spot_img
Home Blog Page 7519

ଶିକ୍ଷକଙ୍କ ବାଡି ନିର୍ଦ୍ଦେଶରେ ବିଲ୍ଡିଂ ପାଇଁ ଇଟା, ବାଲି ବୋହିଲେ ସ୍କୁଲ ଛାତ୍ର, ଭାଇରାଲ ହେଲା ଭିଡିଓ

0

ବ୍ରହ୍ମପୁର: ବିପଜ୍ଜନକ କାର୍ଯ୍ୟରେ ସ୍କୁଲ ଛାତ୍ରଛାତ୍ରୀ । ଭାଇରାଲ୍‌ ହେଲା ଭିଡିଓ । ଘଟଣା ଘଟିଛି ବ୍ରହ୍ମପୁର ବାସୁଦେବନଗର ନିକଟ ଘରୋଇ ବିଦ୍ୟାଳୟରେ । ଭିଡିଓରେ ୪୦ରୁ ୫୦ଜଣ ଛାତ୍ର ଏକ ବହୁତଳ ବିଲ୍ଡିଂ ପାଇଁ ଇଟା ଓ ବାଲି ବୋହୁଥିବା ଦେଖିବାକୁ ମିଳୁଛି । ଏପରିକି ଭିଡିଓରେ ସ୍କୁଲ ଶିକ୍ଷକ ବାଡି ଧରି ପିଲାଙ୍କୁ ଶୀଘ୍ର କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ।

ତେବେ ଏ ଘଟଣା ଦିନକର ନୁହେଁ । ପ୍ରତିଦିନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏଭଳି କାମରେ ନିୟୋଜିତ କରାଯାଉଥିବା ଭିଡିଓ ଅପଲୋଡ୍‌ କରିଥିବା ବ୍ୟକ୍ତିଜଣକ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ଏଭଳି କାମରେ କିପରି ନିୟୋଜିତ କଲେ ? ଯଦି କିଛି ଅଘଟଣ ହୁଏ, କିଏ ଦାୟୀ ହେବ? ଘଟଣା ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ହୀରାକୁଦକୁ ଜାତୀୟ ପୁରସ୍କାର ମାନ୍ୟତା

0

ହୀରାକୁଦ: ହୀରାକୁଦ ଡ୍ୟାମ୍‌କୁ କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ ପ୍ରଶଂସା କରିଛି । ହୀରାକୁଦ ନଦୀବନ୍ଧକୁ ସର୍ବଶ୍ରେଷ୍ଠ ସୁରକ୍ଷିତ ପ୍ରକଳ୍ପ ଭାବେ କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ ପୁରସ୍କୃତ କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ହୀରାକୁଦ ନଦୀବନ୍ଧ ହେଉଛି ବିଶ୍ୱର ଦୀର୍ଘତମ ମାଟି ବନ୍ଧ । ଓଡ଼ିଶାର ଖାଦ୍ୟ ଉତ୍ପାଦନ, ଜଳ ସେଚନ ଓ ବିଦ୍ୟୁତ୍‌ ଉତ୍ପାଦନରେ ହୀରାକୁଦ ନଦୀ ବନ୍ଧର ପ୍ରମୁଖ ଭୂମିକା ରହିଛି ।

Image result for hirakud dam

ଏହାକୁ କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ ସର୍ବଶ୍ରେଷ୍ଠ ସୁରକ୍ଷିତ ପ୍ରକଳ୍ପ ଭାବେ ଅଭିହିତ କରି ପୁରସ୍କୃତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ।

ପାର୍କିଂକୁ ନେଇ ମାଆ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଶେଷରେ ଆଖି ବୁଜିଦେଲେ ମାଆ

