spot_img
Home Blog Page 2237

ବରଗଡରେ ଆରମ୍ଭ ହେଲା ‘କ୍ୟାନସର ସହଯୋଗ କେନ୍ଦ୍ର’

ବରଗଡ: କ୍ୟାନ୍ସର ସରଭାଇଭର ମାନଙ୍କ ଦ୍ଵାରା ବରଗଡ ଜିଲ୍ଲାରେ ଆରମ୍ଭ ହେଲା “କ୍ୟାନ୍ସର ସହଯୋଗ କେନ୍ଦ୍ର”। କ୍ଯାନ୍ସର ରୋଗୀଙ୍କୁ ଚିକିତ୍ସାର ରାସ୍ତା ଦେଖାଇବା ସହିତ ରୋଗୀଙ୍କୁ ଓ ଆର୍ଥିକ ସହଯୋଗ ପାଇଁ ଏକ ନିଆରା ଚେଷ୍ଟା କରିଛନ୍ତି ବରଗଡ ଫାଇଟର୍ସ ଗୃପ ଓ ଉମ୍ମିଦେଁର ସଦସ୍ୟ। କର୍କଟ ରୋଗର ପ୍ରତିକାର ଓ ଶୀଘ୍ର ରୋଗର କାରଣ ସମ୍ପର୍କରେ ଅବଗତ କରାଇବାକୁ ଗ୍ରୁପର ସଦସ୍ଯ ମାନେ ତତ୍ପର ରହିଛନ୍ତି।

ପୀଡିତ ପରିବାରର କ୍ୟାନ୍ସର ଯତ୍ନ ଯାତ୍ରାକୁ ସରଳ କରିବା ଲକ୍ଷ୍ୟ ନେଇ ବରଗଡର “ଫାଇଟର୍ସ ଗୃଫ”  ଓ ଭୁବନେଶ୍ୱରର ” ଉମ୍ମିଦେଁ” ର ମିଳିତ ଉଦ୍ୟମରେ ବରଗଡରେ “କ୍ୟାନ୍ସର ସହଯୋଗ କେନ୍ଦ୍ର” ଆରମ୍ଭ କରାଯାଇଛି ।

ହିମାଚଳ ପ୍ରଦେଶରେ ରାଜନୈତିକ ହଲଚଲ, ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ବଢିଲା ଅଡୁଆ

ବ୍ୟୁରୋ ରିପୋର୍ଟ: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କ ବଢିଲା ଅଡୁଆ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ବିଧାୟକଙ୍କ କ୍ରସ ଭୋଟିଂ ପରେ ବିବାଦ ତେଜିଛି। ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ କଂଗ୍ରେସ ବିଧାୟକ ଭୋଟ ଦେବା ପରେ ଏହି ବିବାଦ ଜୋର ଧରିଛି। ଗୃହରେ ହଙ୍ଗାମା ଯୋଗୁଁ ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ସମେତ ବିଜେପିର ୧୫ ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି। ହିମାଚଳରେ ଏହାକୁ ନେଇ ରାଜନୀତି ସରଗରମ ରହିଛି।

ଅପରପଟେ କଂଗ୍ରେସ ସରକାର ଉପରେ ସଙ୍କଟ ଘନେଇବାରେ ଲାଗିଛି। ବିଜେପି ବିଧାୟକଙ୍କ କାର୍ଯ୍ୟକଳାପକୁ ଅଣସଂସଦୀୟ କହିବା ସହ ସେମାନଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ବିରୋଧୀ ବିଧାୟକଙ୍କ ବ୍ୟବହାରରେ ବିଧାନସଭାର ଗରିମାକୁ ଆଘାତ ପହଞ୍ଚିଥିବା କହିଛନ୍ତି ବାଚସ୍ପତି। ଏହି ଅବସ୍ଥାରେ ଗୃହ ଚଳାଇବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି।

