spot_img
Home Blog Page 2238

ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା, ମାଟିତଳୁ ମିଳିଲା ମୃତଦେହ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣ ପାଟଣା ଥାନା ତଳଗୁମାଣ୍ଡି ଗାଁରେ ଚାଞ୍ଚଲ୍ୟ। ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗଙ୍କୁ ହତ୍ୟା । ହତ୍ୟା ପରେ ମାଟି ତଳେ ପୋତି ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ହତ୍ଯାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କିଏ କାହିଁକି ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗଙ୍କୁ ହତ୍ୟା କରିଛି, ଜଣାପଡ଼ିନାହିଁ । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ

 

ଭୁବନେଶ୍ଵର ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର :  ଭୁବନେଶ୍ଵର ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ। ପାଣି ଭିତରୁ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୋଲିସ । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର କରାଯାଇଛି ମୃତଦେହ । ମୃତ ମହିଳାଙ୍କ ପରିଚୟ ମିଳିଛି। ମୃତ ମହିଳାଙ୍କ ହେଲେ ତୃପ୍ତି ଦାସ। ତାଙ୍କର  ବୟସ ପାଖାପାଖି ୪୦ ବର୍ଷ ହେବ। ନୟାପଲ୍ଲୀ ଅଂଚଳରେ ତାଙ୍କର ଘର। ଜୟଦେବ ବିହାରର ଏକ ମନ୍ଦିରକୁ ଯାଇ ନିଖୋଜ ହୋଇ ଯାଇଥିଲେ ତୃପ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ଏକ ମିସିଂ ଏତଲା ହୋଇଥିଲା।

ତେବେ ମହିଳା ଜଣଙ୍କ ମାନସିକ ବିକାରଗସ୍ତ ଥିବା କହିଛନ୍ତି ପରିବାର ଲୋକେ।  ଗତକାଲି ରାତିରେ ପାଣିରେ ବୁଡିଥିବା ନେଇ ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତରେ ପରିବାର ଲୋକେ ସହଯୋଗ କରୁଥିବା କହିଛି ପୋଲିସ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାପ୍ରକଟ

ଭୁବନେଶ୍ଟର : ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କାର ଦୁର୍ଘଟଣାରେ ଗୁରୁତର ଆହତ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ରେଢାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ଚିନ୍ତିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କର ଆଶୁଆରୋଗ୍ୟ କାମନା କରିବାସହ ସୁସ୍ଥ ଓ ଦୀର୍ଘାୟୁ କାମନା କରୁଛି ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ଅଣାଯିବ ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସଓ ଓ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସଓ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମେଡିକାଲରେ ଚାଲିଛି ତାଙ୍କର ଚିକିତ୍ସା।

ଆଜିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ। ୧୪ ଦିନ ଚାଲିବ ଏହି ଖାତା ଦେଖା। ଏଥର ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି।ଏଥିସହିତ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ଯମା ଓ ୭ ହଜାର ୮୩୧ ପରୀକ୍ଷାର୍ଥୀ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ବନ ବିଭାଗ ଜାଲରେ ଜଙ୍ଗଲୀ ଭାଲୁ

ନବରଙ୍ଗପୁର : ନବରଙ୍ଗପୁର ବନ ବିଭାଗ ଜାଲରେ ଜଙ୍ଗଲୀ ଭାଲୁ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଘର ଗୁଡିକ ଭିତରକୁ ପଶି ଖାଦ୍ୟ ଖାଇବା ସହ ଆତଙ୍କ ସୃଷ୍ଟି କରିଥିଲା । ଗ୍ରାମବାସୀ ଭୟଭୀତ ହୋଇ ରହୁଥିଲେ । ଗ୍ରାମବାସୀ ଖବର ଦେବା ପରେ ଭାଲୁକୁ କାବୁ କରିଛି ବନ ବିଭାଗ ।

ଗାଁ ନିକଟରେ ଥିବା ଏକ ନିର୍ମାଣଧୀନ ଘର ଭିତରେ ପଶି ରହିଥିବା ଖବର ପାଇବା ପରେ ବନବିଭାଗ ଯନ୍ତା ବସେଇ ଭାଲୁ ଟିକୁ ଧରିଥିଲା । ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ବେହେରାଙ୍କ ନିଦ୍ଦେଶରେ ସ୍ୱତନ୍ତ୍ର ଟିମ ସହ ଜଙ୍ଗଲୀ ଜନ୍ତୁ ଉଦ୍ଧାର କାରୀ ଦଳ ଗାଁରୂ ଭାଲୁଟିକୁ ଧରିଥିଲେ । ଭାଲୁଟିକୁ ଦୂର ଜଙ୍ଗଲରେ ଛଡାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା: ୪୫ଟି ଦକ୍ଷତାରେ ପ୍ରତିଭା ଦେଖାଇଲେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକର ୮ଟି କେନ୍ଦ୍ରରେ ଦୁଇଦିନ ଧରି ଚାଲିଥିଲା ‘ଓଡ଼ିଶା ସ୍କିଲ୍ସ’ ରାଜ୍ୟସ୍ତରୀୟ ପ୍ରତିଯୋଗିତା । ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକନିକ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ମୋଟ ୪୫ଟି ଦକ୍ଷତାରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଯେଉଁ ଅନନ୍ୟ ଦକ୍ଷତା ରହିଛି ତାହା ପ୍ରଦର୍ଶନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ବଡ଼ ମାଧ୍ୟମ ସାଜିଛି। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ‘ଇଣ୍ଡିଆ ସ୍କିଲ୍ସ’  ଏବଂ ‘ୱାର୍ଲ୍ଡ ସ୍କିଲ୍ସ’ ଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ଦେଖାଇବା ଲାଗି ସୁଯୋଗ ପାଇପାରୁଛନ୍ତି।

ମାର୍ଚ୍ଚ ୧୨ ତାରିଖରେ ‘ଓଡ଼ିଶା ସ୍କିଲ୍ସ’ର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ତାଲିମ ପ୍ରତିଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ପ୍ରତିଯୋଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ଭିତରୁ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିଲେ। ସେମାନଙ୍କୁ ନେଇ ମାର୍ଚ୍ଚ ୧୪, ଗୁରୁବାର ଦିନ ଫାଇନାଲ ରାଉଣ୍ଡ ପ୍ରତିଯୋଗିତା କରାଯାଇଥିଲା। ପ୍ରତି ବିଷୟରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

ପ୍ରତିଯୋଗୀମାନଙ୍କ ଦକ୍ଷତାକୁ ପରଖିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ସ୍ୱତନ୍ତ୍ର ବିଚାରକମାନେ ନିୟୋଜିତ ହୋଇଥିଲେ। ଏହା ସହିତ ‘ଇଣ୍ଡିଆ ସ୍କିଲ୍ସ’ ବିଶେଷଜ୍ଞମାନେ ମଧ୍ୟ ବିଭିନ୍ନ କେନ୍ଦ୍ରରେ ଉପସ୍ଥିତ ରହି ପ୍ରତିଯୋଗିତାର ଗୁଣାତ୍ମକ ଦିଗକୁ ସୁନିଶ୍ଚିତ କରିଥିଲେ। ଗୁରୁବାର ଦିନ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକଙ୍କ ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପ୍ରତିଯୋଗିତାର ପରିଚାଳନା ଅନୁଧ୍ୟାନ କରିଥିଲେ।

ଚଳିତବର୍ଷ ‘ଓଡ଼ିଶା ସ୍କିଲ୍ସ’ରେ କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, କ୍ରିଏଟିଭ୍ ଆର୍ଟ୍ସ ଆଣ୍ଡ ଫ୍ୟାସନ, ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମାନୁଫାକ୍ଚରିଂ ଆଣ୍ଡ ଇଞ୍ଜିନିୟରିଂ ଟେକ୍ନୋଲୋଜି, ସୋସିଆଲ ଆଣ୍ଡ ପର୍ସନାଲ ସର୍ଭିସେସ୍ ଏବଂ ଟ୍ରାନ୍ସପୋର୍ଟେସନ ଆଣ୍ଡ ଲଜିଷ୍ଟିକ୍ସ ଆଦି ୬ଟି କ୍ଷେତ୍ରକୁ ନେଇ ପ୍ରତିଯୋଗିତା ପରିକଳ୍ପନା କରାଯାଇଥିଲା। ଏହି ପ୍ରତିଯୋଗିତା ୮ଟି କେନ୍ଦ୍ରରେ ପରିଚାଳିତ ହୋଇଥିଲା। ଏଥି ମଧ୍ୟରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ସେହିପରି ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ, ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ସିଟିଟିସି, ଏନଆଇଏଫଟି ସହିତ କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ଏବଂ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ବିଭିନ୍ନ ଦକ୍ଷତାକୁ ନେଇ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା।

ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ। ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କଲେ ଭାରତୀୟ ନିର୍ବାଚନ ଆୟୋଗ। ଆୟୋଗ ପକ୍ଷରୁ ୱେବସାଇଟରେ ଇଲେକ୍ଟୋରାଲ ବଣ୍ଡ ଡାଟା ଅପଲୋଡ୍ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧୨ ମାର୍ଚ୍ଚ ୨୦୨୪ରେ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ଡାଟା ଉପଲବ୍ଧ କରାଇଥିଲା। ଗୁରୁବାର ନିର୍ବାଚନ ଆୟୋଗ ଏହି ଡାଟାକୁ ଅପଲୋଡ୍ କରିଛନ୍ତି।

ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କରିବା ଲାଗି ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ଡେଡଲାଇନର ଦିନକ ପୂର୍ବରୁ ଏହି ତଥ୍ଯ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି ଷ୍ଟେଟବ୍ଯାଙ୍କ। ଡାଟା ଅନୁସାରେ ତିନିଟି ପରିମାଣର ବଣ୍ଡ ସମ୍ପର୍କିତ ତଥ୍ଯ ରହିଛି। ସେହି ପରିମାଣଗୁଡିକ ହେଲା ୧ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ଓ ୧ କୋଟି ଟଙ୍କା। ବ୍ଯକ୍ତିବିଶେଷ ଓ କମ୍ପାନୀଙ୍କ ଦ୍ବାରା କ୍ରୟ କରାଯାଇଥିବା ବଣ୍ଡ ସମ୍ପର୍କିତ ତଥ୍ଯ ଅପଲୋଡ ହୋଇଛି।

କମିଲା ପେଟ୍ରୋଲ ଓ ଡିଜେଲ; ଦର ଲିଟର ପିଛା ୨ ଟଙ୍କା ଲେଖାଏ ହ୍ରାସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ :  କମିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ଲେଖାଏ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏନେଇ ସୂଚନା ଦେଇଛି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ଯାସ ମନ୍ତ୍ରାଳୟ। ଦିଲ୍ଲୀରେ ପେଟ୍ରୋଲ ଦର ଏଣିକି ୯୬ ଟଙ୍କା ୭୨ ପଇସା ବଦଳରେ ହେବ ୯୪ ଟଙ୍କା ୭୨ ପଇସା। ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୬ ଟଙ୍କା ୩୧ ପଇସା ବଦଳରେ ହେବ ୧୦୪ ଟଙ୍କା ୨୧ ପଇସା।

ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୩ ପଇସା ବଦଳରେ ନୂଆ ଦର ହେବ ୧୦୩ ଟଙ୍କା ୯୪ ପଇସା। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୬୩ ପଇସା ବଦଳରେ ହେବ ୧୦୦ ଟଙ୍କା ୭୫ ପଇସା। ଦର ହ୍ରାସ ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨ ଟଙ୍କା ୫୦ ଓ ଡିଜେଲ ପ୍ରାୟ ୨ ଟଙ୍କା ୪୦ ପଇସା ହ୍ରାସ ପାଇବ।

କାର ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ସମ୍ବଲପୁର : ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର। କାର ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ ଘଟିଥିଲା ଏକ ଦୁର୍ଘଟଣା। ଏକ ଟ୍ରକ୍ ସହ କାରର ମୁହମୁହି ଧକ୍କା ହେବା ଫଳରେ ଗୁରୁତର ଭାବେ ଆହତ ହୋଇଛନ୍ତି।

ତାଙ୍କୁ ପ୍ରଥମେ ରେଢାଖୋଲରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଏକ ଘୋରୋଇ ମେଡ଼ିକାଲରେ ଭର୍ତି କରାଯାଇଛି।  ତାଙ୍କର ମୁଣ୍ଡ, ଆଖି,ନାକରେ ଗୁରୁତର ଆଘାତ ଲାଗିଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ତାଙ୍କୁ ଏୟାର ଆମ୍ବୁୁଲାନ୍ସ ଯୋଗେ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲକୁ  ନିଆଯିବ। ତାଙ୍କ ସହ ପିଏସଓ ଓ ଡ୍ରାଇଭର ଥିବାବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି  ।

ବଢ଼ିଲା ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଢ଼ିଲା ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ। ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ଅତିରିକ୍ତ ୧୦୦ ଟଙ୍କା ପାଇବେ । ମୋଟ ଉପରେ ୫୦୦ ଟଙ୍କା ପାଇବେ ଗ୍ରାମ୍ୟ ସାଧନ କର୍ମୀ। ଏହାଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨.୮୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ସାଧନ କର୍ମୀଙ୍କ ପକ୍ଷରୁ ଏ ସଂପର୍କରେ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଓଡିଶା ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ବ ଓ ସ୍ବଚ୍ଛତା ସମିତିରେ କାମ କରୁଥିବା ଏହି ସାଧନ କର୍ମୀମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଯଥା, ମନରେଗା, ପକ୍କା ଘର, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ ଭଳି ଅନେକ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା କରି ସ୍ବଚ୍ଛତା ରକ୍ଷା କରିବାରେ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଥିରେ ମିଶନ ଶକ୍ତି ମା ମାନେ ବହୁ ସଂଖ୍ୟାରେ ନିୟୋଜିତ ଅଛନ୍ତି ।