ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅଧ୍ୟକ୍ଷ ଦାୟିତ୍ୱରେ ପରେଶ ରାଓ୍ୱଲ

1 min read

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ପ୍ରସିଦ୍ଧ କଳାକାର ପରେଶ ରାଓ୍ୱଲ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜେପିର ପୂର୍ବ ଲୋକସଭା ସାଂସଦ ପରେଶ ରାଓ୍ୱଲଙ୍କୁ ଏନଏସଡିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ତାଙ୍କୁ ୪ ବର୍ଷ ପାଇଁ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଏହି ପଦ ୨୦୧୭ରୁ ଆରମ୍ଭ ହୋଇଥିଲା ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ପରେଶ ରାଓ୍ୱଲଙ୍କୁ ଏନଏସଡିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ହେବାକୁ ନେଇ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି କି ପ୍ରଖ୍ୟାତ କଳାକାର ମାନନୀୟ ପରେଶ ରାଓ୍ୱଲଙ୍କୁ ରାଷ୍ଟ୍ରପତି ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ତାଙ୍କ ପ୍ରତିଭାର ଲାଭ ଦେଶର କଳାକାର ଏବଂ ଛାତ୍ରଙ୍କୁ ମିଳିବ । ଏହା ସହିତ ଲେଖିଛନ୍ତି ଶୁଭକାମନା ।

 

ଏନଏସଡିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରି ନୂଆ ଚେୟାରମ୍ୟାନଙ୍କୁ ଶୁଭକାମନା ଜଣାଇଛନ୍ତି । ଏହା ସହିତ ଲେଖାଅଛି କି ମାନନୀୟ ରାଷ୍ଟ୍ରପତି ଜଣାଶୁଣା ଅଭିନେତା ଏବଂ ପଦ୍ମଶ୍ରୀ ପୁରସ୍କୃତ ପରେଶ ରାଓ୍ୱଲଙ୍କୁ ଏନଏସଡିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ଏହି ଲିଜେଣ୍ଡଙ୍କୁ ଏନଏସଡି ପରିବାର ସ୍ୱାଗତ କରୁଛି ଏବଂ ସେ ଏହାକୁ ଉନ୍ନତି ପଥରେ ପହଞ୍ଚାନ୍ତୁ ବୋଲି ମଧ୍ୟ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ ରହିଛି ।

 

୬୫ ବର୍ଷୀୟ ପରେଶ ସିନେମା ଏବଂ ଥିଏଟରର ପ୍ରସିଦ୍ଧ କଳାକାର । ତାଙ୍କ ଅଭିନୟର ଜଲଓ୍ୱା ପ୍ରତ୍ୟେକ ଯୁବପିଢୀକୁ ପସନ୍ଦ ଆସିଥାଏ । ଅଧ୍ୟକ୍ଷ ଭାବରେ ଏହା ତାଙ୍କ ପାଇଁ ଖୁବ ଚ୍ୟାଲେଜିଙ୍ଗ ଏବଂ ମଜାଦାର ରହିବ ବୋଲି ସେ କହିଛନ୍ତି ।

Leave a Reply