ବ୍ରହ୍ମପୁର: ଆଖି ବୁଜିଲେ ବ୍ରହ୍ମପୁରର ମୀନାକ୍ଷୀ ମିଶ୍ର। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୧୪ ତାରିଖରେ କଟକ ଏସସିବିରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପୁଅର ଗିରଫଦାରୀ ପ୍ରତିବାଦରେ ମୀନାକ୍ଷୀ ପୋଲିସ ଡିଜି ଓ ଏସପିଙ୍କୁ ଭେଟିଥିଲେ । ହେଲେ କୈାଣସି ସୁଫଳ ନମିଳିବାରୁ ଏସପି ଅଫିସ ସାମନାରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ମୀନାକ୍ଷୀଙ୍କ ଶରୀରର ୯୫ପ୍ରତିଶତ ପୋଡ଼ି ହୋଇଯାଇଥିଲା। ଗତ ୨୭ ତାରିଖରେ ବୈଦ୍ୟନାଥପୁର ଥାନା ପଣ୍ଡା କଲୋନୀରେ ମରଣାନ୍ତକ ଆକ୍ରମଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ବ୍ୟାଟ୍‌ ଓ ଖଣ୍ଡାରେ ମୀନାକ୍ଷୀ ଓ ତାଙ୍କ ପୁଅ କୃତ୍ତିବାସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା।

ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ମୀନକ୍ଷୀ ମଧ୍ୟ ଆହତ ହୋଇଥିଲେ । ରକ୍ତଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ନିଆଯାଇଥିଲା । ଘଟଣାରେ ପୋଲିସ ୪ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା। ପରେ ପୋଲିସ ମୀନାକ୍ଷୀଙ୍କ ପୁଅକୁ ଗିରଫ କରିଥିଲା।

କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌-୨’ର ସୁଟିଙ୍ଗ୍‌ ସେଟ୍‌ରେ ଅଘଟଣ, ୩ ମୃତ,୯ ଗୁରୁତର ଆହତ

ଚେନ୍ନାଇ: ନିକଟରେ ‘ଇଣ୍ଡିଆନ୍‌-୨’ ଚଳଚ୍ଚିତ୍ରର ସୁଟିଙ୍ଗ୍‌ ସେଟ୍‌ରେ ଘଟିଛି ଅଘଟଣ । ବୁଧବାର ରାତିରେ ଏକ କ୍ରେନ୍‌ ଖସିପଡ଼ିବାରୁ ହୋଇଥିଲା ଅଘଟଣ । ତେବେ ଏଥିରେ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଓ ୯ ଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଥିବା ଜଣା ପଡିଛି । ସୁଟିଙ୍ଗ୍‌ ପାଇଁ ସେଟ୍‌ ପ୍ରସ୍ତୁତ କରାଯିବା ସମୟରେ ଏହି ଅଘଟଣ ଘଟିଥିଲା । ଏକ ଲାଇଟ୍‌ ସେଟ୍‌-ଅପ୍‌ ବନ୍ଧା ଯାଇଥିବା ଦଉଡ଼ିଟି ଛିଡ଼ି ଯାଇଥିଲା । ତେଣୁ ଏହା ଖସିପଡ଼ିବା କାରଣରୁ ଏହି ଅଘଟଣ ଘଟିଥିଲା ।

Image result for accident-in-indian-2-movie-shooting-set-3-dead-and-9-injured

ଏହି ଚଳଚିତ୍ରରେ କମଲ ହାସନଙ୍କୁ ଲିଡ୍ ରୋଲ୍ ଦିଆଯାଇଥିଲା । ତେବେ ଏଭଳି ଘଟଣା ଶୁଣି ସେ ମଧ୍ୟ କିଛି କ୍ଷଣ ସ୍ତବ୍ଧ ହୋଇଯାଇଥିଲେ ଓ ତୁରନ୍ତ ଘଟଣାସ୍ଥଳକୁ ଆସି ଉପସ୍ଥିତ ଲୋକମାନଙ୍କ ଭଲମନ୍ଦ ବୁଝିଥିଲେ । ଆହତମାନଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା ମଧ୍ୟ କରିଥିଲେ । ତେବେ ଘଟଣା ସମ୍ପର୍କରେ ଟ୍ୱିଟ୍ କରି ସେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମଧ୍ୟ କହିଛନ୍ତି ଯେ ଘଟଣାରେ ଜୀବନ ହାରିଥିବା ସହକର୍ମୀ ମାନଙ୍କ ପାଇଁ ତାଙ୍କ ମନ ଏମିତି ହେଉଛି ମାନେ ପରିବାର ବର୍ଗଙ୍କ ମନ କେତେ ବ୍ୟାକୁଳ ହେଉ ନଥିବ ।

Image result for indian 2 movie

ମିଳିଥିବା ସୂଚନା ଅନୁସାରେ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶଙ୍କରଙ୍କର ବ୍ୟକ୍ତିଗତ ସହଯୋଗୀ ୨୯ ବର୍ଷିୟ ମଧୁ, ସହକାରୀ ନିର୍ଦ୍ଦେଶକ ୩୪ ବର୍ଷିୟ କୃଷ୍ଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟ ମୃତ ବ୍ୟକ୍ତିଜଣଙ୍କର ପରିଚୟ ମିଳିନାହିଁ । ନିର୍ଦ୍ଦେଶକ ଶଙ୍କରଙ୍କର ଗୋଡ଼ ଭାଙ୍ଗିଥିବା ଶୁଣାଯାଇଥିଲେ ବି ତାହା ଗୁଜବ ବୋଲି ପରେ ଜଣାପଡ଼ିଲା ।

ତିହାର ଜେଲରେ ନିର୍ଭୟା ଦୋଷୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ନୂଆଦିଲ୍ଲୀ: ଫାଶୀ ଟାଳିବାକୁ ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍‌। ତିହାର ଜେଲ୍‌ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଛି ବିନୟ ଶର୍ମା। ଗତ ସୋମବାର ୩ନମ୍ବର ବ୍ୟାରେକ୍‌ରେ ବିନୟ କାନ୍ଥରେ ମୁଣ୍ଡ ପିଟିଛି। ନିର୍ଭୟା ଦୋଷୀଙ୍କ ଉପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ କଡ଼ା ନଜର ରହିଛି। ଏଥିରେ ବିନୟ ଆହତ ହୋଇଛି।

ଏହାପରେ ତାକୁ ପ୍ରାଥମିକ ଚିକିତ୍ସା କରାଯାଇଛି। ସେହିପରି ଗତ ୧୬ ତାରିଖରେ ଜେଲ୍‌ର ଗ୍ରିଲ୍‌ରେ ହାତ ପୂରାଇ ଆହତ ହୋଇଛି ବିନୟ। ଏପରିକି ନିଜ ମାଆଙ୍କୁ ମଧ୍ୟ ଚିହ୍ନିନଥିଲା ବିନୟ। ତାର ମାନସିକ ସ୍ଥିତି ଠିକ୍‌ ନଥିବା ବିନୟର ଓକିଲ ଏପି ସିଂ କହିଛନ୍ତି। ନୂଆ ଡେଥ୍‌ ୱାରେଣ୍ଟ ଜାରି ହେବା ପରେ ବିନୟର ମାନସିକ ସ୍ଥିତି ଅଧିକ ବିଗିଡ଼ିଥିବା ସେ କହିଛନ୍ତି। ତେବେ ବିନୟ ମାନସିକ ଭାବେ ସୁସ୍ଥ ଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ।

ନିକଟରେ ହୋଇଥିବା ସାଇକୋ ମେଟ୍ରିକ ଟେଷ୍ଟରେ ଏନେଇ ସ୍ପଷ୍ଟ ହୋଇଛି। ନିର୍ଭୟା ଦୋଷୀ ମୁକେଶ, ଅକ୍ଷୟ, ବିନୟ ଓ ପବନଙ୍କ ଉପରେ କଡ଼ା ନଜର ରଖାଯାଇଛି। ସେଲ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ୨୪ ଘଣ୍ଟା ନଜର ରଖୁଛି। ସେମାନଙ୍କ ସେଲ ବାହାରେ ମଧ୍ୟ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସେହିପରି ଜେଲ୍‌ର ଅନ୍ୟ କଏଦୀଙ୍କ ସହ ସେମାନେ ଯେପରି ଅଧିକ ମିଳାମିଶା ନକରନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ୪ ଦୋଷୀଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଉଛି।

ତାମିଲନାଡୁରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ୨୦ ମୃତ ୨୪ରୁ ଅଧିକ ଗୁରୁତର

ତାମିଲନାଡୁ: ତାମିଲନାଡ଼ୁରେ ବଡ଼ ସଡ଼କ ଦୁର୍ଘଟଣା । ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଯାତ୍ରୀ ଆହତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତାମିଲନାଡ଼ୁର ଅବିନାଶୀରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ବେଙ୍ଗାଲୁରୁରୁ କୋଚ୍ଚି ଯାଉଥିବା ସମୟରେ ଟ୍ରକକୁ ଧକ୍କା ଦେଇଥିଲା KSRTC ବସ୍‌ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ଟିର ଆଗ ଭାଗ ପୂରା ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ହିଁ ୨୦ ଜଣଙ୍କର ଜୀବନ ଚାଲିଯାଇଥିଲା । ବସ୍‌ରେ ମୋଟ୍‌ ୪୮ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ସମୟରେ ବସରେ ଯାତ୍ରୀ ମାନେ ଶୋଇଥିଲେ । ଭୋର ପ୍ରାୟ ୪ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା।

ଆଜି ଓଡ଼ିଶା ବନାମ ବେଙ୍ଗଲ ରଣଜୀ ମୁକାବିଲା

କଟକ: ଶକ୍ତିଶାଳୀ ବେଙ୍ଗଲ ଓ ଓଡ଼ିଶା ମଧ୍ୟରେ ଆଜି ରଣଜୀ ମୁକାବିଲା ।  କଟକ ଡ୍ରିମ୍‌ସରେ ଅନୁଷ୍ଠିତ ହେଉଛି ଏହି ରଣଜୀ କ୍ୱାର୍ଟର । ଦୁଇ ବର୍ଷ ପରେ ପୁଣିଥରେ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ଓଡ଼ିଶା । ଘରୋଇ ଗ୍ରାଉଣ୍ଡରେ ଓଡ଼ିଶାର ରେକର୍ଡ ଭଲ ରହିଛି । ଚଳିତ ସିଜିନରେ ଡ୍ରିମସ ଗ୍ରାଉଣ୍ଡରେ ଓଡ଼ିଶା ପ୍ରଦର୍ଶନ ବେଶ୍‌ ଭଲ ରହିଛି । ଶେଷ ୪ଟି ମ୍ୟାଚ୍‌ରୁ ଓଡ଼ିଶା ୩ଟିରେ ବିଜୟୀ ହୋଇଛି ।

Image result for odisha vs bengal ranji match today

ଗ୍ରୁପ-ସିରେ ଥିବା ଓଡ଼ିଶା ୯ଟି ମ୍ୟାଚରୁ ୫ ବିଜୟ, ୨ଟି ପରାଜୟ ଓ ୨ଟି ମ୍ୟାଚକୁ ଡ୍ର ରଖି କ୍ୱ।ର୍ଟର ଫାଇନାଲରେ ପହଞ୍ଚିଛି । ଡ୍ରିମସ୍‌ ଗ୍ରାଉଣ୍ଡରେ ପିଚ୍‌ ବୋଲରଙ୍କୁ ସୁହାଇପାରେ । ସେଥିପାଇଁ ବୋଲରଙ୍କ ଉପରେ ନଜର ରଖିଛନ୍ତ ଦୁଇ ଦଳ ।

କହ୍ନେଇଙ୍କୁ ମିଳିଲା ସରକାରଙ୍କ ସାହାଯ୍ୟର ହାତ

0

କଟକ: କଟକରେ ଚିକିତ୍ସିତ ହେଉଥିବା ବେଳେ କହ୍ନେଇଙ୍କୁ ଭେଟିଲେ ଉପ-ଜିଲ୍ଲାପାଳ । ଦୂରାରୋଗୀ ନ୍ୟୁରୋ ଫାର୍ବୋ ମେଟାସିସ ରୋଗରେ ପୀଡ଼ିତ କହ୍ନେଇ । ସେ ଓଲଟପୁର ଏସ.ଭି ନିରତାରରେ ଚିକିତ୍ସିତ ହେଉଛନ୍ତି । କହ୍ନେୟା ପ୍ରଧାନଙ୍କ ଘର କଟକ ନାହାଳପୁର ଗାଁରେ ।

ସରକାରୀ ନୀତିନିୟମ ଅନୁସାରେ କହ୍ନେଇଙ୍କୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପ-ଜିଲ୍ଲପାଳ ଶୁଭ୍ରାଂଶୁ ଶେଖର ରଥ ।

