ମଣିଷ ପରେ ପଶୁଙ୍କୁ କୋଭିଡ-୧୯ : ଆମେରିକାରେ ବିଲେଇକୁ କରୋନା

1 min read

ନ୍ୟୁୟର୍କ: ଚୀନର ଉହାନରୁ ବାହାରିଥିବା  କରୋନା ଭାଇରସ ଏବେ ସାରା ବିଶ୍ୱରେ ନିଜର କାୟା ମେଲାଇ ଚାଲିଛି । ଏପର୍ଯ୍ୟନ୍ତ କୋରନାରେ ମଣିଷ ମାନେ ସଂକ୍ରମିତ ହେଉଥିବା ବେଳେ ଏବେ ପଶୁ ମାନଙ୍କ ପାଖରେ ଏହି ଭାଇରସ ଦେଖାଦେବାକୁ ଲାଗିଛି । ପୂର୍ବରୁ ନ୍ୟୁୟର୍କରେ ଏକ ବାଘୁଣୀ କରୋନା ପଜିଟିଭ ହୋଇଥିବା ବେଳେ ଏବେ ଦୁଇଟି ଗୃହପାଳିତ ବିଲେଇଙ୍କ ପାଖରେ କୋରନା ଭାଇରସ ଥିବା ସୂଚନା ମିଳଛି ।

ଏହି ମାମଲା ଆମେରିକାର ନ୍ୟୁୟର୍କରେ ଦେଖିବାକୁ ମିଳିଛି । ଆମେରିକା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ଗୃହପାଳିତ ପଶୁଙ୍କ ପାଖରେ କରୋନା ଭାଇରସ ଦେଖାଦେବାର ଏହା ପ୍ରଥମ ମାମଲା ।

ସୂଚନା ମୁତାବକ, ଦୁଇ ବିଲେଇ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତୁରନ୍ତ ସେମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଛି । ଯେଉଁ ଘରେ ଦୁଇ ବିଲେଇ ରହୁଥିଲେ ସେହି ଘର ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇନଥିବା ଜଣାପଡ଼ିଛି । ତେଣୁ ବିଲେଇ ଦୁଇଟି ବାହାରୁ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ତେବେ ବିଲେଇ ଦୁଇଟି ପାଇଁ ଘର ଲୋକ ସହ ପଡୋଶୀ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ସେଠାରେ ପଶୁମାନଙ୍କର ନିୟମିତ ପରୀକ୍ଷଣର ସୁପାରିଶ କରାଯାଇ ନାହିଁ  ।

ଏହି ପୁରା ମାମଲାରେ ଆମେରିକାର ସେଣ୍ଟର ଅଫ୍ ଡିସିଜ୍ କଣ୍ଟ୍ରୋଲ ଏଣ୍ଡ୍ ପ୍ରିଭେନସନ (CDC)  ଦ୍ୱାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ବିସ୍ତୃତ ଭାବରେ ସୂଚନା ଦିଆଯାଇଛି । ସିଡିସି ବିଜ୍ଞପ୍ତି ମୁତାବକ ଦୁଇ ବିଲେଇଙ୍କୁ ନ୍ୟୁୟର୍କ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଛି ।

କରୋନା କାଳ: ଆମେରିକାରେ ପ୍ରଥମଥର ପାଇଁ ବାଘୁଣୀ ଦେହରେ ଭାଇରସ୍ ! ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

Leave a Reply