ସେପଟେ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କୁ ମନେଇବା ପାଇଁ ବରିଷ୍ଠ ନେତା ସକ୍ରିୟ ହୋଇଯାଇଛନ୍ତି। ଏହା ମଧ୍ୟରେ କଂଗ୍ରେସର ସଙ୍କଟ କମିବା ସମ୍ଭାବନା ଦେଖାଯାଉନାହିଁ। ଅନ୍ଯପଟେ କଂଗ୍ରେସର ପିଡବ୍ଲୁଡି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଇସ୍ତଫା ଦେଇଥିବା ଜଣାପଡିଛି। ବର୍ତ୍ତମାନର ସ୍ଥିତିରେ ମୁଁ ସରକାର ସହ ଯୋଡ଼ି ହୋଇ ରହିବାକୁ ଚାହୁଁନାହିଁ ବୋଲି କହିଛନ୍ତି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ। ବିବାଦ ଲାଗି ରହିଥିବାରୁ ପଦରୁ ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ।

ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା, କ୍ଯାନସର ଭଲ କରିବ ୧୦୦ ଟଙ୍କିଆ ବଟିକା

ବ୍ୟୁରୋ ରିପୋର୍ଟ: କର୍କଟ ଚିକିତ୍ସାରେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା। ଦ୍ବିତୀୟ ଥର ଯେପରି  ଏହି ରୋଗ ନହେବ ତାର ଚିକିତ୍ସା ଅନୁସନ୍ଧାନ କରିଥିବା ଦାବି କରାଯାଇଛି। ଏହି ପ୍ରତିଷ୍ଠାନର ଡାକ୍ତର ଏବଂ ଗବେଷକମାନେ ୧୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଏକ ବଟିକା ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ସେବନ କଲେ ଦ୍ବିତୀୟ ଥର କର୍କଟ ରୋଗ ହେବ ନାହିଁ। କେବଳ ସେତିକି ନୁହେଁ ଏହି ଔଷଧ,  ବିକିରଣ ଏବଂ କେମୋଥେରାପିର ଚିକିତ୍ସା ଜନିତ ପାର୍ଶ୍ବ ପ୍ରତିକ୍ରିୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଦେବ। ଆଗାମୀ ଦିନରେ ଏହି ଔଷଧ ସବୁଠି ଉପଲବ୍ଧ ହେବ। ଏହା ମାତ୍ର ୧୦୦ ଟଙ୍କାରେ ମିଳିବ।

ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଠ କର୍କଟ ଚିକିତ୍ସକ ଡାକ୍ତର ରାଜେନ୍ଦ୍ର ବଡଭେ ଏହି ଗବେଷଣାରେ ସାମିଲ ଥିଲେ। ସେ କହିଛନ୍ତି ଯେ, ଗବେଷଣା ପାଇଁ ମନୁଷ୍ୟର କର୍କଟ କୋଷିକାକୁ ମୂଷାଠାରେ ପ୍ରୟୋଗ କରାଯାଇଥିଲା। ପରେ ବିକିରିଣ ଥେରାପି, କେମୋଥେରାପି ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ମୂଷାଙ୍କୁ ଚିକିତ୍ସା କରାଯାଇଥିଲା। କର୍କଟ କୋଷିକାଗୁଡିକ ମରିଯିବା ପରେ ଏହା ଛୋଟ ଛୋଟ କଣିକା ‘କ୍ରୋମାଟିନ ପାର୍ଟିକିଲ୍ସ’ରେ ପରିଣତ ହୋଇଥାଏ। ଏହା ରକ୍ତପ୍ରବାହ ମାଧ୍ୟମରେ ଅନ୍ୟ ଅଙ୍ଗରେ ପହଞ୍ଚି କର୍କଟ ସୃଷ୍ଟି କରିଥାଏ। ଆଉ କିଛି କ୍ରୋମାଟିନ ପାର୍ଟିକିଲ୍ସ ସୁସ୍ଥ ଗୁଣସୂତ୍ର ସହ ମିଶି ପୁଣି କର୍କଟର କାରଣ ପାଲଟି ଥାଏ। ଏହି ସମସ୍ୟାର ସମାଧାନ ଲାଗି ଡାକ୍ତର ମୂଷାକୁ ରେସଭେରାଟ୍ରୋଲ ଏବଂ କପର (ଆର+ସିୟୁ) ସହିତ ପ୍ରି-ଅକ୍ସିଡାଣ୍ଟ ଦିଆଯାଇଥିଲା। (ଆର+ସିୟୁ) ଅକ୍ସିଜେନ ରାଡିକାଲ୍‌ ସୃଷ୍ଟି କରିଥାଏ। ଏହା କ୍ରୋମାଟିନ କଣିକାକୁ ନଷ୍ଟ କରିଦେଇଥାଏ। ଏହି ପ୍ରକ୍ରିୟା କେମୋଥେରାପିର ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିଥାଏ। ମାତ୍ର ୧୦୦ ଟଙ୍କାରେ ଏହି ଔଷଧ ଉପଲବ୍ଧ ହେବ। ଏହା କର୍କଟର ସବୁଠାରୁ ଶସ୍ତା ଚିକିତ୍ସା ହେବ। ଏହି ବଟିକାକୁ ମଞ୍ଜୁରି ଦେବା ପାଇଁ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିକୁ ଆବେଦନ କରାଯାଇଛି ।

ରାଜନଗର କଏଥା ଗାଁରେ ଅଭାବନୀୟ ଘଟଣା, ବରଯାତ୍ରୀ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

କେନ୍ଦ୍ରାପଡା: ରାଜନଗର କଏଥା ଗାଁରେ ଅଭାବନୀୟ ଘଟଣା। ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ। ବର ପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ମାରପିଟ ହୋଇଛି। ବରଯାତ୍ରୀ ଜାଳିଦେଲେ କନ୍ୟାପକ୍ଷ ଲୋକଙ୍କ ଅଟୋ। ସୂଚନା ଅନୁସାରେ, ଯଦୁଚନ୍ଦ୍ରପୁର ଗାଁର ମାନସ ରାଉଳ କଇଥା ଗାଁର ପ୍ରତିମା ପଢିଆରିଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ଧରି ଯାଇଥିଲେ।

ସୂଚନା ଅନୁଯାୟୀ, ବରଯାତ୍ରୀ ପ୍ରସେସନ କରିବା ସମୟରେ ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ବରଯାତ୍ରୀ ମାନେ କନ୍ୟା ପକ୍ଷ ଅଟୋକୁ ଜାଳି ଦେଇଥିଲେ। ଘଟଣାରେ ବର କନ୍ୟାଙ୍କୁ ଗାଁ ଲୋକ ଅଟକ ରଖିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଭୁବନେଶ୍ବରରେ ବିଲ୍ ଗେଟସ୍: ମା’ ମଙ୍ଗଳା ବସ୍ତି ବୁଲିବା ସହ ଲୋକଙ୍କ ଜୀବନ ଶୈଳୀ ପଚାରି ବୁଝିଲେ

ଭୁବନେଶ୍ୱର: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟସ୍। ମା’ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ବିଲ ଗେଟସ୍ ଅନୁଧ୍ଯାନ କରିଛନ୍ତି। ବିଲ୍ ଗେଟସ୍ ବିଜୁ ଆଦର୍ଶ କାଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଜାଗା ମିଶନରେ କିପରି ଲୋକ ଜମି ଅଧିକାର ପାଇଛନ୍ତି ଓ ମୁକ୍ତା ଯୋଜନାରେ କାମକୁ ନେଇ ଆଲୋଚନା କରିଛନ୍ତି। ବସ୍ତି କିପରି ସଫା ଅଛି, ଲୋକଙ୍କୁ କିପରି ଭଲ ପାନୀୟ ଜଳ ମିଳୁଛି। ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନ ଶୈଳୀ ପାଇଁ କିପରି ସରକାର ସୁନ୍ଦର ବ୍ୟବସ୍ଥା କରିଛନ୍ତି ତାହା ବୁଲି ଦେଖିଛନ୍ତି ବିଲ ଗେଟସ୍। ବସ୍ତିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିବା ସହ ପିଲାମାନଙ୍କ ସହ ଆଲୋଚନା କରିଥଲେ। ଏହି ବ୍ୟବସ୍ଥା ଅନ୍ୟ ଦେଶରେ କିପରି ଲାଗୁ କରାଯିବ ସେ ନେଇ ବିଲ ଗେଟସ୍ ଉଦ୍ୟମ କରିବେ। ଅନ୍ୟପଟେ ବିଲ୍ ଗେଟସ୍ ବସ୍ତିକୁ ଆସି ଲୋକଙ୍କ ସହ ଆଲୋଚନା କରିଥିବାରୁ ଖୁସି ଜାରି କରିଛନ୍ତି ବସ୍ତିବାସିନ୍ଦା।

