କଥାରେ ଦୋଷ ଦେଲେ କେଜ୍ରିୱାଲ, କାମରେ କରି ଦେଖାଇଲେ ଅମ୍ରିନ୍ଦର

1 min read

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି ବାୟୁ ପ୍ରଦୂଷଣ । ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୨୦୦ ପାର କରିଛି । ପ୍ରଦୂଷଣ ବୃଦ୍ଧିକୁ ନେଇ ରାଜନୈତିକ ଦଳଗୁଡ଼ିକ ରୁଟି ସେକୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଲୋକ କଷ୍ଟ ଅନୁଭବ କରୁଛନ୍ତି ।Delhi-Air-Pollutionଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ପଞ୍ଜାବ ସରକାର । ରାଜ୍ୟରେ ନଡ଼ା ପୋଡ଼ିବା ଯୋଗୁଁ ହେଉଥିବା ପ୍ରଦୂଷଣ ପାଇଁ ୨୦ ହଜାର ୭୨୯ କେସ ରୁଜୁ ହୋଇଛି । ଏଥି ମଧ୍ୟରୁ ୨ ହଜାର ୯୨୩ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ ସୂଚନା ଦେଇଛି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂଙ୍କ କାର୍ଯ୍ୟାଳୟ ।stubble-burningପଡ଼ୋଶୀ ରାଜ୍ୟର ଚାଷୀ ନଡ଼ା ପୋଡ଼ୁଥିବା ଯୋଗୁଁ ଦିଲ୍ଲୀରେ ପ୍ରଦୂଷଣ ହେଉଥିବା କେଜ୍ରିୱାଲ ଅଭିଯୋଗ କରିଥିଲେ । ଏହାର ଜବାବରେ ପଞ୍ଜାବ ସରକାର କାର୍ଯ୍ୟାନୁଷ୍ଠାନ ନେବା ସହ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ')}

Leave a Reply