spot_img
Home Blog Page 7213

ଭୁବନେଶ୍ୱର ସଭାରେ ଅମିତ ଶାହଙ୍କ ଦୃଢୋକ୍ତି, ନାଗରିକତା ନେବାକୁ ନୁହେଁ ଦେବାକୁ ଉଦ୍ଦିଷ୍ଟ CAA

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ । କେବେବି ଏହା ନାଗରିକଙ୍କ ବିରୋଧରେ କରାଯାଇନାହିଁ । ନାଗରିକତା ନେବାକୁ ନୁହେଁ ବରଂ ଦେବାକୁ ଉଦ୍ଦିଷ୍ଟ CAA । କେନ୍ଦ୍ରୀୟ ନାଗରିକତା ଆଇନ୍ ପ୍ରସଙ୍ଗରେ ସତେଚନ କରାଇବାକୁ ଭୁବନେଶ୍ୱରରେ ଆୟୋଜିତ ଜନ ସମାବେଶରେ ଯୋଗଦେଇ କିଛି ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରର ସୁରକ୍ଷା ମୋଦି ସରକାରଙ୍କ ପ୍ରାଥମିକତା । ସିଏଏ ଲାଗୁପରେ କୌଣସି ମୁସଲମାନଙ୍କ ନାଗରିକତା ଯିବାନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଧାରା ୩୭୦ ଉଚ୍ଛେଦ ଓ ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ୫୫ ବର୍ଷରେ କେନ୍ଦ୍ରରେ କଂଗ୍ରେସ ସରକାର ଯାହା କରିପାରିନଥିଲେ ଗତ ୫ ବର୍ଷ ମଧ୍ୟରେ ମୋଦି ସରକାର ଏଭଳି କରି ଦେଖାଇପାରିଥିବା ସେ କହିଥିଲେ । ଓଡ଼ିଶାକୁ ମଧ୍ୟ ୟୁପିଏ ଠାରୁ ଏନଡିଏ ସମୟରେ ଅଧିକ ଅନୁଦାନ ମିଳିଥିବା ସେ କହିଛନ୍ତି । ଗତ ୫ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୨ ଲକ୍ଷ ୧୧ ହଜାର ୫ ୧୦ କୋଟି ଟଙ୍କାର ଅନୁଦାନ ଦେଇଥିବା ସେ କହିଛନ୍ତି । ଗୁଜରାଟ ଭଳି ଓଡ଼ିଶାର ବିକାଶ ହେବାକୁ କେନ୍ଦ୍ର ସରକାର ଚାହାଁନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଶାହା ।

ଗୋଟିଏ ଟେବୁଲରେ ବନ୍ଧୁ ଓ ଶତ୍ରୁ, ନବୀନଙ୍କ ଘରେ ଏକାଠି କଲେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏକଦା ପରସ୍ପରର କଟ୍ଟର ବିରୋଧୀ ଥିବା ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି । ଦିନଥିଲା କେହି କାହାକୁ ସାମ୍ନାସାମ୍ନି ଦେଖିପାରୁନଥିଲେ । ଦିନେ ପଶ୍ଚିମବଙ୍ଗରେ ଅମିତ ଶାହଙ୍କୁ ପୁରେଇ ନଦେବାକୁ ଦିଦି ଚେତାବନୀ ଦେଇଥିଲେ ତ ଅମିତ ଶାହା ବି କହିଥିଲେ ବଙ୍ଗରେ ବିଜୟକୁ ସୁନିଶ୍ଚିତ କରିବୁ । ବଙ୍ଗ ଅସ୍ମିତାର କଥା କହି ରାଜନୀତିର ବଡ଼ ମଇଦାନରେ ମମତା, ଶାହଙ୍କୁ ଦେଇଥିଲେ ଚେକ୍ । ଦିଲ୍ଲୀରେ ବି ଗର୍ଜନ କରିଥିଲେ ଦିଦି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ମମତା ନିଜର ରାଜନୀତିକ ବାଜି ପରିବର୍ତ୍ତନ କଲା ଭଳି ମନେହେଉଛି ।

କାରଣ ମମତା ଆଜି ଅମିତ ଶାହାଙ୍କ ସହ ଏକାଠି ବସି ଗୋଟିଏ ଟେବୁଲରେ ଭୋଜନ କରିଛନ୍ତି । ଅବସର ଥିଲା ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦର ବୈଠକ । ଏଥିରେ ଯୋଗଦେବାକୁ ଉଭୟ ଓଡ଼ିଶା ଆସିଥିଲେ । ବୈଠକ ସରିବା ପରେ ଦୁହେଁ ନବୀନ ନିବାସ ଯାଇଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ଆନୁସାରେ ଗୋଟିଏ ଡାଇନିଂ ଟେବଲରେ ବସି ଦୁଇ ହେଭିୱେଟ୍ ଏକାଠି ଖାଇଥିଲେ । ଡାଇନିଂରେ ସାମ୍ନାସାମ୍ନି ବସିଥିଲେ ଅମିତ ଶାହ ଓ ମମତା ବାନାର୍ଜୀ । ଗୋଟିଏ ପଟରେ ନୀତିଶ କୁମାର ଓ ଅମିତ ଶାହ ବସିଥିବା ବେଳେ ସାମ୍ନାରେ ବସିଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ମମତା ବାନାର୍ଜୀ ।

ଡାଇନିଂର ଅନ୍ୟ ଏକ ପାର୍ଶ୍ୱରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ବୈଠକ ପରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଶାହ ପହଞ୍ଚିଥିଲେ ନବୀନ ନିବାସରେ । ସେଠାରେ ପାରଂପରିକ ଓଡ଼ିଆ ବ୍ୟଞ୍ଜନ ସମସ୍ତଙ୍କୁ ପରଷା ଯାଇଥିଲା । ଚର୍ଚ୍ଚା ଚାଲିଛି, ମମତା ଅଧିକ କେନ୍ଦ୍ର ବିରୋଧୀ ନହେଇ ଏବେ ନିଜ କାମ ଉପରେ ଫୋକସ୍ କରିବା ସହ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ତା ନହୋଇଥିଲେ ଯେଉଁ ମମତା ଦିନେ କେନ୍ଦ୍ରର ଅଧିକାଂଶ ବୈଠକକୁ ବର୍ଜନ କରୁଥିଲେ ଆଜି ଶାହାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାକୁ ରାଜି ହୋଇନଥାନ୍ତେ ।

୫ବର୍ଷର କୁନିଝିଅ ହେଲା ଗଣଦୁଷ୍କର୍ମର ଶିକାର

0

କେନ୍ଦ୍ରାପଡ଼ା: ୫ବର୍ଷର ଝିଅଟିଏ । କ’ଣ ଜାଣିଛି ସେ କପଟି ଦୁନିଆର କପଟ କଥା । ନିଷ୍କପଟ ହୃଦୟଟିଏ ରଖି ସମସ୍ତଙ୍କୁ ନିଜ ହସ ବାଣ୍ଟିବାଟା କ’ଣ ପାପ ! ଯଦି ନୁହେଁ ତେବେ ଦୁନିଆ ତା’ସହ ଏମିତି ଖେଳୁଛି କ’ଣ ପାଇଁ ।  ତେବେ ଏମିତି ଏକ ଦୁନିଆର ଖେଳନା ପାଲଟିଛି ଏକ ୫ବର୍ଷର ଝିଅ । ଗଣଦୁଷ୍କର୍ମର ଶିକାର ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟ।ମୁଣ୍ଡାଇ ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାକର ଘଟଣା । ଜଣେ ୫ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଆଜି ବଡ଼ି ଭୋର୍‌ରୁ ନାବାଳିକା ଜଣଙ୍କ ଘରେ ଏକା ଥିବା ବେଳେ ଅଞ୍ଚଳର ନାଲୁ ମଲ୍ଲିକ ଓ କିଛି ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ନାବାଳିକାଙ୍କ ଚିତ୍କାର ଶୁଣି ମା’ ଓ ଗାଁଲୋକ ପହଞ୍ଚି ଯାଇଥିଲେ । ଝିଅକୁ ରତାକ୍ତ ଅବସ୍ଥାରେ ଦେଖି ସମସ୍ତେ ଚମକି ପଡିଥିଲେ । ଘଟଣା ସ୍ଥଳରେ ଅନ୍ୟମାନେ ଦୌଡ଼ି ପଳାଇଥିବା ବେଳେ ନାଲୁ ଧରା ପଡ଼ିଯାଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାଲୁକୁ ହେପାଜତକୁ ନେବା ସହିତ ତଦନ୍ତ ଜାରି ରଖିଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନବୀନ ନିବାସରେ ଓଡ଼ିଆ ଖାଦ୍ୟ ଖାଇଲେ ଅମିତ ଶାହା, ଥାଳିରେ ଥିଲା ୧୦ରୁ ଅଧିକ ବ୍ୟଞ୍ଜନ

