ଓଟିଭି ଜମି ହଡ଼ପ ଷଡ଼ଯନ୍ତ୍ରର ସରଜମିନ ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

OTV Sarua Land Grabbing Case, Khordha District Administration Started Investigation

ଭୁବନେଶ୍ୱର: ଓଟିଭି ପାଇଁ ବଢିଲା ଅଡୁଆ । ଗ୍ରାମବାସୀଙ୍କ ଅଭିଯୋଗ ପରେ ଓଟିଭିର ବେଆଇନ୍ ଜମି ଜବର ଦଖଲ ମାମଲାରେ ସକ୍ରିୟ ହୋଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଓଟିଭି କେତେ ଜମି ହାତେଇଛି ତାର ସ୍ଥିତାବସ୍ଥା କଣ ? ସାରୁଅ ଗାଁରେ ପହଞ୍ଚି ସରଜମିନ ସ୍ଥିତି ଅନୁଧ୍ୟାନ କରିଛି ପ୍ରଶାସନ । ନକ୍ସା ଦେଖି ଜମି ଅନୁଧ୍ୟାନ କରିଛି । ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ଉପଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ ।

OTV Sarua Land Grabbing Case, Khordha District Administration Started Investigation

ଓଟିଭିକୁ କିଏ କିଏ ଜମି ଦେଇଛନ୍ତି ? କେବେଠାରୁ ଜମି ହଡ଼ପ ଯୋଜନା ଚାଲିଛି ? ବିକ୍ରି ବାଦ ବେଆଇନ୍ ଭାବେ ଓଟିଭି ବଳପୂର୍ବକ ଜମି ହାତେଇଛି କି ? ଜମି ହଡପ ନେଇ ଗାଁ ଲୋକଙ୍କୁ କି କି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।  ଏପରି କିଛି ପ୍ରଶ୍ନର ଉତ୍ତର ଖୋଜିବାକୁ ଓଟିଭିର ଜମି କେଳେଙ୍କାରୀର ତଦନ୍ତ ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ପହଞ୍ଚିଛି ପ୍ରଶାସନ ।

OTV Sarua Land Grabbing Case, Khordha District Administration Started Investigation

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ସାରୁଅ ଗାଁରେ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ । ସାରୁଅର ନକ୍ସା ସହ ଓଟିଭି ଅକ୍ତିଆର କରିଥିବା ଜମିକୁ ଅନୁଧ୍ୟାନ କରିଛି ତଦନ୍ତକାରୀ ଟିମ । ନକ୍ସା ସହିତ ମେଳ କରାଯାଇଛି । ଅମେଳ ହେଲେ ମାପଚୁପ୍ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହାସହ ଅନୁଧ୍ୟାନ ପରେ ଜିଲ୍ଲାପାଳଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବେ । ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ ।

OTV Sarua Land Grabbing Case, Khordha District Administration Started Investigation

ଆଜି କି କାଲି ନୁହଁ ଅନେକ ବର୍ଷ ଧରି ନିଜ ହକ ମାଗୁଛନ୍ତି ସାରୁଅ ଅଞ୍ଚଳର ଚାଷୀ । କିନ୍ତୁ ସମସ୍ୟାରେ ସୁଧାର ଆସିନି । ଏହି ପାଚେରୀ ଭିତରେ ଅନେକ ଚାଷୀଙ୍କ ଜମି ରହିଛି କିନ୍ତୁ ନିଜ ଜମି ଭିତରକୁ ଯିବାକୁ ହେଲେ ଏମାନଙ୍କୁ ଅନୁମତି ନେବାକୁ ପଡୁଛି । ଚାଷ ଜମିକୁ ଯାଇପାରୁନଥିବାରୁ ଅନେକ ଜମି ପଡ଼ିଆ ହୋଇଗଲାଣି । କେବଳ ଏତିକି ନୁହଁ ଚାଷ ଜମି ମଝିରେ ପାଚେରୀ ଥିବାରୁ ତଳିଆ ଅଞ୍ଚଳକୁ ପାଣି ଆସିବାରେ ବାଧା ସୃଷ୍ଟି ହେଉଛି ।

OTV Sarua Land Grabbing Case, Khordha District Administration Started Investigation

ନିଜ ଜମିକୁ ଯିବା ପାଇଁ ଚାଷୀ ଚେଷ୍ଟା କରୁଥିବାବେଳେ ଅନେକବାର ଗୁଣ୍ଡାଗିରିର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ଜଗି ମଙ୍ଗତ ପଣ୍ଡାଙ୍କ ସଂପର୍କୀୟ ଗୁଣ୍ଡାରାଜ ଚଲାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥାନୀୟ ଗ୍ରାମବାସୀ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ।

Leave a Reply