PF କମ ହେବା ଅର୍ଥ ୫୦ ହଜାର ଟଙ୍କା ଦରମା ପାଉଥିଲେ ରିଟାୟରମେଣ୍ଟ୍ ଫଣ୍ଡରେ ୬୯,୩୪୯ ଟଙ୍କାର କ୍ଷତି !

1 min read

ନୂଆଦିଲ୍ଲୀ: ସରକାରଙ୍କ ନୂଆ ନିର୍ଦ୍ଦଶ ଅନୁସାରେ ଏବେ କର୍ମଚାରୀମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫରେ ଯୋଗଦାନକୁ  ଆଗାମୀ ୩ମାସ ପର୍ଯ୍ୟନ୍ତ ୪ପ୍ରତିଶତକୁ କମାଇ ଦିଆଯାଇଛି । ଅର୍ଥାତ ଏବେ ପିଏଫ ଫଣ୍ଡରେ କର୍ମଚାରୀ ଓ ନିଯୁକ୍ତିଦାତ୍ତାଙ୍କ ପଟୁ ଦରମାର ୨୦ ପ୍ରତିଶତ ପିଏଫ୍ ଭାବେ କଟିବ । ଆଗରୁ ଏହା ୨୪ ପ୍ରତିଶତ ଥିଲା ।  ଏଥିରେ ନିଯୁକ୍ତିଦାତାଙ୍କୁ ଉପକୃତ କରିବା ସହ କର୍ରଚାରୀଙ୍କ ହାତକୁ  ଅଧିକ ଟଙ୍କା ଆସିବ ବା ସେମାନଙ୍କ ଟେକ୍ ହୋମ୍ ସାଲାରି ଅଧିକ ହେବ । ବର୍ତ୍ତମାନ ପାଇଁ ଏହା କର୍ମଚାରୀଙ୍କୁ ଅଧିକ ଦରମା ଦେବ କିନ୍ତୁ ଏକ ହିସାବ ଅନୁସାରେ ଲମ୍ବା ଅବଧିରେ ଏଥିପାଇଁ କର୍ମଚାରୀଙ୍କୁ କ୍ଷତି ସହିବାକୁ ପଡିବ । କର୍ମଚାରୀଙ୍କ ରିଟାୟରମେଣ୍ଟ ଫଣ୍ଡ୍ ହ୍ରାସ ପାଇବ ।

କମ୍ପାନୀ ଲାଭରେ,କର୍ମଚାରୀଙ୍କୁ ତତ୍କାଳିକ ଲାଭ

ବିଶେଷଜ୍ଞଙ୍କ ଅନୁସାରେ  ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ  ବର୍ତ୍ତମାନ ୧୨ ପ୍ରତିଶତ ବଦଳରେ ସମସ୍ତ କର୍ମଚାରୀଙ୍କ ମାସିକ ଦରମାରୁ ପିଏଫ୍ ବାବଦରେ  ୧୦ପ୍ରତିଶତ କଟିବ । ଏହାର ଅର୍ଥ ହେଉଛି ନିଯୁକ୍ତିଦାତା କର୍ମଚାରୀମାନଙ୍କୁ ଦିଆଯାଇଥିବା ଦରମାଠାରୁ ୨ପ୍ରତିଶତ ଟଙ୍କା କମ ଦେବାକୁ ପଡ଼ିବ ଏବଂ ଏହା ତାଙ୍କର ସଞ୍ଚୟ ହେବ । ଏହା ସହିତ କର୍ମଚାରୀମାନେ ପ୍ରତି ମାସରେ ୨ପ୍ରତିଶତ ଅଧିକ ଦରମା ପାଇବେ ।