0

ଭୁବନେଶ୍ୱର : ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବହୁ ସୁଆଦିଆ ଓଡ଼ିଆ ଖାଦ୍ୟ ଖାଇଛନ୍ତି । ଗୋଟିଏ ଟେବୁଲ୍‌ରେ ଏକାଠି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାଞ୍ଚଳ ପରିଷଦ ବୈଠକ ପରେ ଅମିତ ଶାହଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସ ଆସିଥିଲେ । ଅତିଥିଙ୍କ ପାଇଁ ଖାସ୍‌ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।କଂସା ଥାଳି ଓ ପାତ୍ରରେ ଶାହଙ୍କୁ ପରଷା ଯାଇଥିଲା ଓଡ଼ିଆ ଖାଦ୍ୟ । ଏଥିରେ ଥିଲା ଅଳ୍ପ ଅରୁଆ ଭାତ, ରୁଟି, ଡାଲି, ବାଇଗଣ ଭଜା, ଓଡ଼ିଆ ଆଳୁ ମଟର ମସଲା, ପନିର ତରକାରୀ, ଟମାଟୋ ଚଟଣି, ପାମ୍ପଡ, ବୁନ୍ଦି ରାଇତା । ଓଡ଼ିଆ ଘରେ ପ୍ରସ୍ତୁତ ମାଛ ତରକାରୀ ମଧ୍ୟ ସାମିଲ ଥିଲା ମଧ୍ୟାହ୍ନ ଭୋଜନରେ । ମିଠାରେ ଛେନାପୋଡ ଓ ରସମଲାଇ ରଖାଯାଇଥିଲା ମଧ୍ୟାହ୍ନ ଭୋଜନରେ । ୬ଟି ପାତ୍ରରେ ତରକାରୀ ଦିଆଯାଇଥିଲା ଅମିତ ଶାହଙ୍କୁ । ଅମିତ ଶାହାଙ୍କ ବାମପଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବା ବେଳେ ଡାହାଣ ପାର୍ଶ୍ୱରେ ବସିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେହିପରି ଶାହଙ୍କ ସାମ୍ନାରେ ବସିଥିଲେ ମମତା ବାନାର୍ଜୀ ଓ ଧର୍ମେନ୍ଦ୍ର ପ୍ରଧାନ ।

ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ନେଇ ଦାବି କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଆଜି ଲୋକସେବା ଭବନର କନଭେନସନ୍‌ ସେଣ୍ଟରରେ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ ।

ଅନୁଷ୍ଠିତ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ନେଇ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ଏଭଳି ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ପୌର ପରିଷଦକୁ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ ସଂଗ୍ରହରେ ରିହାତି ପ୍ରଦାନ କରାଯାଉନଥିବା ଏବଂ ରେଳବାଇ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହୁଥିବା ପ୍ରସଙ୍ଗ ଉଠାଇଥିଲେ ନବୀନ। ସାରା ଦେଶରେ ପୂର୍ବ ଭାରତରେ ଟେଲି ଯୋଗାଯୋଗ, ବ୍ୟାଙ୍କ, ରେଳ ଓ ସଡ଼କ ପଥ ଘନତା ସବୁଠାରୁ ନିମ୍ନସ୍ତରରେ ରହିଛି। ଏହିସବୁ କ୍ଷେତ୍ର ପାଇଁ କେନ୍ଦ୍ରୀୟ ଅନୁଦାନ ୨ଗୁଣା କଲେ ହିଁ, ଜାତୀୟ ମାନଦଣ୍ଡ ସହ ସମତୁଲ ହୋଇପାରିବ। ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ୍‌। ୨୦୧୨ରୁ କୋଇଲା ରୟାଲିଟିର ସଂଶୋଧନ ହୋଇନାହିଁ। ଏହାର ସଂଶୋଧନ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ହୋଇପଡିଛି। ଓଡିଶାକୁ କ୍ଲିନ୍‌ ଏନର୍ଜି, ସେସ ପ୍ରଦାନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବାଞ୍ଚଳରେ ଦେଶର ସର୍ବାଧିକ ଅନୁସୂଚିତ ଜାତି, ଜନଜାତି ଅଞ୍ଚଳ ରହିଛି। ତେଣୁ ହୋ, ଭୂମିଜ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ନବୀନ ଦାବି କରିଛନ୍ତି। ଜଗନ୍ନାଥଙ୍କ ଭୂମିରେ ପୂର୍ବାଞ୍ଚଳ ପରିଷଦ ବୈଠକ ପାଇଁ ସୂଯ଼ୋଗ ମିଳିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରରେ କେନ୍ଦ୍ର, ରାଜ୍ୟ ଓ ଆନ୍ତଃରାଜ୍ୟ ସମନ୍ୱୟ ସୃଷ୍ଟି କରିବା ଆବଶ୍ୟକତା ରହିଛି। ଏହାଦ୍ଵାରା ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ଆବେଗପୂର୍ଣ୍ଣ ସମନ୍ୱୟ ଦୃଢୀଭୂତ ହେବ ବୋଲି ନବୀନ କହିଛନ୍ତି।

ଏସିଆ ମହାଦେଶର ପୂରା ବଜାର ଉପରେ କରୋନା ଭୂତାଣୁର ପ୍ରଭାବ

ସେୟାର ବଜାର ଉପରେ କରୋନା ମାଡ଼ । ପୂରା ଏସିଆ ମହାଦେଶର ବଜାର ଉପରେ ପଡିଛି କରୋନା ଭୂତାଣୁର ପ୍ରଭାବ । ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସେୟାର ଖସିଛି । ପ୍ରାୟ ହଜାରେରୁ ଅଧିକ ଅଙ୍କ ଖସିଛି ସେନସେକ୍ସ । କରୋନାର ପ୍ରଭାବ ସାରା ବିଶ୍ୱର ଷ୍ଟକ ଏକ୍ସଚେଞ୍ଜ ଉପରେ ଦେଖିବାକୁ ମିଳିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୧୦୦୦ରୁ ଅଧିକ ଅଙ୍କ ହ୍ର।ସ ହୋଇଛି । ୬୫୮ ଅଙ୍କ ହ୍ର।ସ ସହିତ ବ୍ୟବସାୟ ଆରମ୍ଭ ହୋଇଥିଲା । ପରେ ଏହା ୧୦୦୦ରୁ ଅଧିକ ଅଙ୍କ ହ୍ର।ସ ହୋଇଛି । ସେହିପରି ନାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟରେ ୨୫୧ ଅଙ୍କ ହ୍ର।ସ ସହିତ ୧୧ହଜାର ୩୮୨ରେ ବଜାର ଖୋଲିଛି । କରୋନାର ପ୍ରଭାବ ଚୀନ୍‌, ଜାପାନ, ଦକ୍ଷିଣ କୋରିଆ ସହ ଅନ୍ୟ ଏସୀୟ ଦେଶର ସେୟାର ବଜାର ଉପରେ ପଡିଛି ।

ଶାହାଙ୍କ ପାଇଁ ନବୀନ ନିବାସରେ ଶୁଦ୍ଧ ଓଡ଼ିଆ ଭୋଜନ, ଦେଖନ୍ତୁ ମେନୁ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ଆୟୋଜନ କରିଛନ୍ତି ମଧ୍ୟାନ୍ନ ଭୋଜନ । ଗୋଟିଏ ଟେବୁଲ୍‌ରେ ଏକାଠି ହେବେ ଶାହା, ନବୀନ, ମମତା ଓ ନୀତିଶ । ଅମିତ ଶାହାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସ ଆସିବେ। ଅତିଥିଙ୍କ ପାଇଁ ରହିଛି ଖାସ୍‌ ମେନୁ ।

 

ନବୀନ ନିବାସରେ ସୁଦ୍ଧ ଓଡ଼ିଆ ଭୋଜନ ଗ୍ରହଣ କରିବେ ଶାହା । ଭୋଜନରେ ରହିଛି ବାଇଗଣ ଭଜା, ଓଡ଼ିଆ ଆଳୁ, ମଟର ମସଲା, ଗୁଚ୍ଛି ପନିର, ଡାଲି, ଟମାଟୋ ଚଟଣୀ, ପାମ୍ପଡ଼, ରୁଟି, ବୁନ୍ଦି ରାଇତା, ଭାତ ଓ ମାଛ ତରକାରୀ । ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଶୈଳୀରେ ତିଆରି ହୋଇଛି ମାଛ ତରକାରୀ । ଆଳୁ ମଟର ମସଲାରେ ମଧ୍ୟ ରହିଛି ଓଡ଼ିଆ ରନ୍ଧାର ବାସ୍ନା ।

 

ଓଡ଼ିଆ ଖାଦ୍ୟ ଖାଇସାରିବା ପରେ ମିଠାରେ ରହିଛି ଛେନାପୋଡ଼ ଓ ରସମଲାଇ ।

ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦିଆଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦିଆଯାଉ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ପୌର ପରିଷଦକୁ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ ସଂଗ୍ରହରେ ରିହାତି ପ୍ରଦାନ କରାଯାଉନଥିବା ଏବଂ ରେଳବାଇ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହୁଥିବା ପ୍ରସଙ୍ଗ ଉଠାଇଥିଲେ ନବୀନ  ।

ଟେଲି ଯୋଗଯୋଗ, ବ୍ୟାଙ୍କିଂ, ରେଳ ଓ ସଡ଼କ ପଥ ଘନତା ପ୍ରସଙ୍ଗରେ ନବୀନ କହିଥିଲେ ଯେ, ସାରା ଦେଶରେ ପୂର୍ବ ଭାରତ ସବୁଠାରୁ ନିମ୍ନସ୍ତରରେ ରହିଛି ।  ଏହି ସବୁ କ୍ଷେତ୍ର ପାଇଁ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା କଲେ ହିଁ ଜାତୀୟ ମାନଦଣ୍ଡ ସହ ସମତୁଲ ହୋଇପାରିବ । ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ୍ । ୨୦୧୨ରୁ କୋଇଲା ରୟାଲିଟିର ସଂଶୋଧନ ହୋଇନାହିଁ ଏହାର ସଂଶୋଧନ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ହୋଇପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାକୁ କ୍ଲିନ୍ ଏନର୍ଜି, ସେସ ପ୍ରଦାନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଦେଶର ସର୍ବାଧିକ ଅନସୁଚିତ ଜାତି, ଜନଜାତି ଅଞ୍ଚଳ ରହିଛି । ତେଣୁ ହୋ, ଭୂମିଜ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ନବୀନ ଦାବି କରିଛନ୍ତି ।

ଜଗନ୍ନାଥଙ୍କ ଭୂମିରେ ପୂର୍ବାଞ୍ଚଳ ପରିଷଦ ବୈଠକ ପାଇଁ ସୁଯୋଗ ମିଳିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । କେନ୍ଦ୍ର-ରାଜ୍ୟ ଓ ଅନ୍ତଃରାଜ୍ୟ ସମନ୍ୱୟ ପ୍ରସଙ୍ଗରେ ସେ କହିଥିଲେ ଯେ , ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରରେ ଏହି ସମନ୍ୱୟ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ଆବେଗପୂର୍ଣ୍ଣ ସମନ୍ୱୟ ଦୃଢୀଭୂତ ହେବ ।

