ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍

1 min read

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ।ନ୍ୟୁଜିଲାଣ୍ଡ ଗସ୍ତରେ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ ଆଜି ଠାରୁ ସ୍ୱଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବ । ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଅପରାହ୍ନ ସାଢ଼େ ଗୋଟାଏରୁ ଖେଳାଯିବ । ଦକ୍ଷିଣ ଆଫ୍ରିକା ଏବେ ମଜବୁତ ସ୍ଥିତିରେ ଅଛି । ଦକ୍ଷିଣ ଆଫ୍ରିକା ନିକଟରେ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରିବା ପରେ ଦଳର ମାନବଳ ଦୃଢ଼ ରହିଛି । ଅନ୍ୟପକ୍ଷରେ ଭାରତ ନିଜର ମାଟିରେ ଖେଳୁଥିବାରୁ ଦକ୍ଷିଣ ଆଫ୍ରିକା ଉପରେ ଚାପ ପ୍ରୟୋଗ କରିପାରେ । ଏହି ସିରିଜରେ ଶିଖର ଧବନ, ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର କମ ବ୍ୟାକ୍ କରିଛନ୍ତି।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୧ଟି ଶୃଙ୍ଖଳା ଖେଳାଯାଇଛି । ଏଥିରୁ ୫ଟିରେ ଭାରତ ଜିତିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ସମାନ ପରିମାଣରେ ଶୃଙ୍ଖଳା ଜିତିଥିବା ବେଳେ ଗୋଟିଏ ଡ୍ର ହୋଇଛି ।

Leave a Reply