ଭୁବନେଶ୍ବରରେ ବିଲ୍ ଗେଟସ୍: ମା’ ମଙ୍ଗଳା ବସ୍ତି ବୁଲିବା ସହ ଲୋକଙ୍କ ଜୀବନ ଶୈଳୀ ପଚାରି ବୁଝିଲେ

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟସ୍। ମା’ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ବିଲ ଗେଟସ୍ ଅନୁଧ୍ଯାନ କରିଛନ୍ତି। ବିଲ୍ ଗେଟସ୍ ବିଜୁ ଆଦର୍ଶ କାଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଜାଗା ମିଶନରେ କିପରି ଲୋକ ଜମି ଅଧିକାର ପାଇଛନ୍ତି ଓ ମୁକ୍ତା ଯୋଜନାରେ କାମକୁ ନେଇ ଆଲୋଚନା କରିଛନ୍ତି। ବସ୍ତି କିପରି ସଫା ଅଛି, ଲୋକଙ୍କୁ କିପରି ଭଲ ପାନୀୟ ଜଳ ମିଳୁଛି। ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନ ଶୈଳୀ ପାଇଁ କିପରି ସରକାର ସୁନ୍ଦର ବ୍ୟବସ୍ଥା କରିଛନ୍ତି ତାହା ବୁଲି ଦେଖିଛନ୍ତି ବିଲ ଗେଟସ୍। ବସ୍ତିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିବା ସହ ପିଲାମାନଙ୍କ ସହ ଆଲୋଚନା କରିଥଲେ। ଏହି ବ୍ୟବସ୍ଥା ଅନ୍ୟ ଦେଶରେ କିପରି ଲାଗୁ କରାଯିବ ସେ ନେଇ ବିଲ ଗେଟସ୍ ଉଦ୍ୟମ କରିବେ। ଅନ୍ୟପଟେ ବିଲ୍ ଗେଟସ୍ ବସ୍ତିକୁ ଆସି ଲୋକଙ୍କ ସହ ଆଲୋଚନା କରିଥିବାରୁ ଖୁସି ଜାରି କରିଛନ୍ତି ବସ୍ତିବାସିନ୍ଦା।

ପରେ କୃଷି ଭବନ ପରିଦର୍ଶନ କରି କୃଷି ସମୀକ୍ଷା କେନ୍ଦ୍ରର ଅନୁଧ୍ୟାନ କରିଛନ୍ତି। ଏହାପରେ ମିଶନ ଶକ୍ତି ବଜାରରେ ପହଞ୍ଚିଥିଲେ ବିଲ ଗେଟସ୍। ମିଶନ ଶକ୍ତି ବଜାର ଭିତରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଲ୍ ଗ୍ରେଟସଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ। ପ୍ରଥମେ କୋରାପୁଟ କାଫେ ବୁଲି ଦେଖିଛନ୍ତି ବିଲ୍ ଗ୍ରେଟସ୍। ଏହାପରେ ବଜାରରେ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ଥିବା ଏହି ବଜାର ବୁଲି ଦେଖିଥିଲେ।

ତେବେ ବିଲ୍ ଆଣ୍ଡ ମେଲିନ୍ଦା ଗେଟସ୍ ଫାଉଣ୍ଡେସନର ବୈଷୟିକ ସହଯୋଗରେ ଚାଲିଛି କୃଷି ସମୀକ୍ଷା କେନ୍ଦ୍ର। କୃଷିର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ ଭାବେ କୃଷି ସମୀକ୍ଷା କେନ୍ଦ୍ର କାମ କରୁଛି । କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଜମି ନଥିବା ଚାଷୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି ।  ଏହାପରେ ବିଲ ଗେଟସ୍ ମିଶନ ଶକ୍ତି ବଜାର ମଧ୍ଯ ଯିବାର କାର୍ଯ୍ଯକ୍ରମ ରହିଛି । ପରେ ନବୀନ ନିବାସ ଯାଇ ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ବିଲ ଗେଟସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି । ବିଶେଷକରି କୃଷି କ୍ଷେତ୍ରରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରରେ ନୂଆ।