ଟ୍ୟାକ୍ସ ପଇଠରେ ଅବହେଳା କଲେ ଏବେ ଆକ୍ସନ ନେବ ବିଏମସି

0

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମସି । ୫୧ ନମ୍ବର ୱାର୍ଡ ଅଫିସର ଇଶ୍ୱର ସ୍ୱାଇଁ ନିଲମ୍ବିତ । ରାଜସ୍ୱ ଆଦାୟରେ ବ୍ୟାପକ ଅନିୟମିତତା ଅଭିଯୋଗରେ ନିଲମ୍ବନ କଲେ ବିଏମସି କର୍ତ୍ତୃପକ୍ଷ । ହୋଟେଲ, ଘରୋଇ ସ୍କୁଲ, କଲେଜ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଟ୍ୟାକ୍ସ ପଇଠ କରିବାରେ ଅବହେଳା କଲେ ସୋମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବିଏମସି ।

Image result for bhubaneswar municipal corporation

କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଜୋନାଲ ଡେପୁଟି କମିଶନର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାର ପାଣି ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ । ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକୋଭରି ଆକ୍‌ଟ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପୋଲିସ ଖୋଜୁଛି ଦିଲ୍ଲୀ ହିଂସାକାଣ୍ଡ ପଛର ରାଜ୍

0

ଦିଲ୍ଲୀ: ଦିଲ୍ଲୀରେ କୁହୁଳୁଛି ପାଉଁଶ ତଳର ନିଆଁ । ଲାଗିରହିଛି ଚାପା ଉତ୍ତେଜନା ଓ ଭୟ । ସେପଟେ କେମିତି ହେଲା ହିଂସାକାଣ୍ଡ ? ଅଘଟଣ ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର ? ଦିଲ୍ଲୀ ପୋଲିସ ଅପରାଧ ଶାଖାର ଏସଆଇଟି ଗତକାଲି ରାତିରୁ ଆରମ୍ଭ କରିଛି ଯାଞ୍ଚ । ୭ ଦିନ ମଧ୍ୟରେ ପୋଲିସକୁ ହିଂସା ସଂପର୍କିତ ଫଟୋ, ଭିଡିଓ ଫୁଟେଜ୍‌ କିମ୍ବା ଅନ୍ୟ ପ୍ରମାଣ ପୋଲିସକୁ ଦେବା ପାଇଁ କୁହାଯାଇଛି । ସେପଟେ ହିଂସା ଘଟଣାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ୪୮ ଏଫଆଇଆର ଜାରି କରିଥିବା ବେଳ ୧୩୦ଜଣଙ୍କୁ ଗିରଫ କରିଛି ।

Image result for Police are searching for the culprit behind the Delhi violence

ସେହିପରି ୪ଶହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଧାରରେ ଗିରଫଦାରୀ କରାଯାଉଛି । ହିଂସା ପ୍ରଭାବିତ ଅଞ୍ଚଳରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଏଥିସହ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମ।ଇବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ କରାଯାଉଛି ।

Image result for Police are searching for the culprit behind the Delhi violence

ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆପ୍‌ ନେତା ତାହିର ହୁସେନ୍‌ ଓ ତାଙ୍କ ସହଯୋଗୀଙ୍କ ନାଁରେ ଏଫଆଇଆର ହୋଇଛି । ତାହିରଙ୍କ ଘର ଓ ଫ୍ୟାକ୍‌ଟ୍ରି ସିଲ୍‌ ହୋଇଛି । ତାହିରଙ୍କୁ ଅଟକ ରଖି ପଚରାଉଚରା କରୁଛି ଦିଲ୍ଲୀ ପୋଲିସ । ସେପଟେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ଆମ୍‌ ଆଦମି ପାର୍ଟି ।