ଦେଶ ସ୍ବାଧିନତା ପାଇବା ପୂର୍ବରୁ ଭୋଟ ଦେଇଥିବା ଭୋଟର..

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଆରମ୍ଭ ହେଲାଣି ରାଜନୈତିକ ଉଷ୍ମତା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଭୋଟରଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ତେବେ ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ବହୁ ବୟସ୍କ ଭୋଟର ରହିଥିବା ଜଣାପଡ଼ିଛି । ପ୍ରୟାଗରାଜର ମୋଟ ଭୋଟରଙ୍କ ସଂଖ୍ୟା ରହିଛି ୪୬ ଲକ୍ଷ । ଏଥିରେ ୧୦୪୯ ଜଣ ସୁପର ସିନିୟର ଭୋଟର ରହିଛନ୍ତି । ଏଥିରୁ ଅନେକ ଜଣ ବ୍ରିଟିସ ଅମଳର ଭୋଟର ମଧ୍ୟ ରହିଛନ୍ତି । ୧୦୦ରୁ ୧୨୦ ବର୍ଷ ବୟସର ଭୋଟର ମଧ୍ୟ ରହିଛନ୍ତି । ୪୧୪ ବୟସ୍କ ଭୋଟର ରହିଥିବାବେଳେ ୪୪୦ ଜଣ ବୟସ୍କା ଭୋଟର ରହିଛନ୍ତି । ଏମାନଙ୍କ ବୟସ ୧୦୦ରୁ ୧୦୯ ବର୍ଷ ରହିଛି । ତେବେ ୧୦ ଜଣ ଏଭଳି ଭୋଟର ରହିଛନ୍ତି ଯେଉଁମାନଙ୍କ ବୟସ ୧୧୦ରୁ ୧୧୯ ବର୍ଷ ରହିଛି । ତେବେ ବହୁ ନୂଆ ଭୋଟର ମଧ୍ୟ ଯୋଡ଼ି ହୋଇଛନ୍ତି ।