ଭାରତ ଓ ଅଷ୍ଟ୍ରେଲିଆ ବର୍ଡର୍-ଗାଭାସ୍କର ଟ୍ରଫି; ଆଜିଠୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ

1 min read

ଆଡିଲେଡ୍: ଆଜିଠୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ ବର୍ଡର୍-ଗାଭାସ୍କର ଟ୍ରଫି । ଆଡିଲେଡ୍ ଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଦିବାରାତ୍ର ପିଙ୍କ୍‌ ବଲ୍‌ ଟେଷ୍ଟ ।

ପିଙ୍କ୍‌ ବଲ୍‌ ଟେଷ୍ଟ ଅଭିଜ୍ଞତାରେ ଅଷ୍ଟ୍ରେଲିଆ ଠାରୁ ଭାରତ ଢେର ପଛରେ । ଅଷ୍ଟ୍ରେଲିଆ ମୋଟ ୭ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଗୋଟିଏ‌ ଖେଳିଛି । ସେପଟେ ଟେଷ୍ଟ ସିରିଜ୍ ପୂର୍ବରୁ ଉଭୟ ଦଳ ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ, ଅଷ୍ଟ୍ରେଲିଆ ଗତ ଥରର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ।

ଗତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ବିଜୟୀ ହୋଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ତେବେ ଦଳରେ ରିଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ ।

ତେଣୁ ରିଦ୍ଧିମାନ ଶାହା ୱିକେଟ କିପର ଦାୟିତ୍ୱ ସମ୍ଭାଳିବାକୁ ଥିବା ବେଳେ ଦଳ ପୃଥୀ ଶ’ଙ୍କ ଉପରେ ଭରସା ରଖିଛି। ତେବେ ଶୁଭମନ ଗିଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ ।

Leave a Reply