ଅଣ୍ଡର ସେଭେଣ୍ଟିନ ମହିଳା ଫିଫା ବିଶ୍ୱକପ୍ ଉପରେ କରୋନା ଖଣ୍ଡା

ଭୁବନେଶ୍ୱର: କରୋନା ପାଇଁ ବିଶ୍ୱବାସୀ ଭୟରେ ଥିବା ବେଳେ ଏବେ ଏହା କ୍ରୀଡ଼ା ଜଗତକୁ ପ୍ରଭାବିତ କରିବାକୁ ଯାଉଛି । ଟୋକିଓ ଅଲିମ୍ପିକ ଘୁଞ୍ଚିବାର ଆଶଙ୍କା ଦେଖାଦେଇଛି । ଏପଟେ ନଭେମ୍ବରରେ ଓଡ଼ିଶାରେ ଖେଳାଯିବାକୁ ଥିବା ଅଣ୍ଡର ସେଭେଣ୍ଟିନ ମହିଳା ଫିଫା ବିଶ୍ୱକପର ଆୟୋଜନ ମଧ୍ୟ ଅନିଶ୍ଚିତତାରେ ।

ସାରା ବିଶ୍ୱର ଅନେକ କ୍ରୀଡ଼ା ଏବେ କରୋନାର କରାଳ ରୂପରେ ଧୋଇଯିବାର ଡ଼ର ରହିଛି । କରୋନା ପାଇଁ ଟୋକିଓ ଅଲିମ୍ପିକ ଘୁଞ୍ଚିବାର ଅନେକ ସମ୍ଭାବନା ରହିଛି । ଓଡ଼ିଶାରେ ହେବାକୁ ଥିବା ଅଣ୍ଡର ସେଭେଣ୍ଟିନ୍‌ ମହିଳା ଫିଫା ବିଶ୍ୱକପ ମଧ୍ୟ ଅନିଶ୍ଚିତତା ଘେରରେ । ଫିଫାର ଏହି ବଡ଼ ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ ଭାରତ ଆୟୋଜନ କରୁଥିବାବେଳେ, ଏହାର ପ୍ରମୁଖ ଭେନ୍ୟୁ କଳିଙ୍ଗ ଷ୍ଟାଡ଼ିୟମ ରହିଥିଲା । ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ତେବେ କରୋନାର ସ୍ଥିତିକୁ ଦେଖିଲେ ଏହି ପ୍ରତିଯୋଗିତା ବାତିଲା ହେବାର ସମ୍ଭାବନା ଥିବା କହିଛନ୍ତି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

୨୦୨୦ରେ ହେବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ଇଭେଣ୍ଟ  ବନ୍ଦ ହେବାର ଆଶଙ୍କା ରହିଛି । ଦିଲ୍ଲୀର ହେବାକୁ ଥିବା ସୁଟି ବିଶ୍ୱକପ ଏବଂ ଭୁବନେଶ୍ୱରରେ ହେବାକୁ ଥିବା ଫିଫା କ୍ୱାଲିଫାୟର୍ସ ସ୍ଥଗିତ ହୋଇସାରିଛି । କେବଳ ଏତିକି ନୁହେଁ ସ୍ପେନ, ଦୁବାଇରେ ହେବାକୁ  ଥିବା ପାରା ବ୍ୟାଡମିଣ୍ଟନ ମଧ୍ୟ ବାତିଲ ହୋଇସାରିଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କ୍ରୀଡ଼ାବିତ୍‌ ।

କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ଏବଂ ଅଧିକାରୀଙ୍କ ଉପରେ ଲାଗୁହୋଇଛି କରୋନା କଟକଣା । କୈାଣସି ଅନ୍ତର୍ଜାତୀୟ ଇଭେଣ୍ଟ କିମ୍ବା ସ୍ପୋର୍ଟ୍ସ କାର୍ଯ୍ୟକ୍ରମରେ ଯୋଗନଦେବାକୁ ବାରଣ କରାଯାଇଥିବା କହିଛନ୍ତି କ୍ରୀଡ଼ାମନ୍ତ୍ରୀ ।

 

Leave a Reply