ନୌସେନାରେ ସାମିଲ ହେବ ହେଲିକପ୍‌ଟର ରୋମିଓ

ଭାରତୀୟ ଆକାଶରେ ଉଡ଼ିବ ଶକ୍ତିଶାଳୀ ସି ହକ୍‌ । ଶତ୍ରୁପକ୍ଷ କ୍ଷଣିକ ମଧ୍ୟରେ ନିପାତ ହେବେ । ଜଳପଥରେ ଯେତେ ଗଭୀରତାରେ ଶତ୍ରୁ ଆସିଲେ ମଧ୍ୟ ସି ହକ୍‌ ତାକୁ ଧ୍ୱଂସ କରିବାର କ୍ଷମତା ରଖିଛି ।

ଏହାର ନାଁ ରଖାଯାଇଛି ରୋମିଓ । କାମ କିନ୍ତୁ ତାର ଜେମ୍ସବଣ୍ଡ ଭଳି । ଆମେରିକା ପାଖରୁ ଏଭଳି ୩୦ଟି ହେଲିକପ୍‌ଟର କିଣିବ ଭାରତ । ଏଥିପାଇଁ ଭାରତକୁ ୨୫ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ । ଏନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହାକୁ ଆଣ୍ଟି ସବ୍‌ମରିନ ହେଲିକପ୍‌ଟର ବୋଲି ମଧ୍ୟ କୁହାଯାଉଛି । ଭାରତକୁ ଏହି ହେଲିକପ୍‌ଟର ଆସିଲେ ନୌସେନାରେ ସାମିଲ କରାଯିବ । ରୋମିଓ ନୌସେନାରେ ସାମିଲ ହେଲେ ଅଷ୍ଟ୍ରେଲିଆ, ସାଉଦି ନୌସେନା ସହ ସମକ୍ଷକ ହୋଇପାରିବ ଭାରତ । ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଭାରତ ସରକାର ।

Leave a Reply