ଆଜିଠୁ ସାରା ରାଜ୍ୟରେ ସମୁଦ୍ରରୁ ମାଛ ଧରା ବନ୍ଦ, ୪ଦଫା ଦାବି ନେଇ ଉତ୍ପାଦନ ବନ୍ଦ ରଖିଲା ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ

ଭୁବନେଶ୍ୱର: ଭୁତାଣୁ ସଙ୍କଟରେ ତାତିଲା ମତ୍ସ୍ୟଜୀବୀ । ଆଜିଠୁ ରାଜ୍ୟରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବନ୍ଦ । ୪ ଦଫା ଦାବିରେ ମତ୍ସ୍ୟ ଉତ୍ପାଦନ ବନ୍ଦ ଘୋଷଣା କରିଛି ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ । ଏଣୁ ସମୁଦ୍ରକୁ ଯିବନି ବୋଟ୍‌ କିମ୍ବା ମାଛଧାରା ଡଙ୍ଗା  । ସେହିପରି ମତ୍ସ୍ୟଜୀବୀଙ୍କୁ ଡିଜେଲରେ ସବସିଡି, ମାଛଧରା ବେସ୍‌ରେ ସ୍ୱତନ୍ତ୍ର ଡାକ୍ତରୀ ଦଳ, ବିନା ସୁଧରେ ଋଣ, ଦୀଘାରେ ସ୍ୱତନ୍ତ୍ର ମାଛ ବିକ୍ରୟ କେନ୍ଦ୍ର ସ୍ଥାପନ ଦାବି ଉଠାଇଛି ସଂଘ ।

ସରକାର ଦୀର୍ଘ ବର୍ଷ ହେବ ମତ୍ସ୍ୟଜୀବୀଙ୍କ ଦାବିକୁ ଅଣଦେଖା କରୁଛି ବୋଲି ସଂଘ ଅଭିଯୋଗ କରିଛି । କଇଁଛ ଓ ମାଛ ଅଣ୍ଡାଦାନ ପାଇଁ ୮ ମାସ ମାଛ ଧରା ବନ୍ଦ ରହୁଛି । ବାକି ୪ ମାସରେ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି ଦେଢ ଲକ୍ଷ ପରିବାର । ସେହିପରି ଅମ୍ଫାନ ଓ କରୋନା ପାଇଁ ପ୍ରାୟ ଦେଢ ଲକ୍ଷ ମତ୍ସ୍ୟଜୀବୀ ଦୁର୍ଦ୍ଦିନରେ ଥିବା ବେଳେ ସରକାର କୈାଣସି ବ୍ୟବସ୍ଥା କରୁନାହାନ୍ତି । ସରକାର ଦାବି ପୂରଣ ନକଲା ଯାଏ ମାଛ ଧରା ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି ।

Leave a Reply