କଣ୍ଟେନମେଣ୍ଟ ଜୋନ୍ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର…

1 min read

ଭୁବନେଶ୍ୱର: କେଉଁଠି କୋହଳ ତ କେଉଁଠି କଟକଣା ଜାରି ରହିଛି । ଗତ ୩-୪ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବାଲେଶ୍ୱର ଓ ଭଦ୍ରକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ପ୍ରଶାସନ ୨ଟି ଜିଲ୍ଲାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।ତେବେ ରାଜଧାନୀ ଭୁବନେଶ୍ୱର କିନ୍ତୁ କଣ୍ଟେନମେଣ୍ଟ ଜୋନ୍ ମୁକ୍ତ ହୋଇଛି । ସତ୍ୟନଗର, ବମିଖାଲ ଓ ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ୍ ହଟିଲା । ନୂଆ ପଜିଟିଭ କେସ୍‌ ନଆସିବାରୁ ୩ଟି ଯାକ ଅଞ୍ଚଳରୁ କଣ୍ଟେନମେଣ୍ଟ ହଟାଯାଇଛି । ହେଲେ ଆସନ୍ତା ୭ ଦିନ ଯାଏ ଜାରି ରହିବ ଆକ୍ଟି ସର୍ଭିଲେନ୍ସ ।

ପୂର୍ବରୁ ଯଦୁପୁର ଏବଂ ସୁନ୍ଦରପଦା ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ହଟାଯାଇଥିଲା । ପ୍ରେସ୍‌ବିଜ୍ଞପ୍ତିରେ ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି । ଗତ ଏପ୍ରିଲ ୧ ତାରିଖରେ ସୂର୍ଯ୍ୟନଗରରୁ ଚିହ୍ନଟ ପ୍ରଦୀପ୍ତ ଦଳବେହେରାଙ୍କ ଟ୍ରାଭେଲ ହିଷ୍ଟ୍ରି ନମିଳିବାରୁ, ୨ ତାରିଖରେ ଅଞ୍ଚଳକୁ ବିଏମସି ସିଲ କରିଥିଲା । ୧୪ ତାରିଖରେ କଣ୍ଟେନମେଣ୍ଟ ଜୋନରୁ କିଛି ଅଞ୍ଚଳକୁ ବାଦ ଦେଇ ପୁନଃ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ତେବେ ସୂର୍ଯ୍ୟନଗର ପଜିଟିଭଙ୍କ ଲିଙ୍କ ରେ ମୋଟ ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଏପ୍ରିଲ ୩ ତାରିଖରେ ବମିଖାଲ ଏବଂ ୭ ଏପ୍ରିଲରେ ସତ୍ୟନଗରକୁ ସିଲ କରାଯାଇଥିଲା ।

Leave a Reply