ଅକ୍ଷୟ ମାଝୀ ହତ୍ୟାକାଣ୍ଡ ମାମଲା, ୧୦ ଜଣଙ୍କୁ ଗିରଫ କଲା ବାଲିପାଟଣା ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ଅକ୍ଷୟ ମାଝୀ ହତ୍ୟାକାଣ୍ଡ ମାମଲା । ୧୦ ଜଣଙ୍କୁ ଗିରଫ କଲା ବାଲିପାଟଣା ପୋଲିସ । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ଭୋଇର ବାପା ଗିରଫ ହୋଇଥିବାବେଳେ ଦିଲ୍ଲୀପ ଏବେ ବି ଫେରାର ଅଛି । ଅଭିଯୋଗ ଅନୁସାରେ ଅକ୍ଷୟଙ୍କ ପତ୍ନୀଙ୍କୁ ଅଶ୍ଳୀଳ ମେସେଜ କରିଥିଲା ଦିଲ୍ଲୀପ । ଏହାକୁ କେନ୍ଦ୍ର କରି ଦିଲ୍ଲୀପ ସହ ଅକ୍ଷୟଙ୍କର ପୂର୍ବରୁ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଗତ ୧୮ ତାରିଖରେ ଅକ୍ଷୟ ବସିଥିବା ବେଳେ ସଂଘବଦ୍ଧ ଭାବେ  ତାଙ୍କୁ ପଥରରେ ଛେଚିବା ସହ ଛୁରି ଭୁସି ହତ୍ଯା କରିଥିଲା ଦିଲ୍ଲୀପ । ଅଭିଯୁକ୍ତ ଦିଲ୍ଲୀପର ମୋବାଇଲ ଜବତ କରି ପୋଲିସ ହତ୍ଯାର ପ୍ରମାଣ ପାଇଥିବାବେଳେ ଖୁବଶୀଘ୍ର ମୁଖ୍ଯ ଅଭିଯୁକ୍ତ ଧରାପଡ଼ିବ ବୋଲି ପୋଲିସ କହିଛି ।