‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ।

୧୯୧୨ ମସିହାରୁ ଏହି ସଙ୍ଗୀତ ଉତ୍କଳ ଅଧିବେଶନର ବିଭିନ୍ନ ଅଧିବେଶନରେ ଗାନ କରାଯାଉଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଏହା ଜନମାନସରେ ରହିଆସିଛି । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିବାକୁ ମେ ୩୦ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ମୁଖ୍ୟମନ୍ତ୍ରୀ ଆହ୍ୱାନ କ୍ରମେ ଗାନ କରାଯାଇଥିଲା ।

 ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ସୃଷ୍ଟିକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଏହାର ରେକର୍ଡିଂ ସହ ଢାଞ୍ଚା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରସ୍ତୁତ କରିବ । ବିଧାନସଭା ଅଧିବେଶନ ଓ ଅନ୍ୟ ସରକାରୀ କାର୍ଯ୍ୟକ୍ରମରେ ଏହା ଗାନ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏହାର ଗାନ କରାଯିବ । ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ଏହାକୁ ଗାନ କରାଯିବ । ଗାନ ବେଳେ ସମସ୍ତେ ଛିଡ଼ା ହେବେ । ବୟସ୍କ ଓ ଶାରୀରିକ ଅସୁସ୍ଥତା ବ୍ୟକ୍ତି ବସିରହି ସଙ୍ଗୀତକୁ ସମ୍ମାନ ଜଣାଇବେ ।

ସଙ୍ଗୀତର ପ୍ରଚାର ପ୍ରସାର ଅଭିବୃଦ୍ଧି ଲାଗି କୌଣସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଜନନୀ ସଙ୍ଗୀତକୁ ସାମିଲ୍ ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ସଚିବାଳୟରୁ ସଡ଼କ, ସବୁଠି ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’

Leave a Reply