ବଦଳିଲା IPL ତାରିଖ, ମାର୍ଚ୍ଚ ୨୯ରୁ ଖେଳାଯିବ ନାହିଁ ମ୍ୟାଚ୍

1 min read

ନୂଆଦିଲ୍ଲୀ: ଖେଳ ପ୍ରେମୀଙ୍କ ପାଇଁ ଦୁଃଖ ଖବର । କରୋନା ପାଇଁ ମାର୍ଚ୍ଚ ୨୯ରୁ ଆରମ୍ଭ ହେବନି ଇଣ୍ଡିଆନ୍ ପ୍ରିମୟର ଲିଗ (IPL)ର ୧୩ତମ ସଂସ୍କରଣ । ବିଶ୍ୱର ଏହି ଲୋକପ୍ରିୟ ପ୍ରତିଯୋଗିତାକୁ ନେଇ ଖେଳାଳି ଓ ଖେଳପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍ସାହ ଥିବା ବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଏପ୍ରିଲ୍ ୧୫ ଯାଏଁ ଆଇପିଏଲ ସ୍ଥଗିତ ରହିଛି । ତେବେ, ୧୫ ପରେ କରୋନା ଭାଇରସର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ସ୍ଥିତିରେ ସୁଧାନ ନ ଆସିଲେ ଆଇପିଏଲ୍ ସିଜିନ୍-୧୩ ସମ୍ପୂର୍ଣ୍ଣ ବାତିଲ୍ କରାଯିବାର ସମ୍ଭାବନା ରହିଛି । ଏନେଇ ଆସନ୍ତାକାଲି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ନିଷ୍ପତ୍ତି ନିଆଯିବ ।

ସେପଟେ ପ୍ରଥମେ ମହାରାଷ୍ଟ୍ର, କର୍ଣ୍ଣାଟକ ପରେ ଆଜି ଦିଲ୍ଲୀ ସରକାର ଆଇପିଏଲ ମ୍ୟାଚ୍ ଖେଳାଯିବା ନେଇ କଟକଣା ଜାରି କରିଥିଲେ । ଦିଲ୍ଲୀରେ ଖେଳାଯିବାକୁ ଥିବା ସମସ୍ତ ଆଇପିଏଲ୍ ମ୍ୟାଚ ଉପରେ ସରକାର ଦଲ୍ଲୀ ସରକାର କଟକଣା ଲଗାଇଥିଲେ ।

ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ

ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି କରୋନା ରୋକିବାକୁ ନିଆଯାଉଥିବା ପଦେକ୍ଷପକୁ ସମସ୍ତେ ମାନିବା ଉଚିତ ବୋଲି ଅନେକ କହିଛନ୍ତି । ଯଦି ବିନା ଦର୍ଶକରେ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଉଛି ବା ଏହାକୁ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଉଛି, ତାହେଲେ ସମସ୍ତେ ଏହାକୁ ସମର୍ଥନ କରିବା ଆବଶ୍ୟକ । କରୋନା ଭାଇରସ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜର ଶେଷ ୨ଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଯେଉଁମାନେ ଟିକେଟ୍‌ କିଣିଛନ୍ତି ସେମାନଙ୍କ ଟଙ୍କା ଫେରାଇ ଦିଆଯିବ ବୋଲି କୁହାଯାଇଛି ।

Leave a Reply