କାଠଫାଳିଆରେ ମାଡ଼ ମାରି ପୁଅକୁ ହତ୍ୟା କଲା ଖୋଦ୍‌ ଜନ୍ମ କଲା ବାପା

Crime

ଗଞ୍ଜାମ/ କୋରାପୁଟ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗାଁରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ । ଖୋଦ୍‌ ଜନ୍ମ କଲା ବାପା ନିଜ ପୁଅକୁ ହତ୍ୟା କରିଥିବା ଅବିଯୋଗ ହୋଇଛି । ମୃତକ ଜଣକ ହେଲେ ଜିତେନ୍ଦ୍ର ବିଶୋୟୀ । ପାରିବାରିକ କଳହକୁ ନେଇ ବାପା ଜୟ ବିଶୋୟୀ ଏକ କାଠ ଫାଳିଆରେ ନିଜ ବଡ଼ ପୁଅ ଜିତେନ୍ଦ୍ର ବିଶୋଇକୁ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରିଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ, ଏକ ହତ୍ୟା ମାମଲା ରୁଜୁକରି ଶବକୁ ବ୍ୟବଛେଦ ପାଇଁ ପଠାଇଛି । ହତ୍ୟାକାରୀ ବାପାକୁ ଅଟକ ରଖି ଘଟଣାର ତଦନ୍ତ ଜାରିରଖିଛି ପୋଲିସ ।

Crime

ସୂଚନାଅନୁସାରେ ଦୀର୍ଘ ଏକ ଏକମାସ ହେବ ଜିତେନ୍ଦ୍ର ତାଙ୍କ ପରିବାରରେ କଳହ କରିଆସୁଥିଲେ । ବାପାଙ୍କୁ ମଧ୍ୟ ନିର୍ଯାତନା ଦେଇ ଆସୁଥିଲେ । ଗୁରୁବାର ସକାଳେ ମଧ୍ୟ ଜିତେନ୍ଦ୍ର ଘରେ କଳି କରିଥିବାବେଳେ ବାପାଙ୍କୁ ମଧ୍ୟ ଛାଡ଼ିନଥିଲେ । ଏହି କାରଣରୁ ରାଗିଯାଇ ବାପା ଜୟ ବିଷୋୟୀ ଘର ପାଖରେ ଥିବା ଏକ କାଠ ଫାଳିଆରେ ନିଜ ପୁଅ ଜିତେନ୍ଦ୍ର ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ, ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

Crime

ସେହିଭଳି କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ମଧ୍ୟ ହତ୍ୟାକାଣ୍ଡ ଘଟିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସଂଘବଧ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା  ଦଶମନ୍ତପୁର ବ୍ଲକ ଘାଣ୍ଟ୍ରାଗୁଡ଼ା ଗାଁରେ ଘଟିଛି । ମୃତକ ହେଲେ ଲଛ ମୁଦୁଲି ଓ ଚିଙ୍ଗି ମୁଦୁଲି । ହତ୍ୟାକାଣ୍ଡ ପରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ୮ ରୁ ୧୦ଜଣ ଲୋକ ଦୁମ୍ପତିଙ୍କୁ ଘରୁ ଘୋଷାଡି ଆଣି ବାହାରେ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ମୃତ ଦମ୍ପତି ଓ ଅଭିଯୁକ୍ତଙ୍କ ମଧ୍ୟରେ ବଚସା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟ ହୋଇଥିଲା । ଏଥିରେ ଗାଁର ଅନ୍ୟ ୩ଜଣ ମଧ୍ୟ ଆହତ ହୋଇ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ଆହତ ହୋଇଥିବା କମଳାଙ୍କ ସ୍ୱାମୀ ନୀର ମୁଦୁଲିକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Leave a Reply