ଜଳେଶ୍ୱରରେ ବାଜିଲା ମୋ ସରକାର ଛାଟ, ଜିଆରଏସ୍, ପିଇଓ ଏବଂ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

1 min read

ଜଳେଶ୍ୱର: ମୋ ସରକାରର ଶିକାର ହେଲେ ୩ ଲାଞ୍ଚୁଆ ଅଧିକାରୀ  । ଲାଞ୍ଚ ନେବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପଶ୍ଚିମାବାଦ ଗ୍ରାମ ପଞ୍ଚାୟତର ଜିଆର୍‌ଏସ୍‌ ସବିତା ପୃଷ୍ଟିଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ପିଇଓ ସୁଶାନ୍ତ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ଖାଲି ସେତିକି ନୁହେଁ ଜେଇ ଦୀନେଶ କୁମାର ଅଢ଼ାଙ୍କୁ ପଞ୍ଚାୟତ ଦାୟିତ୍ୱରୁ ହଟାଯାଇଛି । ଆବାସ ଯୋଜନା ନେଇ ମୋ ସରକାରରୁ ହିତାଧିକାରୀଙ୍କୁ ଫୋନ କଲ ଯାଇଥିଲା । ସେଥିମଧ୍ୟରୁ ଜଣେ ହିତାଧିକାରୀ ଦୁର୍ନୀତି ନେଇ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ୧୦-୧୫ ହିତାଧିକାରୀଙ୍କୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ତଦନ୍ତରୁ ଏମାନେ ଗ୍ରାମିଣ ଆବାସ ଯୋଜନାରେ ଲାଞ୍ଚ କାରବାର ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ପାଇଥିଲେ । ଫଟୋ ଅପ୍‌ଲୋଡ୍‌ ଓ ବିଲ୍‌ ପେମେଣ୍ଟ ପାଇଁ ଜିଆର୍‌ଏସ୍‌ ହିତାଧିକାରୀଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିବା ବେଳେ ଅନ୍ୟ ଅଧିକାରୀମାନେ ସମ୍ପୃକ୍ତ ଥିବା ଜିଲ୍ଲାପାଳ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ । ପରେ ତିନିଜଣଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply