି ପ୍ରତିଭାକୁ ବେଶ ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ଡାଲି, ସୋରିଷ, ଜିରାରେ ମଧ୍ୟ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସ୍ନିଗ୍ଧା।
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ପାଇଁ ବଡ଼ ସମସ୍ୟା ହୋଇଥିବା ବେଳେ ସ୍ନିଗ୍ଧା ସେସବୁରୁ ମଧ୍ୟ ସୁନ୍ଦର ଘରସଜା ଜିନିଷ ତିଆରି କରିପାରୁଛନ୍ତି । ବଟଲ ଆର୍ଟ ସହ ଫୁଲଦାନି ଏବଂ ବିଭିନ୍ନ ଫଟୋ ଫ୍ରେମ । ଏମିତି ଭଳିକି ଭଳି ଚିତ୍ର । ତାଙ୍କ ଚିତ୍ରରୁ ପରିବେଶ ସଂରକ୍ଷଣ ଓ ସଚେତନତାର ବାର୍ତ୍ତା ମିଳୁଛି । ପରିବେଶ ଅନୁକୂଳ ତାଙ୍କ ଚିତ୍ର । ଆକର୍ଷଣୀୟ ଚିତ୍ର ପାଇଁ ସେ ବେଶ୍ ପ୍ରଶଂସିତ ।
ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ
ଲକ୍ଷ୍ନୌ: ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ଓ୍ବିକେଟ ହରାଇ ୨୨୯ ରନ କରିବାରେ ସକ୍ଷମ ହୋଇଛି । ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଛି । ଲକ୍ଷ୍ନୌରେ ଚାଲିଛି ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ଭାରତର ୨୭ ରନରେ ତିନୋଟି ଓ୍ବିକେଟର ପତନ ହୋଇଥିବା ବେଳେ ପାରି ସମ୍ଭାଳିଥିଲେ ରୋହିତ ଶର୍ମା । ସେ ୮୭ ରନ୍ କରି ଟିମକୁ ଟ୍ରାକକୁ ଆଣିଥିଲେ । ୩ଟି ଛକା ଓ ୧୦ଟି ଚୌକା ମାରିଛନ୍ତି ରୋହିତ ଶର୍ମା । ଭାରତ ଏବେ ସମ୍ମାନ ଜନକ ରନ କରିବାକୁ ସଂଘର୍ଷ କରୁଛି । ଶୁଭମନ ଗିଲ୍ ୯ ରନ କରିଥିବା ବେଳେ ବିରାଟ କୋହଲି ଖାତା ଖୋଲିପାରିନଥିଲେ । ଶ୍ରେୟସ ଏୟର ୪ ରନ କରି ଆଉଟ ହୋଇଥିଲେ । ପରେ କେ ଏଲ ରାହୁଲ ପଡ଼ିଆକୁ ଓହ୍ଲାଇଥିବା ବେଳେ ୩୯ ରନ୍ କରିଥିଲେ । ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ମଧ୍ୟ ଭଲ ନଥିଲା । ଭାରତ ୧୮୩ ରନରେ ୭ଟି ଓ୍ବିକେଟ ହରାଇଥିଲା । ସୂର୍ଯ୍ୟକୁମାର ଯାଦବ ବଡ଼ ପାଳି ଖେଳିବେ ବୋଲି ଆଶା ରଖାଯାଇଥିଲା । ତେବେ ସେ ୪୯ ରନ କରି ଆଉଟ୍ ହୋଇଥିଲେ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ।
ଥରିଲାଣି ଓଡ଼ିଶା, ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା
ଭୁବନେଶ୍ବର: ଓଡ଼ିଶା ଛୁଇଁଛି ପହିଲି ଶୀତ । ମେଘମୁକ୍ତ ଆକାଶ ସହ ରାଜ୍ୟରେ ପହିଲି ଶୀତ ଅନୁଭବ ହୋଇଛି । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ। ଜି.ଉଦୟଗିରି, ଫୁଲବାଣୀ, କୋରାପୁଟ ଏବଂ ଦାରିଙ୍ଗବାଡିର ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି । ଅନୁଗୁଳ, ଭବାନୀପାଟଣା, କେନ୍ଦୁଝର, ସୋନପୁର, ନବରଙ୍ଗପୁର ଏବଂ ରାଉରକେଲାରେ ବି ଶୀତ ଅନୁଭୁତ ହୋଇଛି । ଏହାସହ ଉପକୂଳ ଓଡ଼ିଶାରେ ସଂନ୍ଧ୍ୟା ଏବଂ ସକାଳେ ସାମାନ୍ୟ ଶୀତ ଅନୁଭବ କରିଛନ୍ତି ଲୋକେ । ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ପାଗରେ ପରିବର୍ତ୍ତନ ଆସିବ । ବଙ୍ଗୋପସାଗରରୁ ଓଡ଼ିଶାକୁ ପୂର୍ବ ଦିଗରୁ ତରଙ୍ଗାୟିତ ଶୁଷ୍କ ପବନ ପ୍ରବାହ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୧ ନଭେମ୍ବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
କେରଳ ବିସ୍ଫୋରଣ ଘଟଣା, ଜଣେ ବ୍ୟକ୍ତିଙ୍କ ଆତ୍ମସମର୍ପଣ
କେରଳ: କେରଳ ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ ଘଟଣା । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଏକ ବଡ଼ ବିସ୍ଫୋରଣ କିଏ ଘଟାଇଲା ତାକୁ ନେଇ ତନାଘନା ଆରମ୍ଭ ହୋଇଥିବାବେଳେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି । ସେ ବୋମା ଲଗାଇଥିବା ପୋଲିସ ସମ୍ମୁଖରେ ମାନିଛି । ଡୋମିନିକ ମାର୍ଟିନ୍ ନାମକ ବ୍ୟକ୍ତି ତ୍ରିଶୁର ଗ୍ରାମୀଣର କୋଡାକରା ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିବା ସହ ଏହି ବୋମା ବିସ୍ଫୋରଣରେ ସେ ସମ୍ପୃକ୍ତିଥିବା ମାନିଛି । ସେପଟେ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି । ୧୪ଟି ଜିଲ୍ଲାରେ ପୋଲିସ ତନାଘନା ମଧ୍ୟ ଆରମ୍ଭ କରିଛି । ସୋସିଆଲ ମିଡିଆରେ ଭୁଲ୍ ତଥ୍ୟ ପ୍ରଚାର କରୁଥିବା ୟୁଜର୍ସଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛି ପୋଲିସ । କେରଳର ଗୃହମନ୍ତ୍ରୀ ଜି ପରମେଶ୍ବର ସମସ୍ତ ପୋଲିସ କର୍ମଚାରୀଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ୧୪ଟି ଜିଲ୍ଲାର ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡ ସମେତ ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଦିଲ୍ଲୀରେ ମଧ୍ୟ ହାଇ ଆଲର୍ଟ କରାଯାଇଛି ।
