ପୋଲିସ ଉପରେ ହ୍ୟାକର୍ସଙ୍କ ହମଲା, ଏସିପିଙ୍କ ପରେ IICଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

1 min read
Hackers Targeting Facebook Demands Money From Friends

ଭୁବନେଶ୍ୱର: ଆପଣ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି କି ? ଯଦି ହଁ, ତେବେ ସାବଧାନ ! ଆପଣଙ୍କ ଫେସ୍‌ବୁକ ଆକାଉଣ୍ଟ ହୋଇପାରେ ହ୍ୟାକ । ସମସ୍ତ ଡାଟା ସହ ଆପଣଙ୍କ ଆକାଉଣ୍ଟରେ ଥିବା ସାଙ୍ଗମାନଙ୍କଠାରୁ ମଧ୍ୟ ଟଙ୍କା ଲୁଟ ହୋଇପାରେ । ଲକ୍‌ଡାଉନ୍‌ ସମୟରେ ଶହଶହ ଫେସ୍‌ବୁକ ହ୍ୟାକ କରି ହ୍ୟାକର୍‌ମାନେ ଲକ୍ଷଲକ୍ଷ ଟଙ୍କା ଲୁଟିଛନ୍ତି । ପୋଲିସ, ସାମ୍ବାଦିକ ଓ ସରକାରୀ କର୍ମଚାରୀମାନେ ଠକେଇରୁ ବାଦ ପଡ଼ିନାହାନ୍ତି ।

Hackers Targeting Facebook Demands Money From Friends

ଲକ୍‌ଡାଉନ୍‌ରେ ହ୍ୟାକର ସକ୍ରିୟ । ରୋଜଗାର ପାଇଁ ଏମାନେ ବାଛିଛନ୍ତି ସର୍ଟକଟ୍ ବାଟ । ଲୋକଙ୍କୁ ଠକିବାପାଇଁ ଫେସବୁକ୍‌ ଆକାଉଣ୍ଟକୁ ଟାର୍ଗେଟ୍‌ କରୁଛନ୍ତି । ଫେସ୍‌ବୁକ୍‌କୁ ହ୍ୟାକ୍‌ କରି ୟୁଜର୍ସଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । କେବଳ ଫେସ୍‌ବୁକ୍‌ ନୁହେଁ, ଇ-ମେଲ୍ ଓ ଅନ୍ୟ ସୋସିଆଲ ମିଡିଆ ବି ହ୍ୟାକ କରି ଲଟୁଛନ୍ତି ଟଙ୍କା । ପୋଲିସ ଓ ସାମ୍ବାଦିକ ବି ହ୍ୟାକରଙ୍କ ଜାଲରୁ ବର୍ତ୍ତିନାହାନ୍ତି । ଗତ ୬ ମାସରେ ଏହି ସାଇବର ଅପରାଧ ୧୭ ପ୍ରତିଶତ ବୃଦ୍ଧି ପାଇଛି ।

Social Media Witnesses Controversial Post Related To Debi Durga, Police Registered FIR

କିଛିଦିନ ତଳେ ଏସିପି ଦୟାନିଧି ନାୟକଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ ହୋଇଥିଲା । ଏବେ ପୁଣି କମିଶନରେଟ ପୋଲିସର ଧଉଳି ଥାନା ଅଧିକାରୀଙ୍କ ଫେସ୍‌ବୁକ ଆକାଉଣ୍ଟ ହ୍ୟାକ କରି ଫ୍ରେଣ୍ଡ ଲିଷ୍ଟରେ ଥିବା ଲୋକଙ୍କୁ ଟଙ୍କା  ମାଗୁଛନ୍ତି ଅପରାଧୀ । ରାଜ୍ୟ ବାହାରୁ ଅପରେଟ ହେଉଥିବା ଏହି ହ୍ୟାକିଂ ସିଷ୍ଟମ ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ୯୪୨ଟି ସାଇବର ମାମଲା ରୁଜୁ ହୋଇଛି । ସେ ମଧ୍ୟରୁ ଲକଡାଉନ୍‌ ସମୟରେ ରୁଜୁ ହୋଇଛି ୬୫୦ଟି ମାମଲା ।

Leave a Reply