୧୦୪କୁ କଲ୍ କରି କରୁଛନ୍ତି ପ୍ରେମ ନିବେଦନ, ୩୮ ଜଣଙ୍କ ନାଁରେ ମାମଲା

1 min read

ଭୁବନେଶ୍ୱର: ୧୦୪ କୋଭିଡ-19 ହେଲ୍ପଲାଇନ କଲ୍‌ ସେଣ୍ଟରକୁ ଫେକ୍‌ କଲ ନେଇ ୩୮ ଜଣଙ୍କ ବିରୋଧରେ ଭୁବନେଶ୍ୱର ସହିଦନଗର ଥାନାରେ ଏତଲା ଦିଆଯାଇଛି । ଜୁରୁରୀକାଳୀନ ସେବାରେ ବାଧା ଓ ଫେକ୍‌ କଲ ନେଇ ଥାନାରେ ଅଭିଯୋଗ କରିଛି ଜିଗିତ୍ସା ହେଲଥ କେୟାର ସଂସ୍ଥା ।

ବିନା କାରଣରେ ୧୦୪ ନମ୍ବରକୁ କଲ୍‌ କରି କଲ୍‌ ସେଣ୍ଟର କର୍ମଚାରୀଙ୍କୁ କିଛି ଅସାମାଜିକ ବ୍ୟକ୍ତି ହଇରାଣ କରୁଛନ୍ତି । ବିଭିନ୍ନ ସମୟରେ କୋଭିଡ -19 ହେଲ୍ପଲାଇନ୍‌କୁ କଲ କରି ମହିଳା କର୍ମଚାରୀଙ୍କୁ ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଛି ।

ସେହିପରି ଡାଲି ଛୁଙ୍କ ଦେଲାବେଳେ ଛିଙ୍କ ହେଇଗଲା, କଣ କରିବି ଭଳି ଅଯଥା ପ୍ରଶ୍ନ କରି ଲାଇନ୍‌ ବିଜି ରଖୁଛନ୍ତି । ଫଳରେ ଅସଲ ଲୋକ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଏଭଳି କଲ ଆସିବାରୁ ସଂପୃକ୍ତ ପରିଚାଳନା ସଂସ୍ଥା ସହିଦନଗର ଥାନାରେ ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି ।

ଏବେ ୩୮ ଜଣ କେବେ ଧରା ପଡୁଛନ୍ତି ତାହା ଦେଖିବାକୁ ବାକି ରହିଲା । କାରଣ କରୋନା ଭଳି ବିଶ୍ୱ ମହାମାରୀ କାଳରେ ସରକାରଙ୍କ ଲୋକଙ୍କ ସୁରକ୍ଷା ପାଇଁ କରିଥିବା କଲ ସେଣ୍ଟରଙ୍କୁ ଏଭଳି କଲ କରି ହଇରାଣ କରିବା ନିଶ୍ଚିତ ଭାବେ ଦଣ୍ଡନୀୟ ଅପରାଧ ।

 

Leave a Reply