ରାୟବରେଲିରୁ ନୂପୁର ଶର୍ମା ଏବଂ ମେରଠରୁ ଅରୁଣ ଗୋଭଲିଙ୍କ ନାମ ଘୋଷଣା କରିପାରେ ବିଜେପି

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ବିଜେପି ନିଜର ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଉତ୍ତରପ୍ରଦେଶର ଅବଶିଷ୍ଟ ୨୪ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ । ଯେଉଁଥିରେ ରାମାୟଣର ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭଲିଙ୍କ ନାମ ଆସିପାରେ । ଏବଂ ବହୁ ଚର୍ଚ୍ଚିତ ଆସନ ରାୟବରେଲିରୁ ନୁପୁର ଶର୍ମା ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ସୋମବାର ରାଜଧାନୀ ଦିଲ୍ଲୀରେ ବିଜେପିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ୟୁପିର ଆାସନ ସମ୍ପର୍କରେ ଆଲୋଚନା କରାଯାଇଥିବା କୁହାଯାଉଛି । ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଆସନ ରାୟବରେଲି କଂଗ୍ରେସର ଗଡ଼ଭାବେ ବେଶ ପରିଚିତ । ତେବେ ଏହି ଆସନରେ ବିଜେପିର ୩ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ସୋନିଆ ଗାନ୍ଧୀ ଏହି ଆସନରୁ କଂଗ୍ରେସ ଟିକେଟ ଲଢ଼ୁଥିବାବେଳେ ଏଥରକ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇନପାରନ୍ତି । ଏଣୁ ଏହି ଆସନରେ ବିଜେପି ଜିତିବା ଆଶାରେ ନୂପୁର ଶର୍ମାଙ୍କୁ ପ୍ରାର୍ଥୀ କରିପାରେ । ସେପଟେ ଅରୁଣ ଗୋଭଲି ମେରଠରୁ ପ୍ରାର୍ଥୀ ହେବେ ବୋଲି କୁହାଯଉଛି । ବରୁଣ ଗାନ୍ଧୀ ଚଳିତ ନିର୍ବାଚନରେ ଟିକେଟ ନମିଳିପାରେ । ଏପରିକି ମେନକା ଗାନ୍ଧୀଙ୍କୁ ମଧ୍ୟ ଟିକେଟ ମିଳିନପାରେ ।