ପରେ କୃଷି ଭବନ ପରିଦର୍ଶନ କରି କୃଷି ସମୀକ୍ଷା କେନ୍ଦ୍ରର ଅନୁଧ୍ୟାନ କରିଛନ୍ତି। ଏହାପରେ ମିଶନ ଶକ୍ତି ବଜାରରେ ପହଞ୍ଚିଥିଲେ ବିଲ ଗେଟସ୍। ମିଶନ ଶକ୍ତି ବଜାର ଭିତରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଲ୍ ଗ୍ରେଟସଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ। ପ୍ରଥମେ କୋରାପୁଟ କାଫେ ବୁଲି ଦେଖିଛନ୍ତି ବିଲ୍ ଗ୍ରେଟସ୍। ଏହାପରେ ବଜାରରେ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ଥିବା ଏହି ବଜାର ବୁଲି ଦେଖିଥିଲେ।

ତେବେ ବିଲ୍ ଆଣ୍ଡ ମେଲିନ୍ଦା ଗେଟସ୍ ଫାଉଣ୍ଡେସନର ବୈଷୟିକ ସହଯୋଗରେ ଚାଲିଛି କୃଷି ସମୀକ୍ଷା କେନ୍ଦ୍ର। କୃଷିର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ ଭାବେ କୃଷି ସମୀକ୍ଷା କେନ୍ଦ୍ର କାମ କରୁଛି । କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଜମି ନଥିବା ଚାଷୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି ।  ଏହାପରେ ବିଲ ଗେଟସ୍ ମିଶନ ଶକ୍ତି ବଜାର ମଧ୍ଯ ଯିବାର କାର୍ଯ୍ଯକ୍ରମ ରହିଛି । ପରେ ନବୀନ ନିବାସ ଯାଇ ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ବିଲ ଗେଟସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି । ବିଶେଷକରି କୃଷି କ୍ଷେତ୍ରରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରରେ ନୂଆ।

ବାଲେଶ୍ବରକୁ ବଡ଼ ଭେଟି, ସ୍ବପ୍ନର ପ୍ରକଳ୍ପ ମନ୍ମଥ-ମନୋଜ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ମନ୍ମଥ- ମନୋଜ ସ୍ମାରକୀ। ଆଜି ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀର ରୂପ ଦିଆଯାଇଛି। ବାଲେଶ୍ୱର ସଂଖାରୀରେ ପ୍ରତିଷ୍ଠା ହୋଇଥିବା

ଏହି ସ୍ମାରକୀସ୍ଥଳ ଦେଖିବାକୁ ଯେତିକି ସୁନ୍ଦର, ସେତିକି ଆକର୍ଷଣୀୟ ଏଠାକାର ମ୍ଯୁଜିୟମ ରହିଛି । ଏଠାରେ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲିଖିତ ପୁସ୍ତକକୁ ସାଇତି ରଖାଯାଇଥିବା ବେଳେ ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ସୁନ୍ଦର ଫଟୋଚିତ୍ର ଲଗାଯାଇଛି। ଏହାଛଡ଼ା ଦୁଇ ବରପୁତ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସହିତ ସୁନ୍ଦର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

