ସାବଧାନ ! ମୋବାଇଲରେ ରଖିଛନ୍ତି କି ଏହି ଆପ୍‌ ? ତେବେ ତୁରନ୍ତ ଡିଲିଟ୍‌ କରନ୍ତୁ…

1 min read

ନୂଆଦିଲ୍ଲୀ: ପ୍ଲେ-ଷ୍ଟୋରରୁ ୧୭ଟି ଆପ୍‌କୁ ହଟାଇଲା ଗୁଗୁଲ୍‌ । ଏହି ଆପଗୁଡିକ ଜୋକର୍ ନାମକ ମାଲଓୟାର୍ ଦ୍ୱାରା ପରିଚାଳିତ ହେଉଥିବା ଜଣାପଡିବା ପରେ ଏହି ନିଷ୍ପତି ନେଇଛି ଗୁଗୁଲ୍‌ । କିଛି ଦିନ ପୂର୍ବରୁ କାଲିଫର୍ନିଆରେ ଥିବା ଏକ ସୁରକ୍ଷା ସଂସ୍ଥା, ଏହି ଆପ୍‌ ଗୁଡ଼ିକ ତଥ୍ୟ ଚୋରି କରୁଥିବା ନେଇ ଗୁଗୁଲକୁ ସୂଚନା ଦେଇଥିଲା ।

ସୂଚନାଯୋଗ୍ୟ ଯେ ଜୋକର ମାଲଓୟାର ବଜାରରେ ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ଜୋକର ମାଲଓୟାର କିଛି ଆପ୍‌ ଦ୍ୱାରା ଲୋକଙ୍କ ମୋବାଇଲରୁ ତଥ୍ୟ ଚୋରି କରିଛି । ଅତୀତରେ ମଧ୍ୟ ଗୁଗୁଲ୍ ଜୋକର୍ ମାଲଓୟାର ଦ୍ୱାରା ଯୋଡ଼ି ହୋଇରହିଥିବା କିଛି ଆପ୍‌କୁ ପ୍ଲେ-ଷ୍ଟୋରରୁ ହଟାଇଛି ।

ବାସ୍ତବରେ ଏହି ଆପଗୁଡ଼ିକ ମୋବାଇଲରୁ କଣ୍ଟାକ୍ଟ ତାଲିକା, ମେସେଜ୍ ଓ ମୋବାଇଲର କିଛି ତଥ୍ୟ ଚୋରି କରନ୍ତି । Zscaler ସିକ୍ୟୁରିଟିର କହିବାନୁଯାୟୀ, ଏହି ମାଲଓୟାର ଆପ୍‌ଗୁଡ଼ିକ ମୋବାଇଲରୁ ତଥ୍ୟ ଚୋରି କରିବା ପାଇଁ ଡିଜାଇନ୍ କରାଯାଇଛି ।

ଗୁଗୁଲ୍‌ ଏହି ଆପ୍‌ଗୁଡ଼ିକୁ ପ୍ଲେ-ଷ୍ଟୋରରୁ ହଟାଇବା ପୂର୍ବରୁ ଏହାକୁ ୧.୨୦ ଲକ୍ଷ ଲୋକ ଡାଉନ୍‌ଲୋଡ୍‌ କରିସାରିଛନ୍ତି । ଆମେ ଆପଣଙ୍କୁ ସେହି ଆପ୍‌ଗୁଡ଼ିକର ଲିଷ୍ଟ ପ୍ରଦାନ କରୁଛୁ । ଯଦି ଆପଣ ଏହି ଆପ୍‌ଗୁଡ଼ିକୁ ଏବେ ବି ମୋବାଇଲ୍‌ରେ ରଖିଛନ୍ତି, ତେବେ ତୁରନ୍ତ ଏହାକୁ ଅନ୍‌ଇନ୍‌ଷ୍ଟଲ କରନ୍ତୁ ।

ଗୁଗୁଲ୍ ପକ୍ଷରୁ ପ୍ଲେ-ଷ୍ଟୋରରୁ ହଟାଯାଇଥିବା ଆପ୍‌ଗୁଡ଼ିକ ହେଲା:-

All Good PDF Scanner

Mint Leaf Message-Your Private Message

Unique Keyboard – Fancy Fonts & Free Emoticons

Tangram App Lock

Direct Messenger

Private SMS

One Sentence Translator – Multifunctional Translator

Style Photo Collage

Meticulous Scanner

Desire Translate

Talent Photo Editor – Blur focus

Care Message

Part Message

Paper Doc Scanner

Blue Scanner

Hummingbird PDF Converter – Photo to PDF

Leave a Reply