ଜାପାନ ଜାହାଜରେ କରୋନା ଭୟରେ ବନ୍ଦୀ ଜୀବନ କାଟୁଛନ୍ତି ଓଡ଼ିଆ

ଜାପାନ ଜାହାଜରୁ ଉଦ୍ଧାର ପାଇଁ ଗୁହାରି। ୟକୋହାମା ଜଳ ସୀମାରେ ଅଟକିଛନ୍ତି ଓଡ଼ିଆ ଇଂଜିନିୟର ବ୍ରହ୍ମପୁରର ଶିବାଶିଷ ନାୟକ। କରୋନା ଭୟରେ ଗତ ୨୦ ଦିନ ହେଲା ସେ ଅଟକି ରହିଛିନ୍ତି। ସ୍ୱତନ୍ତ୍ର କୋଠରୀରେ ତାଙ୍କର ଦିନ ରାତି କଟୁଛି । ପରୀକ୍ଷାରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

କିନ୍ତୁ ସେ ମୁକୁଳିପାରୁ ନାହାନ୍ତି। ୧୬୦ ଭାରତୀୟଙ୍କ ସହ  ୩ ହଜାର ଯାତ୍ରୀ ଏବେ ଜାହାଜ ଭିତରେ ବନ୍ଦୀ ଅଛନ୍ତି। ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଗୁରୁଗ୍ରାମର ଏକ କଂପାନୀରେ କାମ କରୁଛନ୍ତି ।

କମ୍ପାନୀ କାମରେ ସେ ଜାନୁଆରୀ ୧୦ରେ ନୂଆଦିଲ୍ଲୀରୁ ମାଲେସିଆ ଓ ପରେ ଜାପାନ  ଯାଇଥିଲେ। ତେବେ ଜାପାନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୁଣିଥରେ ଜାହାଜରେ ଥିବା ଯାତ୍ରୀଙ୍କ ଟେଷ୍ଟ କରାଯିବ ।

ସେଥିପାଇଁ ସେମାନେ କେବେ ମୁକୁଳିବେ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଟିକେ ଛିଙ୍କ କିମ୍ବା କାଶ ହେଲେ ଜାହାଜ ଭିତରେ ଥିବା ଜରୁରୀକାଳୀନ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ସହ କଥାବାର୍ତ୍ତା ଉପରେ ରୋକ ଲାଗିଛି । ଦିନକୁ କେବଳ ୧୦ରୁ ୨୦ ମିନିଟ ପର୍ଯ୍ୟନ୍ତ ଜାହଜ ଉପରକୁ ଯିବାକୁ ଦିଆଯାଉଛି।

Leave a Reply