ରାମଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପୂର୍ବରୁ ଅଯୋଧ୍ୟାରେ ଜାଗା କିଣିଲେ ବିଗ୍ ବି

1 min read

ନନ୍ଦିଘୋଷ ବ୍ୟୁରୋ : ଅଭିତାଭ ବଚ୍ଚନ ଅଭିନୟରେ ଯେପରି ନିପୂଣ, ବୁଦ୍ଧିରେ ମଧ୍ୟ ସେତିକି ପ୍ରଖର ଏବଂ ବୁଦ୍ଧିମାନ । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଚର୍ଚ୍ଚା ଯେତିକି ବଢୁଛି , ସେଠାକାର ଘର ଏବଂ ଜାଗାର ଚାହିଦା ମଧ୍ୟ ଦିନକୁ ଦିନ ଆକାଶ ଛୁଆଁ ହେଉଛି । ହେଲେ ସେହିଭିତରେ ବାଜି ମାରିନେଇଛନ୍ତି ବଲିଉଡର ବିଗ୍ ବି ଅଭିତାଭ ବଚ୍ଚନ ।

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପୂର୍ବରୁ ହିଁ ଅମିତାଭ ଅଯୋଧ୍ୟାରେ ଘର ତିଆରି କରିବା ପାଇଁ ପ୍ଲଟ୍ କିଣି ଦେଇଛନ୍ତି  ।  ଯାହା ବିଷୟରେ ଜଣା ପଡିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ମିଡିଆ ରିପୋର୍ଟ ଅନୁଯାୟୀ, ସୁପରଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ ପାଖାପାଖି ୧୦ହଜାର ବର୍ଗ ଫୁଟ ଅଞ୍ଚଳରେ ଘର ତିଆରି ପାଇଁ ୧୪.୫କୋଟି ଟଙ୍କାର ପ୍ଲଟ୍ କିଣିଛନ୍ତି ।  ରିପୋର୍ଟ ଅନୁସାରେ ସେ ‘ଦି ସରୟୁ’ରେ  ମୁମ୍ବାଇର ଠିକାଦାର ଦି ହାଉସ ଅଫ୍ ଅଭିନନ୍ଦନ ଲୋଡାଙ୍କ ଦ୍ୱାରା ଅଯୋଧ୍ୟାରେ ୭ ତାରକା ବିଶିଷ୍ଟ ପ୍ଲଟ୍ କିଣିଛନ୍ତି  ।

ଜାନୁଆରୀ ୨୨ରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତି ହେବ ଏବଂ ପ୍ରୋଜେକ୍ଟ ସରୟୁ ମଧ୍ୟ ଠିକ୍ ସେହିଦିନ ଉଦଘାଟିତ ହେବ । ମିଡିଆ ରିପୋର୍ଟ ଅନୁସାରେ  ଏହି ପ୍ରୋଜେକ୍ଟରେ ନିଜ ନିବେଶ ନେଇ କହିବା ସମୟରେ, ଅଯୋଧ୍ୟା ଏପରି ଏକ ସହର ଯାହା ମୋ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରେ ବୋଲି ଅମିତାଭ କହିଥିଲେ  ।  ଅନ୍ୟ ପଟେ HOABL ସଭାପତି  ଅଭିନନ୍ଦନ ଲୋଡା ଅମିତାଭ ବଚ୍ଚନଙ୍କୁ ସରୟୁର ‘ ପ୍ରଥମ ନାଗରିକ’ ଭାବେ ସ୍ୱାଗତ କରିଥିଲେ  । ଏହି ପ୍ରୋଜେକ୍ଟ ରାମ ମନ୍ଦିର ଠାରୁ ୧୫ ମିନିଟ୍ ଏବଂ ଇଣ୍ଟରନ୍ୟାସନାଲ ବିମାନବନ୍ଦର ଠାରୁ ୩୦ ମିନିଟ ଦୂରରେ ଅବସ୍ଥିତ ।