ହ୍ରାସ ପାଇବ ପେନସନ ଟଙ୍କା

ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୫୦ହଜାର ଟଙ୍କା ଏବଂ ତାଙ୍କର ପିଏଫ୍ ଅବଦାନ ୨ ପ୍ରତିଶତ ହ୍ରାସ ହୁଏ, ତେବେ ତାଙ୍କ ଟେକ୍ ହୋମ୍  ଦରମା ୧୦୦୦ ଟଙ୍କା ବୃଦ୍ଧି ପାଇବ । କିନ୍ତୁ ତାଙ୍କ ପିଏଫ୍ ଆକାଉଣ୍ଟରେ ପ୍ରତି ମାସ ୨୦୦୦ ଟଙ୍କାର ଅବଦାନ ହ୍ରାସ ପାଇବ, କାରଣ ତାଙ୍କର ଟେକ୍ ହୋମ୍ ଦରମା ବୃଦ୍ଧି ପାଇବ, ଏହାସହ ସେତିକି ପରିମାଣର ଟଙ୍କା ତାଙ୍କ ନିଯୁକ୍ତିଦାତା ଜମା କରିଥାନ୍ତେ । ତିନି ମାସ ପାଇଁ ୨୦୦୦ ଟଙ୍କା କମ୍ ଅବଦାନ, ଅର୍ଥାତ୍ ପିଏଫ୍ ଆକାଉଣ୍ଟରେ ୬୦୦୦ ଟଙ୍କା କମ୍ । ମନେକର, ଜଣେ କର୍ମଚାରୀ ୩୦ ବର୍ଷ ପରେ ଅବସର ନେବେ ଏବଂ ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ବାର୍ଷିକ ୮.୫ପ୍ରତିଶତ ସୁଧ ଅଛି, ସେ ୩୦ ବର୍ଷ ପରେ ୬୯,୩୪୯ କ୍ଷତି ସହିବେ ।

ପେନସନ୍ ମଧ୍ୟ ହ୍ରାସ ହୋଇପାରେ

କର୍ମଚାରୀଙ୍କ ୧୨ପ୍ରତିଶତ ଟଙ୍କା ଏବଂ ନିଯୁକ୍ତିଦାତାର ୮ପ୍ରତିଶତ ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହୋଇଥିବାବେଳେ ନିଯୁକ୍ତିଦାନାଙ୍କ ୪ ପ୍ରତିଶତ ଟଙ୍କା ପେନସନ୍ ପାଣ୍ଠିରେ ଜମା ହୋଇଥାଏ । ଯଦି ଏହାକୁ ଏମିତି ଛାଡି ଦିଆଯାଏ, ତେବେ କେବଳ ୨ପ୍ରତିଶତ ଟଙ୍କା ପେନସନ୍ ପାଣ୍ଠିକୁ ଯିବ ଏବଂ କର୍ମଚାରୀଙ୍କ ପେନସନ୍ ମଧ୍ୟ ହ୍ରାସ ପାଇବ । କିନ୍ତୁ ଯଦି ଇପିଏଫ୍ଓ କହିବାନୁସାରେ  ଯଦି  ପେନସନ୍ ପାଣ୍ଠିରେ ୪ ପ୍ରତିଶତର ଅବଦାନ ପୂର୍ବଭଳି ଜାରି ରହିବ ,ତେବେ ପେନସନ୍ ପୂର୍ବଭଳି  ରହିବ । ଏନେଇ ଏବେ EPFOର ସ୍ପଷ୍ଟିକରଣର ଅପେକ୍ଷା ରହିଛି ।

ଟିକସ ଦେୟ ବୃଦ୍ଧି ପାଇବ

ତିନିମାସ ପାଇଁ କର୍ମଚାରୀଙ୍କ ଘରୋଇ ଦରମା ବୃଦ୍ଧି ପାଇବା ଦ୍ୱାରା ସେମାନଙ୍କ ଅଧିକ ଦରମା ପାଇବେ । ଏଥିପାଇଁ କର୍ମଚାରୀଙ୍କ ସ୍ଲାବ ଅନୁଯାୟୀ ସେମାନଙ୍କର ଆୟକର ଦେୟ ମଧ୍ୟ ବୃଦ୍ଧି ପାଇବ। ଯେଉଁ କର୍ମଚାରୀମାନେ ଯୋଉଁ ସ୍ଲାବରେ ଆସିବେ, ସେମାନଙ୍କୁ ସେହି ହିସାବରେ ଆୟକର ଦେବାକୁ ପଡିବ ।

ତା’ପରେ କର୍ମଚାରୀମାନେ କଣ କରିବେ |

ଯଦି ଜଣେ କର୍ମଚାରୀ ଚାହାଁନ୍ତି ଯେ ତାଙ୍କର ଅବସରକାଳୀନ କର୍ପସ ହ୍ରାସ ନହେଉ ଏବଂ ଆୟକର ଦେୟ ମଧ୍ୟ ବୃଦ୍ଧି ନହେଉ, ତେବେ ସେ ସ୍ୱେଚ୍ଛାକୃତ ପିଏଫ୍ ଅବଦାନର ସାହାରା ନେବା ଉଚିତ୍ । ଧରାଯାଉ ତାଙ୍କ ଘରର ଦରମା ମାସକୁ ୧୦୦୦ ଟଙ୍କା ବୃଦ୍ଧି ହୁଏ, ତା’ହେଲେ ତାଙ୍କୁ ଭିପିଏଫରେ ୨୦୦୦ ଟଙ୍କା କଟାଇବାକୁ ପଡିବ ।

Leave a Reply