spot_img
Home Blog Page 7518

ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ, ବଡ଼ି ଭୋରରୁ ଲାଗିଛି ଭିଡ଼

ପୁରୀ: ଶିବ ମନ୍ଦିରରେ ଭକ୍ତଙ୍କ ସମୁଦ୍ର । ସକାଳୁ ସକାଳୁ ହାତରେ କେତକୀ, ଦୁଦୁରା ଫୁଲ ସହ କ୍ଷୀର ଧରି ଲମ୍ବା ଲାଇନ୍ ଲଗାଇଛନ୍ତି ଶ୍ରଦ୍ଧାଳୁ । ରାଜ୍ୟର ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମହାଶିବରାତ୍ରୀରେ ମହାଦେବଙ୍କ ଆଶିଷ ଟିକେ ପାଇବାକୁ ଦୂର ଦୁରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତ ।ପୁରୀର ବାବା ଲୋକନାଥ ପୀଠରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଭୋଳାବାବା ନାରାରେ ପ୍ରକମ୍ପିତ ହେଉଛି ଆଠଗଡ଼ର ଧବଳେଶ୍ୱର ପୀଠ । କପିଳାସରେ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି ।

ଶିବରାତ୍ରୀରେ ଭୋଳା ଶଙ୍କରଙ୍କୁ ପ୍ରସନ୍ନ କରିବାର ଉପାୟ

ଆରଡ଼ିର ଆଖଣ୍ଡଳମଣି ପୀଠ, ଶରଣକୂଳର ଲଡ଼ୁବାବା, ବଲାଙ୍ଗିର ହରିଶଙ୍କର ପୀଠରେ ମଧ୍ୟ ଶିବରାତ୍ର ପାଇଁ ଭିଡ଼ ଜମିଛି । ଶାନ୍ତି ଶୃଙ୍ଖଳା ସହ ଜାଗର ପାଳନ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବାଲୁକା କଳାରେ ମହାଦେବଙ୍କ ୧୧ ସ୍ୱରୂପ

0

ପୁରୀ: ବାଲୁକା କଳା ମାଧ୍ୟମରେ ପବିତ୍ର ଶିବରାତ୍ରୀର ଶୁଭେଚ୍ଛା । ପୁରୀ ବେଳାଭୂମିରେ ନିଜର ନିଆରା ବାଲୁକା କଳା ମାଧ୍ୟମରେ ଏହି ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜର ଛାତ୍ରଛାତ୍ରୀ ।

ବାଲିରେ ମହାଦେବଙ୍କ ୧୧ଟି ରୂପକୁ ନେଇ  କଳାକୃତି  ନିର୍ମାଣ କରିଛନ୍ତି ଛାତ୍ରଛାତ୍ରୀ । ଏହି କଳାକୃତି ନିର୍ମାଣ ପାଇଁ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା ୫ ଘଣ୍ଟାର ସମୟ । ସେପଟେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।

ଶିବରାତ୍ରୀରେ ଭୋଳା ଶଙ୍କରଙ୍କୁ ପ୍ରସନ୍ନ କରିବାର ଉପାୟ

ମହାଶିବରାତ୍ରୀରେ ଶଙ୍କରଙ୍କ କୃପା ପାଇବାକୁ ହେଲେ ତାଙ୍କ ଚରଣରେ ଧ୍ୟାନ କରିବାକୁ ହେବ । ଶିବାରାତ୍ରୀରେ ହିଁ ସେ ଅବସର ମିଳିଥାଏ ଯେଉଁଦିନ ଆପଣଙ୍କୁ ଦେବ ଦେବ ମହାଦେବଙ୍କ କୃପା ମିଳିପାରିବ । ଏହି ଦିନରେ ଆପଣ ନୀଳକଣ୍ଠଙ୍କୁ ପ୍ରଶନ୍ନ କରି ତାଙ୍କ ଆଶୀର୍ବାଦ ନେଇପାରିବେ । ଏଥର ଶିବରାତ୍ରୀରେ ଅଦୃତ ଯୋଗ ପଡ଼ୁଥିବାରୁ ବିବାହର ସମସ୍ତ ସମସ୍ୟା ଗୁଡ଼ିକ ଦୂର ହେବ ।

ଶିବରାତ୍ରୀ କାହିଁକି ପାଳନ କରାଯାଏ ?

