ଗର୍ଭବତୀକୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଘେରିଗଲେ ସିଂହ ପଲ… ତା’ ପରେ କ’ ଣ ହେଲା ଜାଣନ୍ତୁ
ରାଜକୋଟ: ଗୁଜରାଟ ରାଜକୋଟରେ ଅନ୍ଧାରର ରାଜୁତି । ରାତି ପ୍ରାୟ ୧୦ଟା ୩୦। ଯନ୍ତ୍ରଣାରେ ଛଟପଟ ଆସନ୍ନ ପ୍ରସବାଙ୍କୁ ନେଇ ହସପିଟାଲ୍ ଅଭିମୁଖେ ବାହାରିଛି ୧୦୮ ଆମ୍ବୁଲାନ୍ସ । ଶୁନଶାନ୍ ରାସ୍ତାରେ କେବଳ ଶୁଭୁଥାଏ ଆମ୍ବୁଲାନ୍ସର ସାଇରନ୍। ମଝିରେ ମଝିରେ ଜଙ୍ଗଲିଆ ରାସ୍ତାକୁ ନିଦରୁ ଉଠାଇ ଦେଉଥାଏ ଗର୍ଭବତୀର ଯନ୍ତ୍ରଣା ।

ଘର ଠାରୁ ପ୍ରାୟ ୧୨ କିଲୋମିଟର ଯିବା ପରେ ହଠାତ୍ ଆମ୍ବୁଲାନ୍ସକୁ ଘେରିଗଲେ ସିଂହ । ଗୋଟିଏ କି ଦୁଇଟି ନୁହେଁ ବାର ବାରଟି ସିଂହ ଘେରିଗଲେ ଗାଡ଼ିକୁ । ଭୟ ଓ ଆତଙ୍କ ଅଟକାଇ ଦେଲା ପ୍ରସବାର ଯାତ୍ରାକୁ । କାଚ ଝରକା ସେପଟେ ମୃତ୍ୟୁ, ଏପଟେ ନୂଆ ଜୀବନ ଅପେକ୍ଷାରେ ଶିଶୁ। ଆତଙ୍କର କିଛି ମୁହୁର୍ତ୍ତକୁ ଅତିକ୍ରମ କରି ଆମ୍ବୁଲାନ୍ସ ଭିତରେ ଜନ୍ମ ନେଇଥିଲା ଶିଶୁ କନ୍ୟା। ଭୟ ନୁହେଁ ଝିଅକୁ ଜନ୍ମ ଦେଇ ଯନ୍ତ୍ରଣାରେ ଛଟପଟ ମାଆ ଅଚେତ ହୋଇ ପଡିଥିଲା। କୁନିଝିଅର କୁଆଁ କୁଆଁ କାନ୍ଦରେ ଯେମିତି ହିଂସ୍ର ସିଂହପଲର ହୃଦୟ ବି ତରଳି ଯାଇଥିଲା।

କିଛି ସମୟ ପରେ ରାସ୍ତା ଛାଡ଼ି ଜଙ୍ଗଲ ମୁହାଁ ହୋଇଥିଲେ ସିଂହ। ଆଶାକର୍ମୀଙ୍କ ମନରେ ସୃଷ୍ଟି ହୋଇଥିବା ଆତଙ୍କ, ଆଶାର ରୂପ ନେଇଥିଲା। ନୀରବି ଯାଇଥିବା ନର୍ସ ଯେମିତି ନିର୍ଭିକ ହୋଇ ଯାଇଥିଲେ। ଆଉ ଡରରେ ଜଡ଼ସଡ଼ ଡ୍ରାଇଭର୍ ଏଥର ଗାଡ଼ି ଷ୍ଟାର୍ଟ କରିଥିଲେ। ଆଉ ଅଚେତ୍ ମାଆର ହୋସ୍ ଆସିବା ବେଳକୁ ସିଂହ ସହ ବିତିଥିବା ମୁହୁର୍ତ ଯେମିତି ଏକ ଦୁଃସ୍ୱପ୍ନ ପାଲଟି ଯାଇଥିଲା।

‘ଅମ୍ଫାନ୍’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ୍’ ପ୍ରଭାବ କ୍ଷୟକ୍ଷତି ଆକଳନ ପରେ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଅଗ୍ରୀମ ୫୦୦ କୋଟି ଟଙ୍କା ରାଜ୍ୟକୁ ଦେବେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ପରେ ରାଜ୍ୟ କେନ୍ଦ୍ରକୁ ରିପୋର୍ଟ ଦେବ । କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ପରଖିବା ପରେ ଆବଶ୍ୟକ ଅର୍ଥ ଦିଆଯିବ ।
ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିଥିଲେ । ପ୍ରଭାବିତ ୪ ଜିଲ୍ଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱରକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ ।
ଫେରିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ଭି.କେ ପାଣ୍ଡିଆନ୍ ଓ ଅନ୍ୟ ଅଧିକାରୀଙ୍କ ସହ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ । ବାତ୍ୟା ‘ଅମ୍ଫାନ୍’ ଓଡ଼ିଶା ଦେଇ ଯିବାବେଳେ ଉପକୂଳ ଜିଲ୍ଲାରେ କ୍ଷୟକ୍ଷତି ଘଟାଇଛି । ଏଥିଯୋଗୁଁ ଘର ଭାଙ୍ଗିଥିବାବେଳେ ଚାଷ ସହ ବିଦ୍ୟୁତ୍ ସରଞ୍ଜାମ ନଷ୍ଟ ହୋଇଛି । ତେବେ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସୁପରିଚାଳନା ଯୋଗୁଁ ଓଡ଼ିଶା ଜୀବନହାନିକୁ ରୋକିପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ସକାଳେ ପ୍ରଧାନମନ୍ତ୍ରୀ ପ୍ରଥମେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ । ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଟଙ୍କା ଘୋଷଣା କରିଥିଲେ । ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କହିଥିଲେ, ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ପିଏମ୍ ମୋଦି ମାତ୍ର ହଜାରେ କୋଟି ଘୋଷଣା କରିବା ନୈରାଶ୍ୟଜନକ । ମମତାଙ୍କ ଏ ମନ୍ତବ୍ୟ ରାଜନୈତିକ ଗୁଞ୍ଜରଣ ସୃଷ୍ଟି କରିଥିବା ବେଳେ ମୋଦି, ନବୀନଙ୍କୁ ବାତ୍ୟା ମୁକାବିଲା ନେଇ ପ୍ରଶଂସା କରିବା ଦିଦିଙ୍କୁ ଆଉ ଟିକେ ରଗାଇବ ନିଶ୍ଚୟ ।
ପୁଣି କ୍ଷମା ମାଗିଲେ କପିଲ୍, ଟ୍ୱିଟରରେ ଲେଖିଲେ ଲମ୍ବା ପୋଷ୍ଟ…
ନୂଆଦିଲ୍ଲୀ: ପୁଣି କ୍ଷମା ମାଗିଲେ କମେଡି କିଙ୍ଗ୍ କପିଲ୍ ଶର୍ମା । ନିଜ କମେଡି ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କପିଲ୍ ପୁଣି ବିବାଦରେ ଫଶିଛନ୍ତି ଓ ସବୁଥର ଭଳି କ୍ଷମା ପ୍ରାର୍ଥନା କରିଛନ୍ତି । କମେଡି କିଙ୍ଗ୍ କପିଲ୍ ଶର୍ମା ନିଜର ମଜାକ୍ କାରଣରୁ ପୂର୍ବରୁ ଅନେକ ଥର ବିବାଦ ମଧ୍ୟକୁ ଆସି କ୍ଷମା ମାଗିଥିବା ନଜିର ରହିଛି । ତେବେ ଏଥର ସେ ଚିତ୍ରଗୁପ୍ତଙ୍କୁ ଉପହାସ କରି କ୍ଷମା ମାଗିଛନ୍ତି ।
प्यारे कायस्थ समाज के लिए 🙏 @kayasthasabha @SubodhKantSahai pic.twitter.com/sord7gTxba
— Kapil Sharma (@KapilSharmaK9) May 21, 2020