The  inaugurated the 

ମୁଢି ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ

ବ୍ୟୁରୋ ରିପୋର୍ଟ: ବର୍ତ୍ତମାନ ମେଦବୃଦ୍ଧି ଏକ ବଡ଼ ଶାରୀରିକ ସମସ୍ୟା ହୋଇ ମୁଣ୍ଡ ଟେକିଛି। ଅଧିକାଂଶ ଲୋକ ମୋଟାପଣକୁ ନେଇ ଅନେକ ଚିନ୍ତିତ ରହିଥାନ୍ତି। ମୋଟାପଣ ଯୋଗୁଁ ଲୋକମାନେ ତାଙ୍କର ମନପସନ୍ଦର ଖାଦ୍ୟ ଜିନିଷ ତ୍ୟାଗ କରିଥାନ୍ତି। ଏମିତିକି ଭାତ ମଧ୍ୟ ଖାଇନଥାନ୍ତି। ତେବେ କେତକ ଘରୋଇ ଖାଦ୍ୟରେ ମଧ୍ୟ ଓଜନ ହ୍ରାସ କରାଯାଇ ପାରେ। ନିୟମିତ ମୁଢି ଖାଇବା ଦ୍ୱାରା ଓଜନ ଉପରେ ନିୟନ୍ତ୍ରିତ କରାଯାଇପାରିବ। ଏଥିରେ ଅନେକ ପୋଷକତତ୍ତ୍ୱ ରହିଛି ଯାହାଆମ ଓଜନ ହ୍ରାସ କରିବାରେ ଲାଭଦାୟକ ହୋଇଥାଏ ।

ଯେଉଁମାନେ ମେଦବୃଦ୍ଧିର ଶିକାର ହେଉଛନ୍ତି, ସେମାନେ ନିଜର ଓଜନ କମାଇବାକୁ ନେଇ ଖୁବ୍‌ ଚିନ୍ତିତ ହୋଇପଡ଼ୁଛନ୍ତି। ମୁଢ଼ି ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ମୁଢିରେ ଅନେକ ପ୍ରକାରର ଭିଟାମିନ ଅଛି ଯାହା ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ। ଏଥିରେ କ୍ୟାଲସିୟମ୍, ଆଇରନ୍, ଭିଟାମିନ୍-ଏ, ସି ଏବଂ ବି-6 ଭଳି ଭିଟାମିନ ଥାଏ । ଏଥିରେ ଫାଇବର୍ ଏବଂ କ୍ୟାଲସିୟମ ଥିବାରୁ ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଯାହା ସ୍ଵାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ମୁଢ଼ି ହାଡ଼ ମଜବୁତ କରିବା ସହ ଏହା କବ୍ଜ ସମସ୍ୟାରୁ ବି ମୁକ୍ତି ଦେଇଥାଏ। ହାର୍ଟକୁ ବି ସୁସ୍ଥ ରଖେ ଏବଂ ଇମ୍ୟୁନିଟି ପାୱାର ବି ବଢ଼ାଇଥାଏ।

ସମ୍ବଲପୁର ଖାଉଟି ଆୟୋଗରେ ଠିକା ସଂସ୍ଥା ଦଣ୍ଡିତ: ୨୧ ଟଙ୍କା ପାଇଁ ହୋଇଛି ୩ ଲକ୍ଷ ଟଙ୍କାର ଜରିମାନା

ସମ୍ବଲପୁର: ସମ୍ବଲପୁର ଖାଉଟି ଆୟୋଗରେ ଠିକା ସଂସ୍ଥା ଦଣ୍ଡିତ। ୨୧ ଟଙ୍କା ପାଇଁ ହୋଇଛି ୩ ଲକ୍ଷ ଟଙ୍କାର ଜରିମାନା। ପାର୍କିଂ ଆଳରେ ଖାଉଟିଙ୍କୁ ଶୋଷଣ କରୁଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମ୍ବଲପୁର ରେଳ ଷ୍ଟେସନ ପାର୍କିଂରେ ସ୍କୁଟର ୧୨ ଘଣ୍ଟା ପାଇଁ ୯ ଟଙ୍କା ବଦଳରେ ଆଦାୟ କରିଥିଲେ ୩୦ ଟଙ୍କା। ଯାହାକୁ ନେଇ ଖାଉଟି ବିବାଦ ପ୍ରତିକାର ଆୟୋଗରେ ହୋଇଥିଲା ଅଭିଯୋଗ।

ମାମଲାରେ ବିଚାର କରି ରାୟ ପ୍ରକାଶ କରିଛନ୍ତି ଆୟୋଗ। ଅଭିଯୋଗକାରୀଙ୍କୁ ୨ ଲକ୍ଷ କ୍ଷତିପୂରଣ, ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା, ଏହାସହ ଉପଭୋକ୍ତା ଉନ୍ନୟନ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ ନାଗରିକ ସଂଶୋଧନ ଅଧିନୟମ ସିଏଏ

ନୂଆଦିଲ୍ଲୀ:  ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ ନାଗରିକ ସଂଶୋଧନ ଅଧିନିୟମ ସିଏଏ। ମାର୍ଚ୍ଚ ପହିଲା ପରେ କେତେବେଳେ ବି ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ କରିପାରେ କେନ୍ଦ୍ର। ଏ ନେଇ ସ୍ଵତନ୍ତ୍ର ପୋର୍ଟାଲ ମଧ୍ଯ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ନିୟମ ଲାଗୁ ହେବା ସହ ସିଏଏ ଆଇନ ତୁରନ୍ତ ଲାଗୁ ହୋଇଯିବ। ଏଥିଲାଗି ଅନଲାଇନ ପୋର୍ଟାଲ ପ୍ରସ୍ତୁତ ହୋଇସାରଛି। ସମ୍ପୂର୍ଣ୍ଣ ଅନଲାଇନ୍ ହେବ ଏହି ପ୍ରକ୍ରିୟା। ଆବେଦକଙ୍କୁ କେବଳ ସେହି ବର୍ଷର ସୂଚନା ଦେବାକୁ ଯେଉଁ ବର୍ଷ ସେମାନେ କୌଣସି ଦସ୍ତାବିଜ୍ ବିନା ଭାରତ ମଧ୍ଯକୁ ପ୍ରବେଶ କରିଥିଲେ। ଆବେଦକଙ୍କଠାରୁ କୌଣସି ପ୍ରମାଣପତ୍ର ମଗାଯିବ ନାହିଁ। ସିଏଏ ଆଇନ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶର ସଂଖ୍ଯାଲଘୁ ଅନୁପ୍ରବେଶକାରୀ ଯେଉଁମାନେ ଦୀର୍ଘ ସମୟ ଧରି ଭାରତରେ ବେଆଇନ ଭାବେ ରହି ଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ସୁଯୋଗ ପ୍ରଦାନ କରିବ। ଏହି ଆଇନ ଦ୍ବାରା କୌଣସି ଭାରତୀୟ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ତାଙ୍କର ନାଗରିକତା ରଦ୍ଦ ହେବାର କୌଣସି ବ୍ୟବସ୍ଥା ନାହିଁ। ଏହି ଆଇନ ଜରିଆରେ ଭାରତୀୟ ନାଗରିକତା ହାସଲ କରିବାର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ।

ଡିସେମ୍ବର ୨୦୧୯ରେ ସିଏଏ ବିଧେୟକ ପାସ ହେବା ପରେ ରାଷ୍ଟ୍ରପତିଙ୍କ ସ୍ଵୀକୃତି ପାଇଥିଲା। ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖିବକୁ ମିଳିଥିଲା ବିରୋଧ। ପାରିତ ହେବାର ୪ ବର୍ଷ ପରେ ଏହି ଆଇନ ଲାଗୁ ହେବାକୁ ଯାଉଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଦେଶରେ ସିଏଏ ଆଇନ ଲାଗୁ କରିବା ବିଜେପି ଘୋଷଣାପତ୍ରରେ ସ୍ଥାନ ପାଇଥିଲା। ସିଏଏ ଆଇନ ଜରିଆରେ କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶରେ ପ୍ରତାଡ଼ିତ ଅଣ ମୁସଲିମ ପ୍ରବାସୀ ନାଗରିକ ଯେଉଁମାନେ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସି ଏବଂ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିବେ, ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ବ୍ଯବସ୍ଥା ରହିଛି। ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତରେ ରହିଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି।

