ଗ୍ରହ-ବାସ୍ତୁ ଦୋଷ ଦୂର କରେ ତୁଳସୀ ଜଟା, ଜାଣନ୍ତୁ କେମିତି କରିବେ ଏହାର ସଠିକ୍ ବ୍ୟବହାର

1 min read

ବ୍ୟୁରୋ ରିପୋର୍ଟ: ପ୍ରତ୍ୟେକ ହିନ୍ଦୁଙ୍କ ଘରେ ତୁଳସୀ ଗଛ ରହିଥାଏ। ଘରେ ତୁଳସୀ ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ହେଲେ ଆପଣ ଜାଣିଛନ୍ତି କି ତୁଳସୀ ସହିତ ଏଥିରେ ବାହାରୁଥିବା ଜଟାରୁ ମଧ୍ୟ ବିଶେଷ ଲାଭ ମିଳିଥାଏ। ଏହାକୁ ଘରେ ରଖିବା ଦ୍ୱାରା ଗ୍ରହ-ବାସ୍ତୁ ଦୋଷ ଦୂର ହେବା ସହ ଧନ ଓ ସମୃଦ୍ଧି କେବେ କମ ହୋଇନଥାଏ। କିନ୍ତୁ ଏହାର କିଛି ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ଘରୁ ନକାରତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ତୁଳସୀ ଜଟାର ଫାଇଦା ଏବଂ ଏହାର ସଠିକ୍ ବ୍ୟବହାର ।

ହିନ୍ଦୁ ଧର୍ମରେ ତୁଳସୀଙ୍କ ପୂଜା ବିନା ଭଗବାନ ବିଷ୍ଣୁଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ବିଶ୍ଵାସ କରାଯାଏ। ଯେଉଁ ଘରେ ତୁଳସୀ ରହିଥାନ୍ତି, ସେଠାରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଶାସ୍ତ୍ରରେ ତୁଳସୀ ଜଟାକୁ ଖାସ ବୋଲି କୁହାଯାଇଛି। ଯାହାର ପ୍ରୟୋଗ ଦ୍ୱାରା ଧନ ଓ ସମୃଦ୍ଧି କେବେ କମ ହୋଇନଥାଏ । ତେବେ ଚାଲନ୍ତୁ ଜାଣିବା ତୁଳସୀ ଜଟାର ବ୍ୟବହାର।

ଯେତେବେଳେ ତୁଳସୀ ଗଛରେ ଜଟା ହେବା ଆରମ୍ଭ କରେ, ସେତେବେଳେ ଏହାକୁ ଭାଙ୍ଗି ଶ୍ରୀ ହରିଙ୍କ ପାଦରେ ଅର୍ପଣ କରନ୍ତୁ। ଏହାଦ୍ୱାରା ତୁଳସୀ ଗଛ ଶୁଖିବ ନାହିଁ ଏବଂ ଶୀଘ୍ର ବଢିବ। ଯାହା ଘର ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ସକାଳେ ସବୁଦିନ ଗଙ୍ଗାଜଳରେ ତୁଳସୀ ଜଟାକୁ ବୁଡ଼ାଇ ଘରର ସବୁ କୋଣରେ ଛିଞ୍ଚନ୍ତୁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ଦୂର ହେବା ସହ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ଧ୍ୟାନ ରଖିବେ ଏହାର ପାଣି କିମ୍ୱା ଜଟା ଯେପରି ଗୋଡରେ ନପଡେ।

ଏହି ଜଟାକୁ ପ୍ରତ୍ୟେକ ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜାରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ଅଶେଷ କୃପା ମିଳିବ । ଏବଂ ଧନ ସମୃଦ୍ଧି ବୃଦ୍ଧି ହେବ । ତୁଳସୀ ଜଟାକୁ ଏକ ଲାଲ୍‌ କପଡାରେ ବାନ୍ଧି ଧନ ସ୍ଥାନରେ ରଖିଦିଅନ୍ତୁ। ଏହାକୁ କପଡାରେ ବାନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣଙ୍କୁ ଅର୍ପଣ କରନ୍ତୁ। ଏହା ବ୍ୟତୀତ ଆପଣ ଏହାକୁ ଘରର ପୂର୍ବ ଦିନରେ ମଧ୍ୟ ରଖିପାରିବେ । ଏହା କରିବା ଦ୍ୱାରା ପକେଟ ସର୍ବଦା ପୂର୍ଣ୍ଣ ରହିଥାଏ।