ନଜର ପକାନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ କେଉଁସବୁ ରୋଗର ସମ୍ମୁଖୀନ ହେବାକୁ ପଡ଼େ ଏବଂ ଏହାର ଉପଚାର

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରା ଲାଗି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ତେବେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ଜନ ଜୀବନ ପ୍ରତି ବିପଦ ରହିଥାଏ । ଏପରିକି ଜୀବନ ଚାଲିଯିବାର ମଧ୍ୟ ଭୟ ରହିଥାଏ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ମଣିଷକୁ ହାର୍ଟ ଆଟାକ ମଧ୍ୟ ଆସିପାରେ । ସାଧାରଣତଃ ଖରାଦିନରେ ଅଧିକାଂଶ ଲୋକେ ଶୀଘ୍ର ଥକି ପଡ଼ନ୍ତି । ଶରୀରର ତାପମାତ୍ରା ସ୍ବାଭାବିକ ରହେ ନାହିଁ । ହାଲିଆ ଲାଗିବା ସହ ଥକାପଣ ମଧ୍ୟ ଅନୁଭବ ହୋଇଥାଏ । ଯାହାକି ହାର୍ଟ ଆଟାକର ଲକ୍ଷଣ ବୋଲି ଡାକ୍ତରମାନେ କୁହନ୍ତି । ଏଣୁ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ଅନ୍ୟପଟେ ଯଦି ଅତ୍ୟଧିକ ଖରାରେ ଆପଣ ବୁଲି ଆସନ୍ତି ତାହେଲେ ମୁଣ୍ଡବିନ୍ଧା ହୋଇଥାଏ । ଶରୀରରେ ଜଳର ପରିମାଣ କମିବା କାରଣରୁ ଏଭଳି ଅନୁଭବ ହୋଇଥାଏ । ମୁଖ୍ୟତଃ ବ୍ରଡ ପ୍ରେସର ସଠିକ ସମୟରେ ଚେକ୍ ନକଲେ ଏଭଳି ଲାଗିଥାଏ । ଏହା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ବୋଲି କୁହାଯାଇପାରେ । ହାର୍ଟ ସ୍ପେଶାଲିଷ୍ଟ ଅଜିତ ଜେନା କହିଛନ୍ତି କି, ଅଧିକ ଖରା କାରଣରୁ ହୃଦଘାତ ହୋଇଥାଏ । ମୁଖ୍ୟତଃ ଉତାପ ବୃଦ୍ଧି କାରଣରୁ ଶରୀର ଏହାର ତାପାମାତ୍ରା ବଜାୟ ରଖିବାକୁ ଚେଷ୍ଟା କରିଥାଏ । ଏହି କାରଣରୁ ଶରୀର ଅଧିକ ରକ୍ତ ସଞ୍ଚାଚଳ କରିବାକୁ ପଡ଼େ । ତେବେ ଖରା ସମୟରେ ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଶିଶୁମାନେ ବାହାରକୁ ନଯିବା ଉଚିତ । ଏମାନଙ୍କ କ୍ଷେତ୍ରରେ ଅଧିକାଂଶ ପ୍ରଭାବ ପଡ଼ିଥାଏ ।