ସୂଚନା ଥାଉକି, ଏର୍ଣ୍ଣାକୁଲମର କାଲାମସେରୀସ୍ଥିତ ଏକ କନଭେନସନ ସେଣ୍ଟରରେ ଆତଙ୍କବାଦୀ ହମଲା ଆଶଙ୍କା କରାଯାଉଛି । କନଭେନସେଣ୍ଟରରେ ୩ଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ବମ୍ବସ୍କ୍ବାଡ ଓ ଫରେନସିକ ଟିମ ଯାଞ୍ଚ କରିଛି । ଏକ ଟିଫିନ ବକ୍ସରେ ଆଇଇଇଡି ଥିବା ସୂଚନା ମିଳିଛି । ପ୍ରାର୍ଥନା ଉତ୍ସବରେ ୨ହଜାରରୁ ଅଧିକ ଲୋକ ସମବେତ ହୋଇଥିବାବେଳେ ଏହି ବିସ୍ଫୋରଣ ଘଟିଛି । ଏହି କନଭେନସେଣ୍ଟରରେ ଜିହୋବା ସମ୍ପ୍ରଦାୟ ପକ୍ଷରୁ ବାର୍ଷିକ ସମ୍ମେଳନ ହେଉଥିବାବେଳେ ସେଠାରେ ବିସ୍ଫୋରଣ ଘଟିଥିଲା । କନଭେନସେଣ୍ଟର ଭିତରେ ବିସ୍ଫୋରଣ ଘଟିଥିବାରୁ ଏହା ଏକ ଆତଙ୍କୀ ହମଲା ବୋଲି କୁହାଯାଉଛି । ବିସ୍ଫୋରଣ ପରେ ଲୋକମାନେ ଜୀବନ ବିକଳରେ କନଭେନସନ ସେଣ୍ଟରରୁ ପଦାକୁ ଚାଲିଆସିଥିଲେ । ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ପି. ରାଜୀବ । ଏହି ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ୪ ଜଣିଆ ଟିମ୍ । ଆହତ ଲୋକଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ଦିଲ୍ଲୀସ୍ଥିତ ଏନଏସଜିର ନ୍ୟାସନାଲ ବମ୍ବ ଡାଟାସେଣ୍ଟରର ଏକ ଟିମ କେରଳ ଗସ୍ତ କରିଛନ୍ତି । ବିସ୍ଫୋରଣ ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି ।
ଫେଲ୍ ମାରୁଛନ୍ତି ଶ୍ରେୟସ, ଇଶାନଙ୍କୁ ଦଳରେ ମିଳିବ କି ସ୍ଥାନ?
ନୂଆଦିଲ୍ଲୀ: ଭାରତ ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ ସହ ୫ ମ୍ୟାଚରୁ ୫ ବିଜୟ ହୋଇଛି । ରବିବାର ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳୁଥିବାବେଳେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ମା କରିଛି ଭାରତ । ଶ୍ରେୟସ ଆୟାରଙ୍କୁ ଚଳିତ ବିଶ୍ବକପରେ ଖେଳିବାର ସୁଯୋଗ ମିଳିଥିବାବେଳେ ବଡ଼ ପାଳି ଖେଳି ପାରିନାହାନ୍ତି । ବାରମ୍ବାର ସୁଯୋଗ ମିଳିବା ସତ୍ତ୍ବେ ସେ ଭଲ ଖେଳି ପାରୁନାହାନ୍ତି । ଆଜିର ମ୍ୟାଚରେ ସେ ୧୬ ବଲରୁ ମାତ୍ର ୪ ରନ କରିବାରେ ସକ୍ଷମ ହୋଇଛନ୍ତି । କେବଳ ପାକିସ୍ତାନ ବିପକ୍ଷ ମ୍ୟାଚରେ ୬୨ ବଲରୁ ୫୩ ରନ କରିଥିଲେ । ବାକି ମ୍ୟାଚରେ ଅଥବା ବାଲାଂଦେଶ ବିପକ୍ଷ ମ୍ୟାଚରେ ୨୫, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୨୯ ରନ କରିଥିଲେ । ସେପଟେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖାତା ଖୋଲି ପାରିନଥିଲେ । ଏଣୁ ଆଗାମୀ ମ୍ୟାଚରେ ଶ୍ରେୟସଙ୍କ ବଦଳରେ ଇଶାନଙ୍କୁ ଦଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଚଳିତ ବିଶ୍ବକପରେ ଇଶାନ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି । ଭାରତରେ ବିଶ୍ବକପ ଅନୁଷ୍ଠିତ ହେଉଥିବାବେଳେ ତାଙ୍କର ସ୍ବେଦଶରେ ରେକର୍ଡ ଭଲ ରହିଛି । ଏଣୁ ଆଗାମୀ ମ୍ୟାଚରେ ତାଙ୍କୁ ସୁଯୋଗ ଦିଆଯାଉ ବୋଲି କ୍ରିକେଟପ୍ରେମୀମାନେ କହିଛନ୍ତି । ଯଦି ଶ୍ରେୟସ ଏବଂ ଇଶାନଙ୍କ ରେକର୍ଡ ଉପରେ ନଜର ପକାଇବା ତାହେଲେ ଇଶାନଙ୍କ ପଲ୍ଲା ଭାରି ରହିବ ।
ଉଗ୍ର ହେଲା ପାରିବାରିକ କଳି, ସ୍ୱାମୀଙ୍କ ଯୌନାଙ୍ଗ କାଟିଦେଲା ସ୍ତ୍ରୀ
ଅନୁଗୁଳ: ନୃଂଶସ, ବିଭତ୍ସ, ଅମାନବୀୟ । ଉଗ୍ରରୂପ ନେଲା ପାରିବାରିକ କଳି । କୁହାଯାଏ କି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ । କିନ୍ତୁ ଯେତେବେଳେ ଝଗଡ଼ା ହୁଏ ତାହା କିଭଳି ହୁଏ ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ସମସ୍ତଙ୍କ ପରିବାରରେ କଳି ଝଗଡ଼ା ରହିଛି । କିନ୍ତୁ ଏଭଳି ଏକ ଖବର ଆସିଛି ଯାହାକି ଆଶ୍ଚର୍ଯ୍ୟ କରିଦେବ । ଝଗଡା ବେଳେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ୱାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ସ୍ତ୍ରୀ ନାଁରେ ଥାନାରେ ଅଭିଯୋଗ କରିଛି । ଶନିବାର ରାତିରେ ପରମାନନ୍ଦ ମୁଦୁଲିଙ୍କ ସହ ସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା । ଝଗଡା ବେଳେ ପରମାନନ୍ଦଙ୍କ ସ୍ତ୍ରୀ ଉତକ୍ଷୀପ୍ତ ହୋଇ ଧାରୁଆ ଅସ୍ତ୍ରରେ ପରମାନନ୍ଦଙ୍କ ଯୌନାଙ୍ଗ କାଟି ଦେଇଥିଲେ । ଜୀବନ ବିକଳରେ ଘରୁ ବାହାରି ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ସ୍ଥାନୀୟ ଅଂଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ଜାଣନ୍ତୁ କେତେ ବଢ଼ିଲାଣି ସୁନା ଦର
ନୂଆଦିଲ୍ଲୀ: ଆସୁଛି ବିବାହ ଋତୁ । ବଢ଼ି ଚାଲିଛି ସୁନା ଦର । ୬୨ ହଜାର ଡେଇଁଲା ସୁନା ଦର । ଅକ୍ଟୋବରରେ ବଢିଲାଣି ୩୦୦୦ ଟଙ୍କା । ସମ୍ପ୍ରତି ସାରା ବିଶ୍ବର ପୁଞ୍ଜି ବଜାର ଅସ୍ଥିର ହୋଇପଡିଛି। ଏଭଳି ସମୟରେ କେଉଁଥିରେ ନିବେଶ କରିବେ ତାହା ଏବେ ନିବେଶକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ। ଏହି ସାରା ବିଶ୍ବର ପୁଞ୍ଜି ବଜାର ଅସ୍ଥିର ହୋଇପଡିଛି । ଏହାମଧ୍ୟରେ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ(୨୪ କ୍ୟାରେଟ୍) ପିଛା ୬୨ ହଜାର ଟପିଛି। ଆଜି କୋଲକାତାରେ ୨୪ କ୍ୟାରେଟ୍ ସୁନା ଦର ୬୨ ହଜାର ୭୦୫ ରହିଛି। ତେବେ ରୁପା ମୂଲ୍ୟ ମଧ୍ୟ କିଲୋ ପିଛା ୭୫, ୦୦୦ ଟଙ୍କା ଅତିକ୍ରମ କରିଯାଇଛି। ଯଦି ଆମେ ଅକ୍ଟୋବର ମାସ କଥା ବିଚାର କରିବା ତେବେ କେବଳ ଏହି ମାସରେ ବଜାରରେ ସୁନା ଦର ୩୦୦୦ ଟଙ୍କା ବୃଦ୍ଧି ପାଇଛି । ବିବାହ ଋତୁ ଆସୁଥିବାବେଳେ ଚିନ୍ତାରେ ରହିଛନ୍ତି ଗ୍ରାହକ । ନିୟମିତ ସୁନା ଦର ବଢ଼ୁଥିବାରୁ କିଭଳି ଭାବେ କିଣିବେ ତାକୁ ନେଇ ସାଧାରଣ ଲୋକଙ୍କ ମିଣ୍ଡ ବିନ୍ଧାର କାରଣ ପାଲଟିଛି ।
