ବାଘ ଆତଙ୍କରେ ଗ୍ରାମବାସୀ ଆତଙ୍କିତ

କଳାହାଣ୍ଡି: ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ କନକପୁର ଗାଁରେ ବାଘ ଆତଙ୍କ । ସାହାଜଖୋଲ ଜଙ୍ଗଲରେ ଏକ ଗାଈକୁ ବାଘ ମାରିଥିବା ଜାଣିବା ପରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏନେଇ ଗ୍ରମବାସୀ ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି । ବନ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀ ଖବର ଦେବା ପରେ ଏକ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

ତେବେ ଗାଈଟିକୁ କୌଣସି ଜଙ୍ଗଲି ହିଂସ୍ରଜନ୍ତୁ ମାରନଥିବା କହିଛି ବନବିଭାଗ । ଏହାସହ ଗ୍ରାମବାସୀ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି କହିଛନ୍ତି କହିଛନ୍ତି ଫରେଷ୍ଟର ମନୀଷା ପଟ୍ଟନାୟକ ।

ସେହିଭଳି ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାତୀ ଆତଙ୍କରେ ଆତଙ୍କିତ ରହିଛନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସଞ୍ଜ ହେଲେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ୨୨ଟିକିଆ ଝାଡ଼ଖଣ୍ଡି ହାତୀପଲ । ହାତୀଙ୍କୁ ଘଉଡାଇବାକୁ ଯାଇ ବନବିଭାଗକୁ ନାକେଦମ୍ ହେବାକୁ ପଡିଛି । ସୂଚନାଅନୁସାରେ ଗତ ୧୬ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଥିଲେ ୧୭ଟି ହାତୀ । ପରଦିନ ଆଉ ୫ଟି ହାତୀ ପଲରେ ମିଶିଥିଲେ । ଏବେ ହାତୀ ପଲରେ ମୋଟ ୨୨ଟି ହାତୀ ଅଛନ୍ତି । ବନବିଭାଗ ତରଫରୁ ହାତୀପଲଙ୍କୁ ଘଉଡାଇବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ଏଯାଏଁ ସଫଳତା ମିଳିନାହିଁ । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Leave a Reply