ସମ୍ବଲପୁର ଖାଉଟି ଆୟୋଗରେ ଠିକା ସଂସ୍ଥା ଦଣ୍ଡିତ: ୨୧ ଟଙ୍କା ପାଇଁ ହୋଇଛି ୩ ଲକ୍ଷ ଟଙ୍କାର ଜରିମାନା

ସମ୍ବଲପୁର: ସମ୍ବଲପୁର ଖାଉଟି ଆୟୋଗରେ ଠିକା ସଂସ୍ଥା ଦଣ୍ଡିତ। ୨୧ ଟଙ୍କା ପାଇଁ ହୋଇଛି ୩ ଲକ୍ଷ ଟଙ୍କାର ଜରିମାନା। ପାର୍କିଂ ଆଳରେ ଖାଉଟିଙ୍କୁ ଶୋଷଣ କରୁଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମ୍ବଲପୁର ରେଳ ଷ୍ଟେସନ ପାର୍କିଂରେ ସ୍କୁଟର ୧୨ ଘଣ୍ଟା ପାଇଁ ୯ ଟଙ୍କା ବଦଳରେ ଆଦାୟ କରିଥିଲେ ୩୦ ଟଙ୍କା। ଯାହାକୁ ନେଇ ଖାଉଟି ବିବାଦ ପ୍ରତିକାର ଆୟୋଗରେ ହୋଇଥିଲା ଅଭିଯୋଗ।

ମାମଲାରେ ବିଚାର କରି ରାୟ ପ୍ରକାଶ କରିଛନ୍ତି ଆୟୋଗ। ଅଭିଯୋଗକାରୀଙ୍କୁ ୨ ଲକ୍ଷ କ୍ଷତିପୂରଣ, ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା, ଏହାସହ ଉପଭୋକ୍ତା ଉନ୍ନୟନ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ।