କେକେଆର ବିପକ୍ଷ ମ୍ୟାଚରେ କୋହଲିଙ୍କ ଆଉଟକୁ ନେଇ ଏମିତି କହିଲେ ମହମ୍ମଦ କୈଫ୍

ନନ୍ଦିଘୋଷ ବ୍ୟୁରୋ: ରବିବାର ଖେଳାଯାଇଥିବା ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବାଙ୍ଗାଲୋରକୁ ମାତ୍ର ୧ ରନରେ ପରାସ୍ତ କରିଛି କୋଲକାତା । ମାତ୍ର ଏହି ମ୍ୟାଚରେ କୋହଲିଙ୍କ ଆଉଟକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଏହା ଏକ ନୋ ବଲ ରହିଥିଲା ବୋଲି ଫ୍ୟାନ୍ସମାନେ ମଧ୍ୟ ନିଜର ସୋସିଆଲ ମିଡିଆ ପେଜରେ ଲେଖୁଛନ୍ତି । କୋହଲି ମାତ୍ର ୭ ବଲରୁ ୧୮ ରନ କରିଥିବାବେଳେ ଏକ ହାଇଟ ଫଲଟସ ବଲରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ସେ ରହିଥିଲେ ଦଳ ବିଜୟୀ ହୋଇଥାଆନ୍ତା ବୋଲି ମଧ୍ୟ ଫ୍ୟାନ୍ସମାନେ ଯୁକ୍ତି ବାଢ଼ିଛନ୍ତି । ତେବେ ଏହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି । କୋହଲି ଆଉଟ ହୋଇଥିବା ବଲଟି ଅଣ୍ଟା ଉପରେ ରହିଥିଲା । ତେବେ ସେ ଫିଲ୍ଡରୁ ବାହାରେ ଥିବାରୁ ଟିଭି ଅମ୍ପାୟାର ତାଙ୍କୁ ଆଉଟ କହିଥିଲେ । ମାତ୍ର କୋହଲି ଏହି ନିଷ୍ପତ୍ତି କ୍ଷୁବ୍ଧ ହୋଇଥିଲେ । ଏବଂ ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ । ମାତ୍ର ଏହି ମ୍ୟାଚଟି ବେଶ ରୋମାଞ୍ଚକ ହୋଇଥିଲା । ମାତ୍ର ୧ ରନରେ ବାଙ୍ଗାଲୋରକୁ ପରାଜୟ ବରଣ କରିବାକୁ ପଡ଼ିଥିଲା ।