ରୁଦ୍ରଙ୍କ ପାଇଁ ବରଦାନ ସାଜିଲା BSKY କାର୍ଡ

1 min read

ସୁବର୍ଣ୍ଣପୁର: ଗରିବଙ୍କ ମୁହଁରୁ ହସ ଫେରାଇ ଆଣିଛି ବିଜୁ ସ୍ୱାସ୍ଥ୍ୟ ହେଲଥ କାର୍ଡ ।ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ଗାଁରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ବିଜୁ ସ୍ୱାସ୍ଥ୍ୟ କାର୍ଡ ଏହି ଗାଁର ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛି l କାର୍ଡ ଦ୍ବାରା ମାଗଣାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ବରଦାନ ବିଜୁ ସ୍ବାସ୍ଥ୍ୟକାର୍ଡ । ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି । ନୂଆ ଜୀବନ ଦେଇ ମୁହଁରେ ହସ ଫୁଟାଇଛି । ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଏଥିରେ ଏବେ ସାମିଲ ହୋଇଛନ୍ତି ସୁବର୍ଣ୍ଣପୁର ଜ଼ିଲ୍ଲା ବେହେରାମାଲ ଗାଁର ରୁଦ୍ର ପ୍ରଧାନ। ରୁଦ୍ର ଚାଷବାସ କରି ପରିବାର ଚଳାନ୍ତି । ସ୍ତ୍ରୀ ଓ ତିନି ସନ୍ତାନକୁ ନେଇ ତାଙ୍କର ସୁଖର ସଂସାର ରହିଛି । ହେଲେ ଏହି ହସ ଖୁସିର ଜୀବନରେ ଛାଇଗଲା କଳାବାଦଲ । ସେ ମେରୁଦଣ୍ଡ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶୟୀ ହୋଇପଡିଲେ । ବରଗଡ଼ ,ବଲାଙ୍ଗିର ଓ ବିଶାଖାପାଟଣାରେ ନିଜର ଚିକିତ୍ସା କରାଇ ନୟାନ୍ତ ହୋଇପଡିଥିଲେ । ଶେଷରେ ମେରୁଦଣ୍ଡର ଅସ୍ତ୍ରୋପ୍ରଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ଅସ୍ତ୍ରୋପ୍ରଚାର ପାଇଁ ଆବଶ୍ୟକ ତିନି ଲକ୍ଷଟଙ୍କା ରୁଦ୍ରଙ୍କ ପାଇଁ ଯୋଗାଡ କରିବା ଅସମ୍ଭ ହୋଇପଡିଥିଲା । ଶେଷରେ ସେ ଭୁବନେଶ୍ବର ସ୍ଥିତ କିମ୍ସ ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ମାଗଣାରେ ଚିକିତ୍ସିତ ହୋଇଛନ୍ତି। ଏବେ ସ ସୁସ୍ଥହୋଇ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଏସକେଓ୍ବାଇ କାର୍ଡ କେବଳ ଗୋଟିଏ କାର୍ଡ ନୁହଁ ଲୋକଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ସାଜିଛି । ଟଙ୍କା ଟିଏ ବି ଖର୍ଚ୍ଚ ନକରି ଗରିବ ରୋଗିଟିଏ ଅସାଧ୍ୟ ରୋଗରୁ ମୁକ୍ତି ପାଇପାରୁଛନ୍ତି । ଏବେ ରୁଦ୍ରକୁ ଏହି କାର୍ଡ ନୂଆ ଜୀବନ ଦେଇଥିବାରୁ ଗ୍ରାମବାସୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।