‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ୨ ମାସ ପୂର୍ବରୁ ଦୁନିଆ ଏକ ବହୁତ କଠିନ ପରିସ୍ଥିତିର ସାମନା କରିଥିଲା । ବହୁତ ବଡ଼ ଓ ଧନୀ ଦେଶ କରୋନା ଆତଙ୍କ ଖେଳାଇଥିଲା । ସେତିକିବେଳେ ଓଡ଼ିଶା କୋଭିଡ୍ ବିରୋଧୀ ଲଢ଼େଇ ଆରମ୍ଭ କରିଥିଲା । କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଓ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ଜୀବନ ବଞ୍ଚାଇବା ଓ ସୁରକ୍ଷା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ସେତେବେଳେ ନେଇଥିବା ପଦକ୍ଷେପ କେବଳ ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ନେଇଥିଲୁ । ଏବେ ୨ ମାସରୁ ଅଧିକ ସମୟ ହୋଇଗଲାଣି । କୋଭିଡ୍ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଭାରତରେ କାହିଁକି ଦୁନିଆରେ ଏକ ଉଦାହରଣ ସୃଷ୍ଟି କରିପାରିଛି । ଓଡ଼ିଶାରେ କୋଭିଡ୍ ମୃତ୍ୟୁହାର ସାରା ଦୁନିଆରେ କମ୍ । କରୋନା ସଂକ୍ରମିତ ୫୦ ପ୍ରତିଶତରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହା ଆମ ପାଇଁ ଏକ ବଡ଼ ସଫଳତା ।

ଦୁନିଆର ବଡ଼ ଓ ଧନୀ ଦେଶ ମଧ୍ୟ ସଫଳତା ପାଇନାହାଁନ୍ତି । କୋଭିଡ୍ ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛେ । ଏହା ପଛରେ ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ନିଷ୍ଠାପର ସେବା ରହିଛି । ନିଜ ସୁଖଦୁଃଖକୁ ପଛରେ ପକାଇ ସେବା କରୁଛନ୍ତି, ତାର ତୁଳନା ନାହିଁ । ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଶନିବାର ସନ୍ଧ୍ୟା ୫ଟା ୩୦ରେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରି ଆମ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା । ଏହା ଆମ ସଂକଳ୍ପକୁ ଆହୁରୁ ଦୃଢ଼ କରିବାକୁ ପ୍ରେରଣା ଦେବ । ଉତ୍କଳ ପ୍ରଦେଶ ଗଠନ ସମୟରେ ଏହା ଆଦ୍ୟ ସଂଗୀତ ଥିଲା । ଆମକୁ ପ୍ରେରଣା ଦେଇଥିଲା, ଆଗକୁ ମଧ୍ୟ ପ୍ରେରଣା ଦେବ ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବିଭିନ୍ନ ଦଳର ନେତାଙ୍କ ସହ ଫୋନରେ କଥା ହୋଇଛନ୍ତି । ୩୦ ତାରିଖ ସନ୍ଧ୍ୟାରେ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ସହ କଥା ହୋଇଛନ୍ତି ।

Leave a Reply