‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା

1 min read

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରାସ୍ ତା’ର ଶୀର୍ଷସ୍ତର ଦେଇ ଗତି କରିସାରିଛି । ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ବୈଜ୍ଞାନିକଙ୍କ କମିଟି ପକ୍ଷରୁ ଏହା କୁହାଯାଇଛି । କମିଟିର ସୂଚନା ମୁତାବକ ୨୦୨୧ ଯାଏଁ ଏହି ମହାମାରୀ ଦେଶରୁ ସମାପ୍ତ ହେବାର ସମ୍ଭାବନା ରହିଛି । ଭାରତରେ ୧୦.୬ ମିଲିୟନ ଅର୍ଥାତ ୧ କୋଟି ୬ ଲକ୍ଷ ଠାରୁ ଅଧିକ ମାମଲା ଦେଖିବାକୁ ମିଳିବ ନାହିଁ । ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷରୁ ଅଧିକ ରହିଛି । ଜାତୀୟ ଗଣମାଧ୍ୟମକୁ କମିଟି ପକ୍ଷରୁ ଦିଆଯାଇଥିବା ସାକ୍ଷାତକାର ଅନୁଯାୟୀ, ଭୂତାଣୁରୁ ସୁରକ୍ଷା ନେଇ ଆପଣାଯାଉଥିବା ଉପାୟ ଜାରି ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ଲକଡାଉନ୍ ଲାଗୁ କରାଯାଇ ନଥିଲେ ୨୫ ଲକ୍ଷରୁ ଅଧିକ ପ୍ରାଣ ହାନୀ ହୋଇଥାନ୍ତା

ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟରାଘବନ ଏହି ସିମିତି ଗଠନ କରିଥିଲେ । ଆଇଆଇଟି ହାଇଦ୍ରାବାର ପ୍ରଫେସର ବିଦ୍ୟାସାଗର ଏହାର ମୁଖ୍ୟ । କମିଟି ମୁତାବକ ଯଦି ଭାରତରେ ମାର୍ଚ୍ଚ ମାସରେ ଲକଡାଉନ୍ ଲାଗୁ କରାଯାଇ ନଥାନ୍ତା, ତେବେ ଦେଶରେ ୨୫ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥାନ୍ତା । ଏଯାଏଁ ମହାମାରୀ ଯୋଗୁଁ ୧.୧୪ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଛି ।

ସେକେଣ୍ଡ ଆଟାକ୍ ନେଇ ବିପଦ ଜାରି ରହିଛି

ନିତି ଆୟୋଗ ସଦସ୍ୟ ଏବଂ କୋଭିଡ ଏକ୍ସପର୍ଟ ପ୍ୟାନେଲ ଚିଫ୍ ଡ. ବିକେ ପଲ୍ ନ୍ୟୁଜ ଏଜେନ୍ସି ପିଟିଆଇ ସହ ହୋଇଥିବା କଥାବାର୍ତ୍ତାରେ କହିଛନ୍ତି ଯେ, ଗତ ୩ ସପ୍ତାହ ମଧ୍ୟରେ ନୂଆ ମାମଲା ଓ ମୃତ୍ୟୁ ସଂଖ୍ୟା କମିଛି । କିନ୍ତୁ  ଶୀତ ଦିନରେ ଭାରତରେ କରୋନା ସଂକ୍ରମଣ ଦ୍ୱିତୟ ଲହର ଦେଖିବାକୁ ମିଳିପାରେ । କୋଭିଡ-୧୯ ଟିକା ଆସିଗଲା ପରେ, ଏହାକୁ ନାଗରିକଙ୍କ ନିମନ୍ତେ ଉପଲବ୍ଧ କରିବା ପାଇଁ ପର୍ଯ୍ୟାପ୍ତ ସାଧନ ରହିଛି । ଏଯାବତ୍ ଭାରତ ଅନ୍ୟ ଦେଶ ତୁଳନାରେ ବହୁତ ଭଲ ସ୍ଥିତିରେ ରହିଛି । କିନ୍ତୁ ଏବେ ଲଢ଼େଇ ବାକି ଅଛି, କାହିଁକି ନା ୯୦ ପ୍ରତିଶତ ଲୋକ ଏବେ ମଧ୍ୟ ଅତି ଆରାମରେ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି ।

୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଗଲାଣି ୫୦ ଜଣଙ୍କର ଜୀବନ

୮୮ ପ୍ରତିଶତ ଲୋକେ ସୁସ୍ଥ ହୋଇଛନ୍ତି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧ ହଜାର ୮୭୧ ମାମଲା ସାମ୍ନାକୁ ଆସିଛି । ଏଥି ସହିତ ମୋଟ ମାମଲା ୭୪ ଲକ୍ଷ ୯୪ ହଜାର ୫୫୧ ଅତିକ୍ରମ କରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ ହେତୁ ୧ ହଜାର ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ୩୧ରେ ପହଞ୍ଚିଛି । ସମଗ୍ର ଦେଶରେ ମୋଟ ସୁସ୍ଥତା ହାର ୮୮.୦୩ ପ୍ରତିଶତ ରହିଛି । ଯେତେବେଳେ କି ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି । ଭାରତରେ ପ୍ରତିଦନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଆମେରିକାଠାରୁ ମଧ୍ୟ କମ୍ ରହିଛି ।

Leave a Reply