ନବରଙ୍ଗପୁର ଜିଲ୍ଲପାଳଙ୍କ ଫେସ୍‌ବୁକ୍‌ ହ୍ୟାକ୍

More Than 50 Crore Facebook Users Account Data Leaked On Hackers Website

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲପାଳଙ୍କ ଫେସ୍‌ବୁକ୍‌ ହ୍ୟାକ୍ । କୌଣସି ଦୁର୍ବୃତ୍ତ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାକ୍ କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ଫେସ୍‌ବୁକ ମେସେଞ୍ଜରରୁ ବିଭିନ୍ନ ବ୍ୟକ୍ତିଙ୍କୁ ଟଙ୍କା ମଗାଯାଇଥିବା ସୂଚନା ମିଳିଛି । ତେବେ ଏହାକୁ କେହି ବିଶ୍ୱାସ ନକରିବା ପାଇଁ ଓ ଟଙ୍କା ନଦେବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଟଙ୍କା ପାଇଁ ହ୍ୟାକର ଏପରି ନୂଆ ତରିକା ଆପଣେଇଛନ୍ତି ।

ସୂଚନା ଅନୁସାରେ ନନ୍ଦିଘୋଷ ଟିଭିର ନବରଙ୍ଗପୁର ପ୍ରତିନିଧିଙ୍କୁ ମଧ୍ୟ ଜିଲ୍ଲାପାଳଙ୍କ ଫେସ୍‌ବୁକ୍‌ ମେସେଞ୍ଜରରୁ ଟଙ୍କା ପାଇଁ ମେସେଜ୍ ଆସିଥିଲା । ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇବା ପରେ, ଜଣେ ନୁହେଁ ବହୁ ବ୍ୟକ୍ତିଙ୍କୁ ଏପରି ମେସେଜ ଯାଇଥିବା କଥା ସାମ୍ନାକୁ ଆସିଛି । ନବରଙ୍ଗପୁର ଏସ୍‌ପିଙ୍କୁ ଏନେଇ ଅବଗତ କରାଯାଇଛି ।

ପୂର୍ବରୁ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌ ମଧ୍ୟ ହ୍ୟାକ୍‌ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ କେହି ଦୁର୍ବୃତ୍ତ ବିଭିନ୍ନ ପ୍ରକାର ଫଟୋ ପୋଷ୍ଟ କରିଥିଲା । ଏହାପରେ ମନ୍ତ୍ରୀ ଅରୁଣ ସାହୁ ତାଙ୍କର ଅନ୍ୟ ଏକ ଫେସ୍‌ବୁକ୍‌ ଆକାଉଣ୍ଟରୁ ଏନେଇ ସୂଚନା ଦେଇଥିଲେ ।

Leave a Reply