ଶତକ ମାରି ଚେନ୍ନାଇକୁ ହରାଇବା ପରେ ଏମିତି କହିଲେ ଷ୍ଟୋଇନିସ୍

1 min read

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଅନୁଷ୍ଠିତ ଚଳିତ ଆଇପିଏଲର ୩୯ ନମ୍ବର ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଏହି ମ୍ୟାଚରେ ମାର୍କସ ଷ୍ଟୋଇନିସଙ୍କ ଲଢ଼ୁଆ ଶତକ ଲକ୍ଷ୍ନୌକୁ ବିଜୟୀ କରିଛି । ସାଥୀ ଖେଳାଳିମାନେ ଆଉଟ ହୋଇଥିଲେ ସୁଦ୍ଧା ଶକ୍ତିଶାଳି ଚେନ୍ନାଇର ବୋଲରଙ୍କୁ ଏକାକି ଧୋଇଥିଲେ ଷ୍ଟୋଇନିସ୍ । ତେବେ ଷ୍ଟୋଇନିସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ କଣ୍ଟ୍ରାକ୍ଟ ମିଳିନାହିଁ । ଜୁନ ୩୦ରେ ତାଙ୍କର କଣ୍ଟ୍ରାକ୍ଟ ଶେଷ ହେଉଥିବାବେଳେ ନୂଆ କଣ୍ଟ୍ରାକ୍ଟରେ ତାଙ୍କୁ ସାମିଲ କରାଯାଇନାହିଁ ।

ଯଦିଓ ଦଳରେ ତାଙ୍କୁ କଣ୍ଟ୍ରାକ୍ଟ ମିଳିନାହିଁ ତଥାପି ତାଙ୍କ ପ୍ରଦର୍ଶନ ଦେଶ ଉପରେ ପ୍ରଭାବ ପକାଇବ । ଆଗକୁ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ତାଙ୍କୁ ଦଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ଷ୍ଟୋଇନିସ କହିଛନ୍ତି କି ମୋର କଣ୍ଟ୍ରାକ୍ଟ କଟିଲେ କିଛି ଦୁଃଖ ନାହିଁ । ମୋ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁ । ମାତ୍ର ମୁଁ ଟି-୨୦ ବିଶ୍ବକପରେ ଖେଳିବାକୁ ଚାହୁଁଛି । ଏହାସହ ସେ କହିଛନ୍ତି କି, ଆଇପିଏଲ ଆମ କ୍ୟାରିୟର ପାଇଁ ବହୁତ ସହାୟକ ହେଉଛି । ଦେଶ ପାଇଁ ଖେଳିବାର ସୁଯୋଗ ଦେଉଛି । ଆମ ପ୍ରଦର୍ଶନ ଆନ୍ତର୍ଜାତୀୟ ଟିମରେ ମଧ୍ୟ ସ୍ଥାନ ପକ୍କା କରୁଛି । କହି ରଖୁଛୁ କି, ୨୦୨୨ରେ ଲକ୍ଷ୍ନୌ ଷ୍ଟୋଇନିସଙ୍କୁ ଲକ୍ଷ୍ନୌ ୯.୨ କୋଟିରେ କିଣିଛି । ଏହାସହ ଦଳ ତାଙ୍କୁ ରିଟେନ କରିଥିବାବେଳେ ୩ଟି ସିଜିନରେ ଲକ୍ଷ୍ନୌ ପାଇଁ ଖେଳୁଛନ୍ତି ।