ତେବେ ଉପ-ଜିଲ୍ଲାପାଳଙ୍କ ସହ କଟକ ସଦର ଏସଡିପି, ଓଲଟପୁର ଓ ଗୋବିନ୍ଦପୁର ଥାନା ଅଧିକାରୀ ମଧ୍ୟ କହ୍ନେଇଙ୍କୁ ଭେଟିଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀଙ୍କ ସହ ବିଜୁ ଲୋଗୋ ଲଗାଇବେ ରାଜ୍ୟ ସରକାର: ପଞ୍ଚାୟତିରାଜ ମନ୍ତ୍ରୀ

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁ ପକ୍କା ଘର ଯୋଜନା ପାଇଁ ଏକାଠି ବଜେଟ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ତେଣୁ ଏଥିରେ ବିଜୁ ଲୋଗୋ ରହିବ ବୋଲି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନାରେ ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜମନ୍ତ୍ରୀ । କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଯୋଜନା ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ଦାବି କରିଛି ବିରୋଧୀ ବିଜେପି । ଏଥିରେ ଇନ୍ଦିରା ଗାନ୍ଧୀଙ୍କ ଲୋଗୋ ବି ଦାବି କରିଛି କଂଗ୍ରେସ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ୬୦ ପ୍ରତିଶତ ହୋଇଥିବାବେଳେ ରାଜ୍ୟର ଅଂଶଦନ ୪୦ ପ୍ରତିଶତ । ଯେଉଁଥି ପାଇଁ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ବିଜୁ ପକ୍କା ଘର ଯୋଜନା କୁହାଯାଉଛି । ହେଲେ ଏହି ୪୦ ପ୍ରତିଶତରେ ପ୍ରଶାସନିକ ଖର୍ଚ୍ଚ ମିଶାଇଲେ, ରାଜ୍ୟକୁ ୫୪ ପ୍ରତିଶତ ବହନ କରିବାକୁ ପଡ଼ୁଛି । ଏଥିପାଇଁ ଏହି ଯୋଜନାରେ ବିଜୁ ଲୋଗୋ ରହୁଥିବା ପଞ୍ଚାୟତିରାଜମନ୍ତ୍ରୀ କହିଛନ୍ତି । ୨୦୧୬ରୁ ୨୦୨୦ ଯାଏଁ କେନ୍ଦ୍ର ସରକାର ୯୯୦୦.୪ କୋଟି ଦେଇଥିବାବେଳେ ରାଜ୍ୟ ବହନ କରିଛି ୬୬୦୦.୨୭ କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ପକ୍କା ଘର ନିର୍ମାଣ ସରିଛି । ପଶ୍ଚିମ ବଙ୍ଗ, ସକିମ୍ମ, ତାମିଲନାଡ଼ୁ ପରି ରାଜ୍ୟ ଯୋଜନାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ବାଦ୍‌ ଦେଉଥିବା ଅଭିଯୋଗ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ହେଲେ ପ୍ରଧାନମନ୍ତ୍ରୀ ସହ ବିଜୁ ଲୋଗୋ ଲଗାଇବେ ରାଜ୍ୟ ସରକାର।

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର ପରେ ବି ଅସନ୍ତୋଷ ବିରୋଧୀ । ବିଜୁ ଲୋଗୋ ପରି ପ୍ରଧାନମନ୍ତ୍ରୀଙ୍କ ଲୋଗୋକୁ ବି ମାର୍ବଲରେ ଲଗାଇବାକୁ ଦାବି କରିଛି ବିଜେପି । ସେପଟେ ଇନ୍ଦିରାଗାନ୍ଧୀଙ୍କ ସମୟରୁ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଥିବାରୁ ଇନ୍ଦିରା ଗାନ୍ଧିଙ୍କ ଲୋଗୋ ଦାବି କରିଛି କଂଗ୍ରେସ ।

୨୦୧୪ ପରଠାରୁ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଅନୁଦାନ କାଟିଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଆର୍ଥିକ ବୋଝ ଯୋଗୁଁ ୨ଟି ଯୋଜନା ମିଶିଲା। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରୟାସ କରୁନଥିବା ବିଧାନସଭାରେ ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ତେଲେଙ୍ଗାନା ଇଟାଭାଟିରୁ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

0

ଭୁବନେଶ୍ୱର: ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ ଜଣ ଶ୍ରମିକ ଏବଂ ତାଙ୍କ ଶିଶୁମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡାପଲ୍ଲୀ ଅଞ୍ଚଳ ଓଡ଼ିଶା ଫେରାଇ ଆଣିଛି ‘ଓଡ଼ିଶା ମୋ ପରିବାର’ । ଜଣେ ଠିକାଦାର ସେମାନଙ୍କୁ ମଜୁରୀ ନଦେଇ ଜୋର ଜବରଦସ୍ତି ଅଟକାଇ କାମ କରାଉଥିବା ଖବର ପାଇବା ପରେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣାଯାଇଛି ।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ସୋନପୁରର ସୁରେନ୍ଦ୍ର ଭରସାଗର ନାମକ ଜଣେ ବ୍ୟକ୍ତି ‘ଓଡ଼ିଶା ମୋ ପରିବାର’କୁ ଫୋନ ମାଧ୍ୟମରେ ପେଡିପଲ୍ଲୀ ଗାଁରେ ଏକ ଇଟାଭାଟିରେ ଜୋରଜବରଦସ୍ତ ବିନା ମଜୁରିରେ ଖଟାଇବା ସହିତ ନାନା ପ୍ରକା ନିଯ୍ୟାତନା ଜଣାଇଥିଲେ ।  ଏହି ଖବର ସମ୍ପର୍କରେ ଅବଗତ ହେବା ପରେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୁପ ପଟ୍ଟନାୟକ ଆନ୍ଧ୍ର ପ୍ରଦେଶର ପୂର୍ବତନ ଡିଜିପି ଏସ୍‌.କେ ହୁଡ଼ା ଏବଂ ଓଡ଼ିଶା ମୋ ପରିବାର ଟିମ୍ ସେଠାକାର ଜିଲ୍ଲାପାଳ ଓ ପୋଲିସ ଡେପୁଟୀ କମିଶନରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଫେବ୍ରୁଆରୀ ୧୬ ତାରିଖରେ ଏସ୍‌.ପି ଓ ତାଙ୍କ ଟିମ୍‌ ପେଡାପଲ୍ଲୀଠାରେ ଥିବା ଇଟାଭାଟି ଉପରେ ଚଢ଼ାଉ କରିଥିଲେ ଏବଂ ସେମାନଙ୍କୁ ପ୍ରାପ୍ୟ ଦେବାକୁ କହିବା ସହ ସେମାନଙ୍କୁ ତାଙ୍କ ଗ୍ରାମକୁ ଫେରାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଠିକାଦାର ସମସ୍ତ ୧୫ ଜଣ ଶ୍ରମିକ ଓ ତାଙ୍କ ନାବାଳକ ପିଲାମାନଙ୍କୁ ସେମାନଙ୍କ ଫେରିବା ଖର୍ଚ୍ଚ ଦେବା ସହିତ ତାଙ୍କର ଫେରିବା ପାଇଁ ଟିକେଟ୍‌ କରାଇଦେଇଥିଲେ । ସେମାନେ ସମସ୍ତେ ବିଶାଖା ଏକ୍ସପ୍ରେସରେ ୧୭ ତାରିଖରୁ ବାହାରି ୧୮ ତାରିଖରେ ବିଶାଖାପାଟଣାରେ ପହଞ୍ଚିଥିଲେ । ଅନ୍ୟ ଏକ ଟ୍ରେନ୍‌ ଧାନବାଦ ଏକ୍ସପ୍ରେସରେ ସେଠାରୁ ବାହାରି ସାରିଥିବା ବେଳେ ମଙ୍ଗଳବାର ରାତି ୧୧ଟା ୩୦ ମିନିଟ୍‌ରେ ବଲାଙ୍ଗିର ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ । ସେଠାରେ ଓଡ଼ିଶା ମୋ ପରିବାର ତରଫରୁ ନିହାର ରଞ୍ଜନ ବେହେରା, ନାରାୟଣ ସାହୁ, ନିତ୍ୟାନନ୍ଦ ସାହୁ ସମେତ ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀ ଓ ସୋନପୁର ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଶ୍ରମିକମାନଙ୍କୁ ସେମାନଙ୍କ ଗ୍ରାମକୁ ଯିବାପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଇଥିଲେ ।