ବିସିସିଆଇର ସଭାପତି ଭାବେ ଦାୟିତ୍ୱ ନେଲେ ସୌରଭ ଗାଙ୍ଗୁଲି

1 min read

ବୋର୍ଡ ଅଫ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆର ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । ଆଜି ମୁମ୍ବାଇରେ ସେ ବିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗାଙ୍ଗୁଲିଙ୍କ ସହ ଜୟ ଶାହା, ଅରୁଣ ଧୁମଲ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୩୩ ମାସ ଧରି ସିଓଏ (କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ) ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିଲା ।

ଏବେ ଗାଙ୍ଗୁଲି ଆସନ୍ତା ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ରହିବେ । ଏହାପରେ ସେ ନିଶ୍ଚିତ କୁଲିଂ ଅଫ୍ ପିରିୟଡରେ ଯିବେ । ସବୁ ମହଲରୁ ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ମିଳିଛି । ତେବେ ସେ ପ୍ରଥମ କ୍ରିକେଟର ଭାବେ ବିସିସିଆଇର ସଭାପତି ହୋଇଛନ୍ତି । ପୂର୍ବରୁ ଅଣ କ୍ରିକେଟର ମାନେ ଏହି ପଦବୀରେ ରହୁଥିଲେ ।

')}

Leave a Reply