ଶିବରାତ୍ରୀ ହିନ୍ଦୁ ପରମ୍ପରାର ଏକ ବହୁତ ବଡ଼ ପର୍ବ । ଏହା ଫାଲଗୁନ କୃଷ୍ଣ ପକ୍ଷ ଚତୁର୍ଦଶୀରେ ମନାଯାଇଥାଏ । କୁହାଯାଏ କି ଏହି ଦିନରେ ମହେଶ୍ୱରଙ୍କ ଆବିର୍ଭାବ ହୋଇଥିଲେ । ଏହାସହ ଶିବଶମ୍ଭୁଙ୍କ ବିବାହ ମଧ୍ୟ ଏହି ଦିନରେ ହିଁ ହୋଇଥିଲା । ତେଣୁ ଏହି ଦିନରେ ତ୍ରିଲୋଚନଙ୍କର ଉପାସନା ରଖୁଥିବା ବ୍ୟକ୍ତିକୁ ସମ୍ପୂର୍ଣ୍ଣ ସୁଖ ପ୍ରାପ୍ତ ହୋଇଥାଏ । ଏହି ଦିନରେ ବ୍ରତ, ଉପାସନା, ମନ୍ତ୍ରଜପ ତଥା ଜାଗରଣର ବିଶେଷ ମହତ୍ତ୍ୱ ରହିଛି ।

ମହାଶିବରାତ୍ରୀରେ ପଡ଼ୁଥିବା ଏହି ବିଶେଷ ଯୋଗ ବିଷୟରେ ।

ଏଥର ପଡ଼ୁଥିବା ଶିବରାତ୍ରୀରେ କିଛି ବିଶେଷ ରହିଛି  ।  ଆଜି ପିନାକିଙ୍କ ଆରଧନା କଲେମନଲାଖି ବର ଖୋଜୁଥିବା ବ୍ୟକ୍ତିଙ୍କ ମନଷ୍କାମନା ପୂର୍ତ୍ତି ହେବ । କୁଆଁରୀ ଝିଅ ଓ ପୁଅ ମାନଙ୍କ ପାଇଁ ଏହି ଶିବରାତ୍ରୀ ବିଶେଷ ଫଳ ପ୍ରଦାନ କରିବ । କିନ୍ତୁ ଏହି ମନଲାଖି ବର ସେତେବେଳେ ମିଳିବ ଯେତେବେଳେ ଏହି ସବୁ ଉପାୟରେ ଆପଣ ଗଙ୍ଗାଧରଙ୍କ ଉପାସନା, ତପସ୍ୟା କରିବେ । ଯେମିତି ଜାଟାଧାରୀ ପାର୍ବତୀଙ୍କୁ ପାଇବାକୁ କରିଥିଲେ ।

ପାର୍ବତୀପତିଙ୍କ କୃପା ପାଇବାର ଉପାୟ ।

ଜଦି ଆପଣ ଯୋଗମୟଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଲିଙ୍ଗସ୍ୱରୂପର ପୂଜା କରନ୍ତୁ । ଏହି ପ୍ରକାରେ ସଦାଶିବଙ୍କୁ ପୂଜା କରିବାଦ୍ୱାରା ଆପଣଙ୍କ ସବୁ କଷ୍ଟ ହରିନେବା ସହ ଆପଣଙ୍କ ମନଲାଖି ବର ପ୍ରଦାନ କରିଥାନ୍ତି ।

ବିଶ୍ୱେଶ୍ୱରଙ୍କୁ ଜଳାଭିଶେକ କରିବା ସହ ଶିବଲିଙ୍ଗଙ୍କୁ ନିଜ ହାତରେ ଭଲରେ ସ୍ପର୍ଷ କରନ୍ତୁ ।

ଜାନବାହାନ ଶୁଖ ପାଇବାକୁ ହେଲେ ସବୁ ବେଳେ ଗଣନାଥଙ୍କ ଲିଙ୍ଗ ଉପରେ ଚମେଲି ଫୁଲ ଅର୍ପଣ କରନ୍ତୁ ।

ହରଙ୍କ ମନ୍ଦିରରେ ସର୍ବଦା ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ୱଳିତ କରନ୍ତୁ ।

ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ନାଗେଶ୍ୱରଙ୍କ ଲିଙ୍ଗ ଉପରେ ଅର୍ପଣ କରନ୍ତୁ ।

କେଶର ମିଶ୍ରିତ ଜଳରେ ମହାକାଳଙ୍କ ଲିଙ୍ଗର ଅଭିଶେକ କରିବା ଦ୍ୱାରା ବିବାହ ତଥା ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଜାତକରେ ଶନି ଦୋଷ ଥିଲେ ରୁଦ୍ରଙ୍କ ଭୁତପତିଙ୍କ ଲିଙ୍ଗ ଉପରେ ଜଳରେ କଳା ରାସି ମିଶାଇ ଅଭିଶେକ କରନ୍ତୁ ।

ପଶୁପତିଙ୍କ ଲିଙ୍ଗ ଉପରେ ଦୁଦୁରା ଫୁଲ ଚଢାଇଲେ ଘର ଏବଂ ସନ୍ତାନ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ ।

ମହାଶିବରାତ୍ରୀ ପାଇଁ ଭିନ୍ନ ରୂପରେ ଲିଙ୍ଗରାଜ ମନ୍ଦିର

0

ଭୁବନେଶ୍ୱର: ଆଜି ହେଉଛି ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ ।

ଏନେଇ ରଙ୍ଗ ବେରଙ୍ଗୀର ଫୁଲରେ ସୁସଜ୍ଜିତ ହୋଇଛି  ଲିଙ୍ଗରାଜ ମନ୍ଦିରର ।

ତେଣୁ ମନ୍ଦିର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଛି ।

ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ଲିଙ୍ଗରାଜ ମନ୍ଦିର ।

ଜଳେଶ୍ୱରରେ ବାଜିଲା ମୋ ସରକାର ଛାଟ, ଜିଆରଏସ୍, ପିଇଓ ଏବଂ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଜଳେଶ୍ୱର: ମୋ ସରକାରର ଶିକାର ହେଲେ ୩ ଲାଞ୍ଚୁଆ ଅଧିକାରୀ  । ଲାଞ୍ଚ ନେବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପଶ୍ଚିମାବାଦ ଗ୍ରାମ ପଞ୍ଚାୟତର ଜିଆର୍‌ଏସ୍‌ ସବିତା ପୃଷ୍ଟିଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ପିଇଓ ସୁଶାନ୍ତ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ଖାଲି ସେତିକି ନୁହେଁ ଜେଇ ଦୀନେଶ କୁମାର ଅଢ଼ାଙ୍କୁ ପଞ୍ଚାୟତ ଦାୟିତ୍ୱରୁ ହଟାଯାଇଛି । ଆବାସ ଯୋଜନା ନେଇ ମୋ ସରକାରରୁ ହିତାଧିକାରୀଙ୍କୁ ଫୋନ କଲ ଯାଇଥିଲା । ସେଥିମଧ୍ୟରୁ ଜଣେ ହିତାଧିକାରୀ ଦୁର୍ନୀତି ନେଇ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ୧୦-୧୫ ହିତାଧିକାରୀଙ୍କୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ତଦନ୍ତରୁ ଏମାନେ ଗ୍ରାମିଣ ଆବାସ ଯୋଜନାରେ ଲାଞ୍ଚ କାରବାର ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ପାଇଥିଲେ । ଫଟୋ ଅପ୍‌ଲୋଡ୍‌ ଓ ବିଲ୍‌ ପେମେଣ୍ଟ ପାଇଁ ଜିଆର୍‌ଏସ୍‌ ହିତାଧିକାରୀଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିବା ବେଳେ ଅନ୍ୟ ଅଧିକାରୀମାନେ ସମ୍ପୃକ୍ତ ଥିବା ଜିଲ୍ଲାପାଳ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ । ପରେ ତିନିଜଣଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ନୌସେନାରେ ସାମିଲ ହେବ ହେଲିକପ୍‌ଟର ରୋମିଓ

ଭାରତୀୟ ଆକାଶରେ ଉଡ଼ିବ ଶକ୍ତିଶାଳୀ ସି ହକ୍‌ । ଶତ୍ରୁପକ୍ଷ କ୍ଷଣିକ ମଧ୍ୟରେ ନିପାତ ହେବେ । ଜଳପଥରେ ଯେତେ ଗଭୀରତାରେ ଶତ୍ରୁ ଆସିଲେ ମଧ୍ୟ ସି ହକ୍‌ ତାକୁ ଧ୍ୱଂସ କରିବାର କ୍ଷମତା ରଖିଛି ।

ଏହାର ନାଁ ରଖାଯାଇଛି ରୋମିଓ । କାମ କିନ୍ତୁ ତାର ଜେମ୍ସବଣ୍ଡ ଭଳି । ଆମେରିକା ପାଖରୁ ଏଭଳି ୩୦ଟି ହେଲିକପ୍‌ଟର କିଣିବ ଭାରତ । ଏଥିପାଇଁ ଭାରତକୁ ୨୫ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ । ଏନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହାକୁ ଆଣ୍ଟି ସବ୍‌ମରିନ ହେଲିକପ୍‌ଟର ବୋଲି ମଧ୍ୟ କୁହାଯାଉଛି । ଭାରତକୁ ଏହି ହେଲିକପ୍‌ଟର ଆସିଲେ ନୌସେନାରେ ସାମିଲ କରାଯିବ । ରୋମିଓ ନୌସେନାରେ ସାମିଲ ହେଲେ ଅଷ୍ଟ୍ରେଲିଆ, ସାଉଦି ନୌସେନା ସହ ସମକ୍ଷକ ହୋଇପାରିବ ଭାରତ । ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଭାରତ ସରକାର ।

‘ଓଡ଼ିଶା ମୋ ପରିବାର’ ପାଇଁ ଘରକୁ ଫେରିଲେ ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶାକୁ ଫେରାଇ ଆଣିଲା ମୋ ପରିବାର ଯୋଜନା  । ସୁଦୂର ରାଇଜରୁ ଘରକୁ  ଫେରିଲେ ୪ଜଣ ଓଡ଼ିଆ ଶ୍ରମିକ । ଏ ସବୁ କେବଳ ସମ୍ଭବ ହୋଇଛି ରାଜ୍ୟ ସରକାରଙ୍କର ମୋ ପରିବାର ଯୋଜନା ପାଇଁ । ତେଲେଙ୍ଗାନାର ଏକ ଇଟା ଭାଟିରେ ଏମାନଙ୍କୁ ରଖି କାମ କରାଉଥିଲା ମାଲିକ । ଏନେଇ ଜଣେ ଶ୍ରମିକ ମୋ ପରିବାର ହେଲ୍ପ ଲାଇନ ନମ୍ବରରେ ଜଣାଇବା ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବାବୁପାଲି ଗାଁର ୪ଜଣ ଶ୍ରମିକ କାମ କରିବା ପାଇଁ ତେଲେଙ୍ଗାନା ଯାଇଥିଲେ । ସେମାନେ ହେଉଛନ୍ତି ତ୍ରିନାଥ ସୁନା, ତିଳୋତମା ସୁନା, ହିତ ନନ୍ଦ ଏବଂ ସରସ୍ୱତୀ ମହାନନ୍ଦ । ଏମାନେ ତେଲେଙ୍ଗାନାର ରାଙ୍ଗାରେଡ୍ଡୀ ଅଞ୍ଚଳର ଏକ ଇଟାଭାଟିରେ ରହି କାମ କରୁଥିଲେ । ଏବଂ ସେଠାରେ ଭାଟିର ମାଲିକ ଏମାନଙ୍କୁ ନଛାଡ଼ିବାରୁ ସେଠାରେ ଶ୍ରମିକ ମାନେ ଫସିଯାଇଥିଲେ । ଏ ସମ୍ପର୍କରେ ଶ୍ରମିକ ମାନେ ଓଡ଼ିଶା ମୋ ପରିବାରର ହେଲ୍ପ ଲାଇନ୍ ନମ୍ୱରକୁ ଫୋନ୍ କରିଜଣାଇଥିଲେ । ଏହାପରେ ତୁରନ୍ତ ଏହି ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଘଟଣା ବିଷୟରେ ଅବଗତ ହେବା ପରେ ଆନ୍ଧ୍ରପ୍ରଦେଶ ପୂର୍ବତନ ଡି.ଜି.ପି ଏସ୍‌.ଏ ହୁଡ୍ଡାଙ୍କୁ ଅବଗତ କରାଇଥିଲେ ।  ପରେ ଶ୍ରୀ ହୁଡ୍ଡା ଘଟଣା ସମ୍ପର୍କରେ ତେଲେଙ୍ଗାନା ଅତିରିକ୍ତ ଡି.ଜି ଜିତେନ୍ଦ୍ର କୁମାରଙ୍କୁ ଅବଗତ କରାଇ ତୁରନ୍ତ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ଏହାପରେ କୁନ୍ଦୁକୁର ଏସ୍‌.ଏଚ୍‌. ଓ ଇଟାଭାଟିରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ କୁନ୍ଦୁକୁର ଥାନାକୁ ନେଇ ଯାଇଥିଲେ । ଏବଂ ସମ୍ପୃକ୍ତ ଇଟାଭାଟିର ମାଲିକଙ୍କୁ ସେମାନଙ୍କୁ ନିଜ ଘରକୁ ପଠାଇବାର ସମସ୍ତ ବନ୍ଦୋବସ୍ତ କରିବାକୁ କହିଥିଲେ । ଫେବ୍ରୁଆରୀ ୧୮ ତାରିଖରେ ଶ୍ରମିକମାନେ ଟ୍ରେନ୍‌ ମାଧ୍ୟମରେ ପ୍ରଥମେ ସିକନ୍ଦରାବାଦରୁ ବରପାଲି ଆସିଥିଲେ ଓ ପରେ ବରପାଲିରୁ ସୁବର୍ଣ୍ଣପୁର ଅନ୍ୟ ଏକ ଟ୍ରେନ୍‌ ମାଧ୍ୟମରେ ଆସି ୧୯ ତାରିଖରେ ସୁବର୍ଣ୍ଣପୁରରେ ପହଞ୍ଚି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଉଦ୍ଧାର ହୋଇ ଆସିଥିବା ଶ୍ରମିକମାନେ ଓଡ଼ିଶା ମୋ ପରିବାର ଏଭଳି ସହଯୋଗ ଓ ବଦନ୍ୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାର ସଦସ୍ୟଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।