ତେଜୁଛି ଚାଷୀ ଆନ୍ଦୋଳନ: ହରିୟାଣା ଅମ୍ବାଲାରେ ଆଜି ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ: କେବେ ଥମିବ ଚାଷୀ ଆନ୍ଦୋଳନ। ଏମଏସପି ଦାବିରେ ଦିଲ୍ଲୀ ସୀମାରେ ଲାଗି ରହିଛି ଚାଷୀଙ୍କ ସମାଗମ। ଦିଲ୍ଲୀର ସିଂଘୁ, ଶମ୍ଭୁ ଓ ଟିକିରି ବର୍ଡରରେ ଏବେବି ଧାରଣା ଦେଇଛନ୍ତି ଚାଷୀ। ପଞ୍ଜାବ ଓ ହରିୟାଣାରେ ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ଦିଲ୍ଲୀ ଚଲୋ ନାରା ଦେଇ ବଢିଚାଲିଛନ୍ତି ହଜାର ହଜାର ସଂଖ୍ଯାରେ ଚାଷୀ। ସ୍ଥିତିକୁ ନେଇ ଆଜି ହରିୟାଣାର ଅମ୍ବାଲା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପୋଲିସ। ଗତକାଲି ମଧ୍ଯ ଅମ୍ବାଲାରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ଚାଷୀ ଆନ୍ଦୋଳନ ତେଜୁଥିବାରୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଛି ହରିୟାଣା। ଗୋଟିଏ ଥରରେ ଏକାଧିକ ଏସଏମଏସ ପଠାଇବା ଉପରେ ମଧ୍ଯ କଟକଣା ରହିଛି। ଅମ୍ଵାଲା ସଦର, ପାନଜୋଖରା ଏବଂ ନାଗାଲରେ ଇଣ୍ଟରନେଟ ସେବା ବନ୍ଦ ରହିଛି।

ପୂର୍ବରୁ ରବିବାର ଦିନ ଏହି ସବୁ ଅଞ୍ଚଳରେ ଇଣ୍ଟନେଟ ସହ ମୋବାଇଲ ସେବା ସଚଳ କରାଯାଇଥିଲା। ମୋବାଇଲ କଟକଣା ନେଇ ଅମ୍ବାଲା ଡେପୁଟି କମିଶନଙ୍କ ଅନୁରୋଧ କ୍ରମେ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଆନ୍ଦୋଳନକାରୀ ଚାଷୀ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ସମ୍ଭାବନା ରହିଛି। ପୁର୍ବରୁ ଦିଲ୍ଲୀ ସୀମାରେ ପୋଲିସ ସହ ସଂଘର୍ଷ ଘଟି ଆନ୍ଦୋଳନକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା। ଗତ ୨୫ ତାରିଖରେ ଟ୍ରାକ୍ଟର ମାର୍ଚ୍ଚ କରିଥିଲେ ଚାଷୀ।

ସେପେଟ ଚାଷୀ ଆନ୍ଦୋଳନ ବିବାଦର ସମାଧାନ ଲାଗି ପଞ୍ଚମ ଥର ଲାଗି ଆଲୋଚନାର ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଏସବୁ ମଧ୍ଯରେ କେନ୍ଦ୍ର ସରକାରଙ୍କ ଉପରେ ଚାଷୀଙ୍କ ସମସ୍ତ ଦାବି ମାନି ନେବାକୁ ଚାପ ପକାଇ ଚାଲିଛି ସଂଯୁକ୍ତ କିଶାନ ମୋର୍ଚ୍ଚା। ଚାଷୀଙ୍କ ଏହି ଆନ୍ଦୋଳନରେ ଦେଶର ୨୦୦ରୁ ଅଧିକ ଚାଷୀ ସଂଗଠନ ସାମିଲ ହୋଇଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜ୍ୟରେ ମଧ୍ୟ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି। ଏମଏସପି ସମେତ ବିଭିନ୍ନ ଦାବିରେ ଗତ ୧୩ ତାରିଖଠାରୁ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ ।