spot_img
Home Blog Page 2108

ରୁଦ୍ରଙ୍କ ପାଇଁ ବରଦାନ ସାଜିଲା BSKY କାର୍ଡ

ସୁବର୍ଣ୍ଣପୁର: ଗରିବଙ୍କ ମୁହଁରୁ ହସ ଫେରାଇ ଆଣିଛି ବିଜୁ ସ୍ୱାସ୍ଥ୍ୟ ହେଲଥ କାର୍ଡ ।ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ଗାଁରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ବିଜୁ ସ୍ୱାସ୍ଥ୍ୟ କାର୍ଡ ଏହି ଗାଁର ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛି l କାର୍ଡ ଦ୍ବାରା ମାଗଣାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ବରଦାନ ବିଜୁ ସ୍ବାସ୍ଥ୍ୟକାର୍ଡ । ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି । ନୂଆ ଜୀବନ ଦେଇ ମୁହଁରେ ହସ ଫୁଟାଇଛି । ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଏଥିରେ ଏବେ ସାମିଲ ହୋଇଛନ୍ତି ସୁବର୍ଣ୍ଣପୁର ଜ଼ିଲ୍ଲା ବେହେରାମାଲ ଗାଁର ରୁଦ୍ର ପ୍ରଧାନ। ରୁଦ୍ର ଚାଷବାସ କରି ପରିବାର ଚଳାନ୍ତି । ସ୍ତ୍ରୀ ଓ ତିନି ସନ୍ତାନକୁ ନେଇ ତାଙ୍କର ସୁଖର ସଂସାର ରହିଛି । ହେଲେ ଏହି ହସ ଖୁସିର ଜୀବନରେ ଛାଇଗଲା କଳାବାଦଲ । ସେ ମେରୁଦଣ୍ଡ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶୟୀ ହୋଇପଡିଲେ । ବରଗଡ଼ ,ବଲାଙ୍ଗିର ଓ ବିଶାଖାପାଟଣାରେ ନିଜର ଚିକିତ୍ସା କରାଇ ନୟାନ୍ତ ହୋଇପଡିଥିଲେ । ଶେଷରେ ମେରୁଦଣ୍ଡର ଅସ୍ତ୍ରୋପ୍ରଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ଅସ୍ତ୍ରୋପ୍ରଚାର ପାଇଁ ଆବଶ୍ୟକ ତିନି ଲକ୍ଷଟଙ୍କା ରୁଦ୍ରଙ୍କ ପାଇଁ ଯୋଗାଡ କରିବା ଅସମ୍ଭ ହୋଇପଡିଥିଲା । ଶେଷରେ ସେ ଭୁବନେଶ୍ବର ସ୍ଥିତ କିମ୍ସ ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ମାଗଣାରେ ଚିକିତ୍ସିତ ହୋଇଛନ୍ତି। ଏବେ ସ ସୁସ୍ଥହୋଇ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଏସକେଓ୍ବାଇ କାର୍ଡ କେବଳ ଗୋଟିଏ କାର୍ଡ ନୁହଁ ଲୋକଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ସାଜିଛି । ଟଙ୍କା ଟିଏ ବି ଖର୍ଚ୍ଚ ନକରି ଗରିବ ରୋଗିଟିଏ ଅସାଧ୍ୟ ରୋଗରୁ ମୁକ୍ତି ପାଇପାରୁଛନ୍ତି । ଏବେ ରୁଦ୍ରକୁ ଏହି କାର୍ଡ ନୂଆ ଜୀବନ ଦେଇଥିବାରୁ ଗ୍ରାମବାସୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

 