ଶ୍ରୀମନ୍ଦିରକୁ ହାପ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ
ପୁରୀ: ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ ନେଇ ସେବାୟତଙ୍କ ସଚେତନତା । ରବିବାର କିଛି ଭକ୍ତ ହାପ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶ୍ରୀମନ୍ଦିରର ସେବାୟତ ଲୁଗା ପିନ୍ଧାଇବାରେ ସହାୟତା କରିବା ସହ ସଚେତନ କରାଇଥିଲେ। ମହାପ୍ରଭୁଙ୍କ ନିକଟକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ଶାଳୀନତାପୂର୍ଣ୍ଣ ପୋଷାକ କିପରି ପିନ୍ଧିବେ ସେ ନେଇ ଶ୍ରୀମନ୍ଦିର ସେବାୟତଙ୍କ ଏପରି ପ୍ରୟାସ ପ୍ରଶଂସନୀୟ । ସାଧାରଣରେ ସେବାୟତଙ୍କୁ ପ୍ରଂଶସା ମଧ୍ୟ କରାଯାଉଛି । ଶ୍ରୀମନ୍ଦିରକୁ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ଯିବା ପାଇଁ ପୂର୍ବରୁ ଯୁକ୍ତି ବାଢ଼ି ଆସିଛନ୍ତି । ଅନେକ ସମୟରେ ଭକ୍ତମାନେ ଫ୍ୟାସନ ଦେଖାଇବାକୁ ଯାଇ ଶାଳିନତା ଭୁଲି ଯାଉଥିବା ଭଳି ଅଭିଯୋଗ ହୋଇଛି । ଏପରିକି ଶ୍ରୀମନ୍ଦିର ସମ୍ମୁଖରେ ଭିଡିଓ କରି ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଛନ୍ତି । ବିଭିନ୍ନ ସମୟରେ କିଛି ଭକ୍ତ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ନଯିବାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଏଣୁ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବା ପାଇଁ କୁହାଯାଇଛି ।
ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ
ନୂଆପଡ଼ା: ନୂଆପଡା ବୋଡ଼େନ ଥାନା ଖଡୁପାଣି ସିଆରପିଏଫ କ୍ୟାମ୍ପରେ ଅଘଟଣ । ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ । ମୃତ ଯବାନ ଜଣକ ତାମିଲନାଡୁର ଡି. ଗୁଣଶେଖରନ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଯବାନ ଜଣକ ୧୯ ନମ୍ବର ବାଟାଲିୟନର ସବ୍ ଇନ୍ସପେକ୍ଟର ଥିଲେ । ନିଜ AK-47 ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ନୂଆପଡା ଏସପି ଓ ସିଆରପିଏଫ୍ ମୁଖ୍ୟ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

