ନନ୍ଦିଘୋଷ ବ୍ୟୁରୋ : ସୁବର୍ଣ୍ଣପୁରରେ ପାଳିତ ହେଉଥିବା ଐତିହାସିକ ଶୀତଳଷଷ୍ଠି ଯାତ୍ରାରେ ଦେବଦମ୍ପତ୍ତିଙ୍କ ଦର୍ଶନପାଇଁ ଉତ୍ସବ ମୁଖରିତ ହୋଇଛି ସାରା ସହର । ବାବା ଚନ୍ଦ୍ରଶେଖର ମାତା ସ୍ୱରୁପିଣୀ ପାର୍ବତିଦେବୀଙ୍କୁ ବିବାହ କରି ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ପାରମ୍ପରିକ ରୀତି ନୀତିରେ ଶ୍ରୀସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ବୈଦିକ ରୀତିନୀତିରେ ମାତା ପାର୍ବତୀଙ୍କୁ ବିବାହ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସ୍ୱମନ୍ଦିରକୁ ଫେରିବା ବେଳେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ଭକ୍ତ । ପଶ୍ଚିମ ଓଡିଶାର ପାମ୍ପାରିକ ବାଦ୍ୟ ,ଲୋକନୃତ୍ୟ, ଆଧୁନିକ ନୃତ୍ୟ ଗୀତ ସାଙ୍ଗକୁ ଘଣ୍ଟ, ଘଣ୍ଟା, ଢୋଲମହୁରି ଧ୍ୱନୀରେ ଫାଟିପଡୁଛି ସାରାସହର ।
ଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ରାଜା ବିରମିତ୍ର ସିଂଦେଓଙ୍କ ଶାସନ କାଳରେ ୧୦୮ଭରି ସୁନାରେ ତିଆରି ବାବା ଚନ୍ଦ୍ରଶେଖରଙ୍କ ନାଗପ୍ରତୀମା । ମହଣ ମହଣ ରୁପାରେ ତିଆରି ବିମାନ ଓ ଦେବ ଦେବୀ ଙ୍କ ପାଇଁ ପାରମ୍ପାରିକ ସୁନା ଓ ରୁପାର ଅଳଙ୍କାର । ଯାହକି ବର୍ଷରେ ଥରେମାତ୍ର ଏହି ଶିତଳଷଷ୍ଠି ଯାତ୍ରାରେ ବ୍ୟବହାର ହୋଇଥାଏ ।