ନକଲି ମସଲା ଗୋଦାମରେ ଚଢ଼ାଉ

ବ୍ରହ୍ମପୁର: ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ଏକ ଗୋଦାମରେ ପୋଲିସର ଚଢାଉ । ନକଲି ମସଲା ପ୍ରସ୍ତୁତ କରୁଥିବା ନେଇ ଖବର ପାଇ ପୋଲିସ ପକ୍ଷରୁ ଚଢାଉ ହୋଇଛି । ବ୍ରଜରାଜାନଗରର ୪ ଲାଇନରେ ଥିବା ଗୋଟିଏ ଗୋଦାମରେ ଚଢାଉ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଯୁବକ ଜଣଙ୍କ ହେଲେ ଶିବ ଶଙ୍କର ସାହୁ । ସେ ଦୀର୍ଘଦିନ ଧରି ଏହି ନକଲି ପାଉଡର ପ୍ରସ୍ତୁତ କରୁଥିଲେ । ଯେମିତିକି ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ମସଲାଗୁଣ୍ଡ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ । ଏହି ମାମଲାରେ ଆଉ କିଏ ସଂପୃକ୍ତ ଅଛି କି ନାହିଁ ଘଟଣାର ଛାନଭିନ କରୁଛି ପୋଲିସ ।

 

ରାୟବରେଲିରୁ ନୂପୁର ଶର୍ମା ଏବଂ ମେରଠରୁ ଅରୁଣ ଗୋଭଲିଙ୍କ ନାମ ଘୋଷଣା କରିପାରେ ବିଜେପି

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ବିଜେପି ନିଜର ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଉତ୍ତରପ୍ରଦେଶର ଅବଶିଷ୍ଟ ୨୪ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ । ଯେଉଁଥିରେ ରାମାୟଣର ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭଲିଙ୍କ ନାମ ଆସିପାରେ । ଏବଂ ବହୁ ଚର୍ଚ୍ଚିତ ଆସନ ରାୟବରେଲିରୁ ନୁପୁର ଶର୍ମା ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ସୋମବାର ରାଜଧାନୀ ଦିଲ୍ଲୀରେ ବିଜେପିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ୟୁପିର ଆାସନ ସମ୍ପର୍କରେ ଆଲୋଚନା କରାଯାଇଥିବା କୁହାଯାଉଛି । ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଆସନ ରାୟବରେଲି କଂଗ୍ରେସର ଗଡ଼ଭାବେ ବେଶ ପରିଚିତ । ତେବେ ଏହି ଆସନରେ ବିଜେପିର ୩ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ସୋନିଆ ଗାନ୍ଧୀ ଏହି ଆସନରୁ କଂଗ୍ରେସ ଟିକେଟ ଲଢ଼ୁଥିବାବେଳେ ଏଥରକ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇନପାରନ୍ତି । ଏଣୁ ଏହି ଆସନରେ ବିଜେପି ଜିତିବା ଆଶାରେ ନୂପୁର ଶର୍ମାଙ୍କୁ ପ୍ରାର୍ଥୀ କରିପାରେ । ସେପଟେ ଅରୁଣ ଗୋଭଲି ମେରଠରୁ ପ୍ରାର୍ଥୀ ହେବେ ବୋଲି କୁହାଯଉଛି । ବରୁଣ ଗାନ୍ଧୀ ଚଳିତ ନିର୍ବାଚନରେ ଟିକେଟ ନମିଳିପାରେ । ଏପରିକି ମେନକା ଗାନ୍ଧୀଙ୍କୁ ମଧ୍ୟ ଟିକେଟ ମିଳିନପାରେ ।

 

ଦେଶ ସ୍ବାଧିନତା ପାଇବା ପୂର୍ବରୁ ଭୋଟ ଦେଇଥିବା ଭୋଟର..

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଆରମ୍ଭ ହେଲାଣି ରାଜନୈତିକ ଉଷ୍ମତା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଭୋଟରଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ତେବେ ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ବହୁ ବୟସ୍କ ଭୋଟର ରହିଥିବା ଜଣାପଡ଼ିଛି । ପ୍ରୟାଗରାଜର ମୋଟ ଭୋଟରଙ୍କ ସଂଖ୍ୟା ରହିଛି ୪୬ ଲକ୍ଷ । ଏଥିରେ ୧୦୪୯ ଜଣ ସୁପର ସିନିୟର ଭୋଟର ରହିଛନ୍ତି । ଏଥିରୁ ଅନେକ ଜଣ ବ୍ରିଟିସ ଅମଳର ଭୋଟର ମଧ୍ୟ ରହିଛନ୍ତି । ୧୦୦ରୁ ୧୨୦ ବର୍ଷ ବୟସର ଭୋଟର ମଧ୍ୟ ରହିଛନ୍ତି । ୪୧୪ ବୟସ୍କ ଭୋଟର ରହିଥିବାବେଳେ ୪୪୦ ଜଣ ବୟସ୍କା ଭୋଟର ରହିଛନ୍ତି । ଏମାନଙ୍କ ବୟସ ୧୦୦ରୁ ୧୦୯ ବର୍ଷ ରହିଛି । ତେବେ ୧୦ ଜଣ ଏଭଳି ଭୋଟର ରହିଛନ୍ତି ଯେଉଁମାନଙ୍କ ବୟସ ୧୧୦ରୁ ୧୧୯ ବର୍ଷ ରହିଛି । ତେବେ ବହୁ ନୂଆ ଭୋଟର ମଧ୍ୟ ଯୋଡ଼ି ହୋଇଛନ୍ତି ।

 

ବିଜେପି ଛାଡ଼ି ବିଜେଡିରେ ମିଶିଲେ ମାଧବ ଧଡ଼ା

ଭୁବନେଶ୍ବର: ବଢ଼ୁଛି ବିଜେଡି ବଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ । ବିଜେପି ଛାଡ଼ି ବିଜେଡିରେ ମିଶିଲେ ବାଲେଶ୍ବର ଜିଲ୍ଲାର ଶତାଧିକ କର୍ମୀ । ମଙ୍ଗଳବାର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ବାଲେଶ୍ବର ଜିଲ୍ଲାର ମାଧବ ଧଡ଼ା । ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏବଂ ପର୍ଶୁରାମ ଧଡ଼ାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେପି ଛାଡି ବିଜେଡିରେ ମିଶିଲେ ବାଲେଶ୍ଵର ଜିଲ୍ଲା ସୋର ମୁନିସିପାଲିଟିର ଚେୟାର ମ୍ୟାନ ମାଧବ ଧଡା । ମାଧବଙ୍କ ସମେତ ବାଲେଶ୍ବର ଜିଲ୍ଲା ବିଜେପି ମାଇନରିଟି ନେତା ସେକ୍ ଲିଆକତ୍ ଅଲ୍ଲୀ, ବାଲେଶ୍ବର ବିଜେପି ନେତା ଦିଲ୍ଲୀପ କୁମାର କର, ଜନ୍ମେଜୟ ପଣ୍ଡା ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱର ଶଙ୍ଖଭବନ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ପ୍ରତାପ ଜେନା, ପର୍ଶୁରାମ ଧଡା, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ସମସ୍ତ ନେତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ନେତାଙ୍କ ସହ ତାଙ୍କର ଶତାଧିକ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଏ ମିଶ୍ରଣ ବିଜେଡିକୁ ଆଗାମୀ ଦିନରେ ଅଧିକ ସଶକ୍ତ କରିବ ବୋଲି ବିଧାୟକ ପ୍ରତାପ ଜେନା ଓ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ମାଧବ ଧଡା ।

ଅକ୍ଷୟ ମାଝୀ ହତ୍ୟାକାଣ୍ଡ ମାମଲା, ୧୦ ଜଣଙ୍କୁ ଗିରଫ କଲା ବାଲିପାଟଣା ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ଅକ୍ଷୟ ମାଝୀ ହତ୍ୟାକାଣ୍ଡ ମାମଲା । ୧୦ ଜଣଙ୍କୁ ଗିରଫ କଲା ବାଲିପାଟଣା ପୋଲିସ । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ଭୋଇର ବାପା ଗିରଫ ହୋଇଥିବାବେଳେ ଦିଲ୍ଲୀପ ଏବେ ବି ଫେରାର ଅଛି । ଅଭିଯୋଗ ଅନୁସାରେ ଅକ୍ଷୟଙ୍କ ପତ୍ନୀଙ୍କୁ ଅଶ୍ଳୀଳ ମେସେଜ କରିଥିଲା ଦିଲ୍ଲୀପ । ଏହାକୁ କେନ୍ଦ୍ର କରି ଦିଲ୍ଲୀପ ସହ ଅକ୍ଷୟଙ୍କର ପୂର୍ବରୁ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଗତ ୧୮ ତାରିଖରେ ଅକ୍ଷୟ ବସିଥିବା ବେଳେ ସଂଘବଦ୍ଧ ଭାବେ  ତାଙ୍କୁ ପଥରରେ ଛେଚିବା ସହ ଛୁରି ଭୁସି ହତ୍ଯା କରିଥିଲା ଦିଲ୍ଲୀପ । ଅଭିଯୁକ୍ତ ଦିଲ୍ଲୀପର ମୋବାଇଲ ଜବତ କରି ପୋଲିସ ହତ୍ଯାର ପ୍ରମାଣ ପାଇଥିବାବେଳେ ଖୁବଶୀଘ୍ର ମୁଖ୍ଯ ଅଭିଯୁକ୍ତ ଧରାପଡ଼ିବ ବୋଲି ପୋଲିସ କହିଛି ।

 

ଜାଣନ୍ତୁ କେଉଁ ଜିଲ୍ଲାରେ ଅଧିକ ବର୍ଷିବ

ଭୁବନେଶ୍ବର: ରାଜ୍ଯରେ ନିମ୍ନଚାପ ଓ ଗୁରୁଚାପବଳୟ ପ୍ରଭାବ ଯୋଗୁଁ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ସର୍ବାଧିକ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ରହିଛି । ଗତକାଲି ଠାରୁ ଉତ୍ତର ଓଡ଼ିଶା ବିଭିନ୍ନ ଅଂଚଳରେ ବର୍ଷା ଲାଗି ରହିଛି । ବିଳମ୍ବିତ ରାତିରେ ଭଦ୍ରକ, କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବର୍ଷା ଲାଗିରହିଛି । ଯାଜପୁରରେ ୫୨.୨ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଢେଙ୍କାନାଳରେ ୨୧ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ରାଜ୍ୟର ମଧ୍ୟ ଭାଗରେ ଥିବା ଜିଲ୍ଲାଗୁଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନୁମାନ କରାଯାଉଛି, ଘଣ୍ଟା ପ୍ରତି ପବନର ବେଗ ୪୦ ରୁ ୫୦ କିମି ରହିବ । ସର୍ବାଧିକ ୫୫ କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି । କିଛି ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ଅର୍ଥାତ୍ ଭାରି ବର୍ଷା ହେବା ସମ୍ଭାବନା ରହିଛି। କୁଆ ପଥର ବର୍ଷା ପାଇଁ ପୂର୍ବାନୁମାନ ଜାରି କରାଯାଇଛି ।

ଆସନ୍ତା କାଲି ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶା ଜିଲ୍ଳା ସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୫ ଡିଗ୍ରୀ ତାପମାତ୍ରା ଖସିବା ନେଇ ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି । ୨୨ ତାରିଖ ଠାରୁ ତାପମାତ୍ରା ଧୀରେଧୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ଭଳି ପ୍ରଭାବ ୩ ଦିନ ରହିବ ତା ପରେ ପାଗ ଶୁଖିଲା ହେବାର ସମ୍ଭାବନା ରହିଛି। ତା’ପରେ ୨୨ରୁ ୨୮ ତାରିଖ ପରେ କିଛି ଜିଲ୍ଲାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ସ୍ବାଭାବିକ ଭାବରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲା ଭିତରେ ବୌଦ୍ଧ, ନୟାଗଡ଼, କନ୍ଧମାଳ କଳାହାଣ୍ଡି ପରି ଜିଲାଗୁଡିକରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଭାରି ବର୍ଷା ପାଇଁ ମୁଖ୍ୟତଃ ଢେଙ୍କାନାଳ, ଗଞ୍ଜାମ, କଟକ , ନୟାଗଡ଼ ଏ ସବୁ ଜିଲ୍ଲା ପ୍ରଭାବିତ ହେବ । ଯେହେତୁ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ତେଣୁ ରବି ଫସଲ ଓ ପରିବା କ୍ଷତି ହେବାର ଆଶଙ୍କା କରାଯାଇଛି । ଚାଷୀ ଭାଇମାନେ ଫସଲ ଓ ପରିବାର ସୁରକ୍ଷା ପାଇଁ ଜାଲି ବ୍ୟବହାର କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

ଭୋଜି ଖାଇବାକୁ ଯିବାବେଳେ ଘାଟିରେ ଓଲଟିଲା ଅଟୋ

କଳାହାଣ୍ଡି: ବାହାଘର ଭୋଜିଖାଇ ଯିବାବେଳେ ଘାଟିରେ ଓଲଟିଲା ଅଟୋ । କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଳକ ଜାମୁଲି ଘାଟିରେ ଦୁର୍ଘଟଣା ଘଟିଛି । ଅଟୋ ଓଲଟି ୭ଜଣ ଆହତ ହୋଇଥିବାବେଳେ ୫ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ଯରେ ୪ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଅଟୋରେ ୧୫ ଜଣ ଏକ ବିବାହ ଉତ୍ସବରେ ଯୋଗଦେବାକୁ ସାରେଙ୍ଗପଡାରୁ ମାସ୍କାପୁଡି ଗାଁକୁ ଯାଉଥିଲେ । ଘାଟିରେ ଅଟୋଟି ଭାରସାମ୍ଯ ହରାଇ ଓଲଟି ପଡ଼ିଥିଲା ।

 

ଫ୍ରିଜରେ ଶବ, ସିସିଟିଭିରେ କଏଦ ହେଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଦେଶରେ କମିବାର ନାଁ ନେଉନି ଅପରାଧର ସଂଖ୍ୟା । ଜବଲପୁର ଡବଲ ମିଷ୍ଟ୍ରି ଘଟଣାରେ ସାମନାକୁ ଆସିଛି ନୂଆ ଘଟଣା । ୧୬ ବର୍ଷୀୟା ନାବାଳିକା ଜଣକ ଜବଲପୁର ରେଲଓ୍ବେ କଲୋନୀରେ ରହୁଥିବାବେଳେ ଜଣେ ୨୦ ବର୍ଷର ଯୁବକ ତାଙ୍କ ପଡ଼ୋଶୀ ଥିଲେ । ତେବେ ଯୁବକ ଜଣକ ହିନ୍ଦୀରେ ଡବିଂ ହେଉଥିବା ଥ୍ରିଲର ହିନ୍ଦୀ କ୍ରାଇମ୍ ସିରିଏଲ ଦେଖେ । ୧୫ ମାର୍ଚ୍ଚରେ ଝିଅଟି ପୁଅଟିକୁ ଏକ ଅଡିଓ ମେସେଜ ପଠାଇଥିଲା । ଏହାପରେ ପୁଅଟି ହଠାତ ପୋଲିସ ନେଇ ଘରେ ପହଞ୍ଚିଥିଲା । ଆଉ ସେଠାରେ  ରୋଷେଇ ଘର ଫ୍ରିଜରୁ ଝିଅର ବାପାଙ୍କ ଶବ ମିଳିଥିଲା । କେବଳ ଏତିକି ନୁହେଁ ଝିଅର ୮ ବର୍ଷ ଭାଇର ଶବ ମଧ୍ୟ ମିଳିଥିଲା ।

ସେହି କଲୋନୀରେ କେବଳ ରେଲଓ୍ବେ ଷ୍ଟାଫ୍ ରହିଥାନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ରାଜ କୁମାର ବିଶ୍ବକର୍ମା । ଯିଏକି ଡିଆରଏମ ଭାବେ କାମ କରନ୍ତି । ଅଫତାବ ପୁନାଓ୍ବାଲାଙ୍କ ଶବ ଫ୍ରିଜରେ ରହିଥିବା ପ୍ରଥମେ ଦେଶରେ ଖବର ଦେଖିବାକୁ ମିଳିଥିଲା । ଏହାପରଠାରୁ ଏଭଳି ବହୁ ଖବର ନଜରକୁ ଆସିଛି । ମାତ୍ର ଏହି ଘଟଣାରେ ପ୍ରଥମଥର ପାଇଁ ଫ୍ରିଜ୍ ଭିତରେ ରହିଥିବା ଶବର ଫଟୋ ଦେଖିବାକୁ ମିଳିଥିଲା । ଫ୍ରିଜରେ ୮ ବର୍ଷ ବାଳକର ଶବ ରହିଥିବାବେଳେ ରୋଷେଇ ଘରେ ରାଜ କୁମାରଙ୍କ ଶବକୁ ଉଦ୍ଧାର କରିଥିଲା ପୋଲିସ । ବାପ ପୁଅଙ୍କ ହତ୍ୟା ପଛରେ ଜଣେ ଯୁବକ ଏବଂ ଝିଅ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସହରରର ୫ଟି ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବା ପରେ ଏହା ଜଣାପଡ଼ିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ରାଜକୁମାରଙ୍କ ଝିଅ ଭଏସ ମେସେଜ ପଠାଇଥିବାବେଳେ ସେ ଘରେ ନଥିଲେ । ପୋଲିସ ସନ୍ଦେହ କରିଥିଲା କି, ସେ ତାଙ୍କୁ ଉଠାଇ ନେଇଥିବ । ଘରର ପଛ ଝରକା ଗ୍ୟାସ୍ କଟରରେ କଟା ଯାଇଥିଲା । ଏହାପରେ ପୋଲିସ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି, ସେହି ୨୦ ବର୍ଷର ଯୁବକ ସହ ଝିଅ ଫେରାର ହୋଇଯାଇଛି । ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବାବେଳେ ଝିଅର  ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଏଣୁ ଝିଅଟି ପ୍ରେମିକ ସହ ମିଶି ନିଜ ଭାଇ ଏବଂ ବାପାଙ୍କ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଉଭୟ ଏକ ସ୍କୁଟିରେ ଘରୁ ଫେରାର ହୋଇଥିବାବେଳେ ପରେ ବସ ବଦଳାଇଥିବା ଜଣାପଡ଼ିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

 

 

ଆଇପିଏଲକୁ ନେଇ କାଉଣ୍ଟ ଡାଉନ ଆରମ୍ଭ, ଜାଣନ୍ତୁ ବିରାଟ ଏବଂ ରୋହିତଙ୍କ ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ । ଆଗକୁ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ସିଜିନ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସବୁ ମ୍ୟାଚଠାରୁ ରୋହିତ- କୋହଲିଙ୍କ ଟକ୍କର କିଭଳି ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବେଶ ରୋମାଞ୍ଚକ ହେବା ସହ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ମଇଦାନକୁ ଓହ୍ଲାଉଛନ୍ତି । ଚଳିତ ଆଇପିଏଲର ସବୁ ମ୍ୟାଚ ଗୋଟିଏ ପଟେ ଏବଂ ମୁମ୍ବାଇ- ବାଙ୍ଗାଲୋର ମ୍ୟାଚ ଗୋଟିଏ ପଟେ ବୋଲି କହିପାରିବା । ସେପଟେ ରନରେଟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଟକ୍କର ହେବ ।