କରୋନା ପାଇଁ ଧାମରା ପୋର୍ଟରେ ଅଟକିଲା ହଂକଂର ୨ଟି ଜାହାଜ

0

ଭଦ୍ରକ: ଧାମରା ପୋର୍ଟରେ ଲାଗିଛି ହଂକଂର ୨ଟି ଜାହାଜ। ଏହି ୨ଟି ଜାହାଜ ହଂକଂର ହୋଇଥିବା ବେଳେ ଏହା ବାଂଲାଦେଶର ଚିଟାଗଙ୍ଗରୁ ଗତକାଲି ଆସି ଧାମରାରେ ଲାଗିଛି। ଏସଂପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁଇ ଜାହାଜରେ ୪୪ଜଣ କ୍ରିଉ ମେମ୍ବର ହେଉଛନ୍ତି ଚୀନ୍‌ ନାଗରିକ। ଧାମରାର ଜିରୋ ପଏଣ୍ଟରେ ଜାହାଜ ଦୁଇଟିକୁ ରଖାଯାଇ ନିୟମିତ ଭାବେ କ୍ରିଉ ମେମ୍ବରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ପରୀକ୍ଷାରୁ କରୋନା ଭାଇରସ ଲକ୍ଷଣ ନଥିବା ବେଳେ ଏହାକୁ ନେଇ ଭୟଭୀତ ନହେବାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ପୋଲ ତଳୁ ମିଳିଲା ଲକ୍ଷାଧିକ ଟଙ୍କାର ୫ଶହ ଟଙ୍କିଆ ନୋଟ୍‌, ହେଲେ…

