ନକଲି ମସଲା ଗୋଦାମରେ ଚଢ଼ାଉ

ବ୍ରହ୍ମପୁର: ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ଏକ ଗୋଦାମରେ ପୋଲିସର ଚଢାଉ । ନକଲି ମସଲା ପ୍ରସ୍ତୁତ କରୁଥିବା ନେଇ ଖବର ପାଇ ପୋଲିସ ପକ୍ଷରୁ ଚଢାଉ ହୋଇଛି । ବ୍ରଜରାଜାନଗରର ୪ ଲାଇନରେ ଥିବା ଗୋଟିଏ ଗୋଦାମରେ ଚଢାଉ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଯୁବକ ଜଣଙ୍କ ହେଲେ ଶିବ ଶଙ୍କର ସାହୁ । ସେ ଦୀର୍ଘଦିନ ଧରି ଏହି ନକଲି ପାଉଡର ପ୍ରସ୍ତୁତ କରୁଥିଲେ । ଯେମିତିକି ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ମସଲାଗୁଣ୍ଡ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ । ଏହି ମାମଲାରେ ଆଉ କିଏ ସଂପୃକ୍ତ ଅଛି କି ନାହିଁ ଘଟଣାର ଛାନଭିନ କରୁଛି ପୋଲିସ ।