୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଗଲାଣି ୫୦ ଜଣଙ୍କର ଜୀବନ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ପ୍ରବଳ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ତୁହୁାକୁ ତୁହା ବର୍ଷାରେ ବେହାଲ ଜନ ଜୀବନ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି । ବର୍ଷା କାରଣରୁ କୃଷି ଜମି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ହାଇଦ୍ରାବାଦରେ ରାସ୍ତାଗୁଡ଼ିକ ନଦୀ ପରି ବୁଡ଼ି ରହିଛି । ଯାହାଫଳରେ ଯାନବାହାନ ଚଳାଚଳ ମଧ୍ୟ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ପାଇଁ ହୋଇଥିବା ବନ୍ୟାରେ ଲୋକମାନେ ଲୋକମାନ ଅଧିକ ପ୍ରଭାବିତ ହୋଇଛନ୍ତି । ତେବେ ଶନିବାର ରାତିରେ ହାଇଦ୍ରାବାଦରେ ପ୍ରବଳ ବର୍ଷା ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସହରରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ, ପୂର୍ବ ଭାରତର ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ଯାହାଫଳରେ ଦୁର୍ଗା ପୂଜା ସମୟରେ ବର୍ଷା ହେବାର ସମ୍ଭାବନା ରହିଛି ।

 

ଶନିବାର ଦିନ ପ୍ରବଳ ବନ୍ୟା ଓ ବର୍ଷା ସହରର ବିଭିନ୍ନ ସ୍ଥାନରେ ହଇଚଇ ସୃଷ୍ଟି କରିବା ପରେ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା । ରାସ୍ତାଘରେ ଜଳ ବନ୍ଦି କାରଣରୁ ଯାତାୟାତ ବ୍ୟାହତ ହୋଇଥିଲା । ସହରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଜିଏଚ୍‌ଏମ୍‌ସି ମନିଟରିଂ ଆଣ୍ଡ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ କାମାପତିଙ୍କ ଏକ ଟୁଇଟ୍‌ ଅନୁଯାୟୀ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍‌ (ଜିଏଚ୍‌ଏମ୍‌ସି) ର ବିପର୍ଯ୍ୟୟ ମୁକାବିଲା କର୍ମଚାରୀମାନେ ଲଗାତାର ରାସ୍ତାରୁ ପାଣି ହଟାଇବା ଓ ବନ୍ୟା ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ରବିବାର ସହରର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ଓ ବନ୍ୟା ଯୋଗୁଁ ହାଇଦ୍ରାବାଦରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ସିଏମ କେନ୍ଦ୍ରରୁ ୨,୨୫୦ କୋଟି ଟଙ୍କା ମାଗିଛନ୍ତି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀ ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି । ବର୍ଷା ଓ ବନ୍ୟା ପରେ ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ତୁରନ୍ତ ୨,୨୫୦ କୋଟି ଟଙ୍କା ସହାୟତା ମାଗିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାଥମିକ ଆକଳନ ଅନୁଯାୟୀ ଅକ୍ଟୋବର ୯ ରୁ ୧୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ପ୍ରାୟ ୪,୪୫୦ କୋଟି ଟଙ୍କା କ୍ଷତି ଘଟିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାସ୍ତା ଓ ବିଦ୍ୟୁତ୍ କେନ୍ଦ୍ର ଏବଂ ପୋଲ ବହୁ କ୍ଷତିଗ୍ରସ୍ତ ହୋଇଛି । ହଜାର ହଜାର ଏକର ଉପରେ ଠିଆ ହୋଇଥିବା ଫସଲ ନଷ୍ଟ ହୋଇଯାଇଛି ।

Leave a Reply