କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟବିତ୍ତ ଶ୍ରେଣୀକୁ ଭେଟି, ମାଗଣାରେ ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ଷର ଅଧିକାଂଶ ସମୟରେ ଗରିବ ଲୋକଙ୍କ ନିମନ୍ତେ ଭିନ୍ନ ଭିନ୍ନ ଯୋଜନାମାନ ପ୍ରସ୍ତୁତ କରନ୍ତି । ତେବେ କୁହାଯାଏ ବିଭିନ୍ନ ସୁବିଧାରୁ ବଞ୍ଚିତ ହୁଅନ୍ତି ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ବିଶେଷ । କିନ୍ତୁ ଆମେ ଏଭଳି ଏକ ଯୋଜନା ବିଷୟରେ ଆଲୋଚନା କରୁଛୁ ଯାହାର ଲାଭ ଉଠାଇ ପାରିବେ ମଧ୍ୟବତ୍ତ ପରିବାର । କେନ୍ଦ୍ର ସରକାର ଏହି ବର୍ଗର ଲୋକଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ହେଉଛି ‘ଆୟୁଷ୍ମାନ ଭାରତ’ ଯୋଜନା ’ । ଏହାର ଲାଭ ଯଦି ଏହି ବର୍ଗର ବ୍ୟକ୍ତି ବିଶେଷ ଉଠାଇ ପାରିବେ, ତେବେ ସରକାରଙ୍କ ତରଫରୁ ଏହା ଏକ ଭେଟି ହେବ ନିଶ୍ଚୟ । ଏହାଦ୍ୱାରା ଦେଶର ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ । ଯଦିଓ ଏହା ପୂର୍ବରୁ ଏହି ଯୋଜନାର ଲାଭ କେବଳ ଆର୍ଥିକ ପରିସ୍ଥିତିରେ ପଛରେ ରହିଥିବା ଲୋକ ଉଠାଇ ପାରୁଥିଲେ, ଏବେ କିନ୍ତୁ ଏହି ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା ସୁବିଧା ମଧ୍ୟବିତ୍ତ ବର୍ଗର ବ୍ୟକ୍ତି ପାଇ ପାରିବେ ।

ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦ୍ୱାରା ସମସ୍ତ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଏକାଠି କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାକୁ ଦେଶ ସାରା ଲାଗୁ କରିବାକୁ ଥିବା ସଂସ୍ଥା ନ୍ୟାସନାଲ ହେଲଥ ଅଥୋରିଟିର ଗଭର୍ଣ୍ଣଂ କାଉନସିଲ ଏଥିପାଇଁ ଅନୁମତି ଦେଇ ସାରିଛି । ଏନ.ଏଚ.ଏର କହିବା ଅନୁସାରେ ଏହି ଯୋଜନା ଦ୍ୱାରା ଇନଫର୍ମାଲ ସେକ୍ଟରରେ କାମ କରୁଥିବା ଲୋକ ଅଧିକ ଉପକୃତ ହୋଇ ପାରିବେ ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ କହିବା ମୁତାବକ ଏନ.ଏଚ.ଏର ଗଭର୍ଣ୍ଣଂ ବୋର୍ଡ଼ ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ମନ୍ତ୍ରାଳୟ ଦ୍ୱାରା ଚଲା ଯାଉଥିବା ସ୍ୱାସ୍ଥ୍ୟ ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ଏକୀକୃତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି ।

ସରକାରୀ ଏବଂ ଘରୋଇ ସଂସ୍ଥାରେ କାମ କରୁଥିବା ଲୋକ, ନିର୍ମାଣ କ୍ଷେତ୍ରରେ କାମରେ ଲାଗୁଥିବା ଲୋକ, ସେଣ୍ଟ୍ରାଲ ଆର୍ମଡ ଫୋର୍ସ ଜଓ୍ୱାନ ଏବଂ ସଡ଼କ ଦୁର୍ଘଟଣାରେ ଶୀକାର ହୋଇଥିବା ଲୋକ ଏହି ସୁବିଧାର ଲାଭ ଉଠାଇ ପାରିବେ ।

Leave a Reply