ସମ୍ବଲପୁର: ପୋଲ ତଳେ ପଡ଼ିଛି ଲକ୍ଷାଧିକ ଟଙ୍କା । ଭଲ ଟଙ୍କା ନୁହେଁ, ଉଇ ଖାଇଥିବା ଖଣ୍ଡ ଖଣ୍ଡ ୫ଶହ ଟଙ୍କିଆ ନୋଟ । ସମ୍ବଲପୁର ସଦର ଥାନା ଅନ୍ତର୍ଗତ ତୁମ୍ବେସିଂହା ପୋଲ ତଳେ ଲକ୍ଷାଧିକ ଟଙ୍କା ପଡ଼ିଥିବା ଦେଖିବାକୁ ମିଳିଛି ।

ସବୁତକ ହେଉଛି ୫ଶହ ଟଙ୍କିଆ ନୋଟ୍‌ । କିଛି ନୋଟ୍‌ ଉଈ ଲାଗି ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ନୋଟ୍‌ ପୋଡ଼ି ଯାଇଛି । କିନ୍ତୁ କିଏ ଓ କାହିଁକି ଏଠାରେ ଟଙ୍କା ଫିଙ୍ଗିଲା ତାହା ଜଣାପଡ଼ିନାହିଁ ।

ପୋଲିସ ପହଞ୍ଚି ଟଙ୍କା ଜବତ କରିଛି । ଉଈ ଖାଇ ନଷ୍ଟ ହୋଇଯିବା ଓ ପୋଡ଼ିଯିବା କାରଣରୁ କେହି ଫିଙ୍ଗି ଦେଇଥିବା ଲୋକମାନେ ସନ୍ଦେହ କରୁଛନ୍ତି ।

ଜାପାନ ଜାହାଜରେ କରୋନା ଭୟରେ ବନ୍ଦୀ ଜୀବନ କାଟୁଛନ୍ତି ଓଡ଼ିଆ

ଜାପାନ ଜାହାଜରୁ ଉଦ୍ଧାର ପାଇଁ ଗୁହାରି। ୟକୋହାମା ଜଳ ସୀମାରେ ଅଟକିଛନ୍ତି ଓଡ଼ିଆ ଇଂଜିନିୟର ବ୍ରହ୍ମପୁରର ଶିବାଶିଷ ନାୟକ। କରୋନା ଭୟରେ ଗତ ୨୦ ଦିନ ହେଲା ସେ ଅଟକି ରହିଛିନ୍ତି। ସ୍ୱତନ୍ତ୍ର କୋଠରୀରେ ତାଙ୍କର ଦିନ ରାତି କଟୁଛି । ପରୀକ୍ଷାରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

କିନ୍ତୁ ସେ ମୁକୁଳିପାରୁ ନାହାନ୍ତି। ୧୬୦ ଭାରତୀୟଙ୍କ ସହ  ୩ ହଜାର ଯାତ୍ରୀ ଏବେ ଜାହାଜ ଭିତରେ ବନ୍ଦୀ ଅଛନ୍ତି। ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଗୁରୁଗ୍ରାମର ଏକ କଂପାନୀରେ କାମ କରୁଛନ୍ତି ।

କମ୍ପାନୀ କାମରେ ସେ ଜାନୁଆରୀ ୧୦ରେ ନୂଆଦିଲ୍ଲୀରୁ ମାଲେସିଆ ଓ ପରେ ଜାପାନ  ଯାଇଥିଲେ। ତେବେ ଜାପାନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୁଣିଥରେ ଜାହାଜରେ ଥିବା ଯାତ୍ରୀଙ୍କ ଟେଷ୍ଟ କରାଯିବ ।

ସେଥିପାଇଁ ସେମାନେ କେବେ ମୁକୁଳିବେ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଟିକେ ଛିଙ୍କ କିମ୍ବା କାଶ ହେଲେ ଜାହାଜ ଭିତରେ ଥିବା ଜରୁରୀକାଳୀନ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ସହ କଥାବାର୍ତ୍ତା ଉପରେ ରୋକ ଲାଗିଛି । ଦିନକୁ କେବଳ ୧୦ରୁ ୨୦ ମିନିଟ ପର୍ଯ୍ୟନ୍ତ ଜାହଜ ଉପରକୁ ଯିବାକୁ ଦିଆଯାଉଛି।