ଗତ ୨୮ ମାର୍ଚ୍ଚରେ ପ୍ରସାରିତ ହୋଇଥିବା କପିଲ ଶର୍ମା ଶୋ’ର ଏକ ଏପିସୋଡ୍ରେ କପିଲ୍ କରଣ ସମାଜର ଭଗବାନ ଚିତ୍ରଗୁପ୍ତଙ୍କୁ ନେଇ ଉପହାସ କରିଥିଲେ । ଯାହା ତାଙ୍କ ପାଇଁ ବିବାଦ ଆଣିଥିଲା । କପିଲ୍ଙ୍କ ଏହି ମଜାକ୍ କରଣ ସମାଜକୁ ବେଶ୍ ଆଘାତ ଦେଇଥିଲା । ତେଣୁ କପିଲ୍ ଏହି ମଜାକ୍ ପାଇଁ ବାଧ୍ୟ ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି ।

କରଣ ସମାଜର ଦେବତା ଚିତ୍ରଗୁପ୍ତଙ୍କୁ ନେଇ ମଜାକ୍ କରିଥିବାରୁ, ଉକ୍ତ ସମାଜର ଏଥିପ୍ରତି ଆପତ୍ତି ଉଠାଇଥିଲା । କରଣ ସମାଜ କପିଲ୍ଙ୍କ ଶୋ’କୁ ବଏକଟ୍ କରିବାକୁ ଧମକ ଦେଇଥିଲା । ଏହାସହ କପିଲଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ବିବାଦ ଅଧିକରୁ ଅଧିକ ଘନେଇବାରୁ କପିଲ ଶର୍ମା ବାଧ୍ୟ ହୋଇ ନିଜ ଟ୍ୱିଟର୍ରେ ଏକ ଲମ୍ବା ଚୌଡ଼ା ପୋଷ୍ଟ ଲେଖି କରଣ ସମାଜକୁ କ୍ଷମା ମାଗିଛନ୍ତି ।

କପିଲଙ୍କ କ୍ଷମା ପ୍ରାର୍ଥନା
କପିଲ ନିଜ ପୋଷ୍ଟରେ ଲଖିଛନ୍ତି ଯେ, ପ୍ରିୟ କରଣ ସମାଜ, ୨୮ ମାର୍ଚ୍ଚ ୨୦୨୦ ରେ ପ୍ରସାରିତ ହୋଇଥିବା କପିଲ ଶର୍ମା ଶୋ’ର ଏପିସୋଡ୍ରେ ଭଗବାନ ଚିତ୍ରଗୁପ୍ତଙ୍କ ଉପରେ ଥିବା ଟିପ୍ପଣୀ ଯଦି ଆପଣଙ୍କର ଭାବନାକୁ ଆଘାତ ଦେଇଛି, ତେବେ ମୁଁ ଏବଂ ମୋର ଟିମ୍ ତରଫରୁ ସମସ୍ତଙ୍କୁ କ୍ଷମା ମାଗୁଛି । କାହାକୁ ଅପମାନିତ କରିବାର ଆମର ଉଦେଶ୍ୟ ନଥିଲା । ଆପଣ ସମସ୍ତେ ଖୁସି ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ହସୁଥାନ୍ତୁ । ଏହା ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା । କପିଲ ଏହି ପୋଷ୍ଟରେ କରଣ ସମାଜ ଏବଂ ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁବୋଧ କାନ୍ତ ସହାୟଙ୍କୁ ଟ୍ୟାଗ୍ କରିଛନ୍ତି ।

ଲକ୍ଡାଉନ୍ ଯାେଗୁଁ ଏବେ କପିଲ୍ ଶର୍ମ ଶୋ’ର ସୁଟିଂ ବନ୍ଦ ରହିଛି । ଫଳରେ ଅଧିକାଂଶ ସମୟ କପିଲ ଏବେ ନିଜ ପତ୍ନୀ ଓ ଝିଅ ସହ ବିତାଉଛନ୍ତି । ତେବେ ଏହାରି ମଧ୍ୟରେ ସେ ନିଜ ଫ୍ୟାନ୍ ମାନଙ୍କ ସହ କଥା ହେବାକୁ ମଧ୍ୟ ଭୁଲି ନାହାନ୍ତି ଏବଂ ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି ।
କୂଅରୁ ୯ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
ତେଲେଙ୍ଗାନାର ୱାରଙ୍ଗାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ କୂଅରୁ ୯ ଜଣ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ପଞ୍ଚିମ ବଙ୍ଗ ଓ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ସେଥିରେ ଶିଶୁ ଏବଂ ମହିଳାଙ୍କ ମୃତଦେହ ମଧ୍ୟ ସମିଲ ରହିଛି ।

ପୋଲିସର କହିବାନୁଯାୟୀ, ୱାରଙ୍ଗାଲର ଏକ ଗାଁରେ ଏଭଳି ଘଟଣା ଘଟିଛି । ଖବର ପାଇ ପୋଲିସ ପ୍ରଥମେ ଜିସୁଗୋଣ୍ଡା ଡିଭିଜନର ଗୋର୍ଟେକୁଣ୍ଟା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ପହଞ୍ଚିଥିଲା । ପରେ ଉକ୍ତ କୂଅରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଶ୍ରମିକ ଏକ ଶୀତଳ ଭଣ୍ଡାରରେ କାମ କରୁଥିଲେ ।
ଘରକୁ ଯିବାକୁ ଚାହୁଁଥିଲେ କିନ୍ତୁ …
ମୃତ ଶ୍ରମିକମାନେ ଲକ୍ଡାଉନ୍ ଯୋଗୁଁ ନିଜ ଘରକୁ ଫେରିବାକୁ ଚାହୁଁଥିଲେ । କାରଣ ଲକ୍ଡାଉନ୍ ପରେ ସେମାନେ ନିଜର ଜୀବିକା ହରାଇଥିଲେ ଓ ନିଜର ଘରକୁ ଫେରିବାକୁ ଚାହୁଥିଲେ । ପରେ ସେମାନେ ନିଖୋଜ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ମଧ୍ୟ ରହିଛନ୍ତି ।
ମୋଦିଙ୍କ ଉପରେ ରାଗିଲେ ଦିଦି: କ୍ଷତି ୧ ଲକ୍ଷ କୋଟି, ମିଳିଲା ମାତ୍ର ହଜାରେ କୋଟି
ନୂଆଦିଲ୍ଲୀ: କେନ୍ଦ୍ର କରଛି ପକ୍ଷପାତିତା, କ୍ଷତି ଅନୁସାରେ ମିଳୁନି ସହାୟତା । ବାତ୍ୟା ‘ଅମ୍ଫାନ୍’ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଜି ଆକାଶ ମାର୍ଗରୁ ଏସବୁର ସର୍ବେକ୍ଷଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆର୍ଥିକ ପ୍ୟାକେଜକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାତ୍ସଲ୍ୟ କରିଛନ୍ତି । ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ମାତ୍ରା ଏକ ହଜାର କୋଟି ଟଙ୍କା ଦିଆଯାଉଥିବା ମମତା କହିଛନ୍ତି ।
He (PM) announced Rs 1000 Crore for the emergency fund but he didn't clarify whether it'll be advance or a package. He said he'll decide later on but he said it may be advance also. I said whatever you will give you decide, we'll give you details: West Bengal CM Mamata Banerjee pic.twitter.com/rZZw2qibMI
— ANI (@ANI) May 22, 2020
ପିଏମ୍ ମୋଦି ପଶ୍ଚିମବଙ୍ଗ ପାଇଁ ଏକ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । କିନ୍ତୁ, ପ୍ୟାକେଜ୍ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । ଏପରିକି ଏହି ଟଙ୍କା କେବେ ମିଳିବ ଏବଂ ଏହା ଅଗ୍ରୀମ ଅର୍ଥ ତାହା ମଧ୍ୟ ଜଣାନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ‘ଅମ୍ଫାନ୍’ ଯୋଗୁଁ ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଏମିତିକି କେନ୍ଦ୍ର ଉପରେ ୫୬ ହଜାର କୋଟି ଟଙ୍କା ରାଜ୍ୟର ବକେୟା ଥିବା କହିଛନ୍ତି ମମତା ।
ଆକାଶ ମାର୍ଗରୁ ସର୍ବେକ୍ଷଣ ପରେ ପିଏମ୍ ନରେନ୍ଦ୍ର ମୋଦି କହିଥିଲେ, ‘ବାତ୍ୟା ‘ଅମ୍ଫାନରୁ ମୁକୁଳିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଶିକରି ପ୍ରୟାସ କରିଛନ୍ତି । ତଥାପି ୮୦ ଲୋକଙ୍କ ପ୍ରାଣହାନୀ ହୋଇଛି । ଏଥିପାଇଁ ଆମେ ଦୁଃଖିତ, ମୃତକଙ୍କ ପରିବାର ସଦସ୍ୟ ପ୍ରତି ଆମର ସମବେଦନା ରହିଛି ।’

ଲୋକଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାମ କରୁଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର କଠିନ ସ୍ଥିତିର ସାମନା କରୁଛନ୍ତି । ଏଥିପାଇଁ ୧୦୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଏଥିସହ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି କହିଥିଲେ ।
ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ
ଘରୁ ବାହାରି ନାହାନ୍ତି… କାହା ଯୋଗାଯୋଗରେ ଆସି ନାହାନ୍ତି, କିନ୍ତୁ କରୋନା ସଂକ୍ରମିତ !
ଇନ୍ଦୋର: ମଧ୍ୟପ୍ରଦେଶରେ କରୋନାର ହଟସ୍ପଟ ହୋଇଥିବା ଇନ୍ଦୋର ସହରରେ ବର୍ତ୍ତମାନ ଏମିତି ରୋଗୀ ସାମ୍ନାକୁ ଆସୁଛନ୍ତି ଯେଉଁମାନେ ଆଦୌ ଘରୁ ବାହାରି ନାହାନ୍ତି । ସେମାନେ କାହା ସଂସ୍ପର୍ଶରେ ଆସି ନାହାନ୍ତି ଏବଂ କୁଆଡ଼େ ଯାଇନଥିବା ସୂଚନା ଦେଇଛନ୍ତି । ଏମିତି ରୋଗୀ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ । ଏଭଳି ରୋଗୀ ମାନେ କେଉଁ କାରଣରୁ କରୋନା କବଳରେ ଆସିଲେ, ଏହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏବେ ଚନ୍ତାର କାରଣ ପାଲଟିଛି ଯେ ଯେଉଁ ମାନେ ଘରୁ ବାହାରି ନାହାନ୍ତି ସେମାନେ କିଭଳି କରୋନା ସଂକ୍ରମିତ ହେଉଛନ୍ତି । ଇନ୍ଦୋରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତିତ ଅଛନ୍ତି ।

ଲକଡାଉନ ସତ୍ତ୍ୱେ ଏତେ ସଂଖ୍ୟକ ରୋଗୀ କାହିଁକି ସଂକ୍ରମିତ ହେଉଛନ୍ତି ତାହା ଇନ୍ଦୋରର ସ୍ୱାସ୍ଥ୍ୟ ଅଧିକାରୀମାନେ ବର୍ତ୍ତମାନ ଅନୁସନ୍ଧାନ କରୁଛନ୍ତି । ୫୦ ପ୍ରତିଶତ କ୍ଷେତ୍ରରେ, ରୋଗୀର କଣ୍ଟାକ୍ଟ ଟ୍ରେସିଂ କିମ୍ବା ଟ୍ରାଭେଲ ହିଷ୍ଟ୍ରି ଜଣା ନାହିଁ | ସହରର ସର୍ବାଧିକ ସଂକ୍ରମିତ ରୋଗୀଙ୍କୁ ଖଜରାଣା ଅଞ୍ଚଳରେ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ୧୭୮ ରୋଗୀ ଏଠାରୁ ଆସିଛନ୍ତି । ଯେତେବେଳେ ଏହି ରୋଗୀମାନଙ୍କୁ ପଚରାଉଚରା କରାଯାଇଥିଲା, ଦେଖାଗଲା ଯେ କିଛି ରୋଗୀ ସାଧାରଣ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ସଂକ୍ରମଣର ଶିକାର ହୋଇଥିଲେ। ଏଥି ସହିତ, କିଛି ଲୋକ ନିଶ୍ଚିତ ଭାବରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।
‘କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଏହା କାହାକୁ ବି ହୋଇପାରେ’
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏଭଳି ପରିସ୍ଥିତିରେ ପୋଲିସ, ଗଣମାଧ୍ୟମ ସ୍ଥାନୀୟ ନେତା ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଅନେକ ଗଣମାଧ୍ୟମ ପ୍ରତିନିଧି ନେତା ପୋଲିସ ଅଧିକାରୀ ଆଇସୋଲେସନ୍ରେ ରହି ସାରିଛନ୍ତି । ତେବେ ଆଜି ସେହିଭଳି ଜଣେ ଜାତୀୟ ସ୍ତରର ବରିଷ୍ଠ ନେତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ଆସଛି । ସେ ହେଉଛନ୍ତି କଂଗ୍ରେସ୍ର ବରିଷ୍ଠ ନେତା ସଞ୍ଜୟ ଝା । ସେ ନିଜ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏବେ ସେ ନିଜକୁ ହୋମ୍ ଆଇସୋଲେସନ୍ରେ ରଖିଛନ୍ତି । ତାଙ୍କର କୌଣସି ଲକ୍ଷଣ ନଥିବାରୁ ସେ ନିଜକୁ ୧୦-୧୨ ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନ୍ରେ ରଖିଛନ୍ତି ।
I have tested positive for Covid_19 . As I am asymptomatic I am in home quarantine for the next 10-12 days. Please don’t underestimate transmission risks, we are all vulnerable.
Do take care all.
— Sanjay Jha (@JhaSanjay) May 22, 2020
ସଞ୍ଜୟ ଝା ନିଜ ଟ୍ୱିଟ୍ରରେ ଲେଖିଛନ୍ତି ଯେ, କରୋନା ଭୂତାଣୁକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହା କାହାକୁ ବି ଆକ୍ରାନ୍ତ କରିପାରେ । ତେଣୁ ସମସ୍ତେ ନିଜ ନିଜର ଯତ୍ନ ନିଅନ୍ତୁ ।
ସଞ୍ଜୟଙ୍କ ଟ୍ୱିଟ୍ ପରେ ଲୋକମାନେ ଏହାକୁ ବାରମ୍ବାର ରି-ଟ୍ୱିଟ୍ କରିଛନ୍ତି । ସଞ୍ଜୟଙ୍କ ପାଇଁ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲେଖିଛନ୍ତି ଯେ, ‘ଆପଣ ନିଜର ଯତ୍ନ ନିଅନ୍ତୁ, ଖୁବ୍ ଶୀଘ୍ର ଆପଣ ସୁସ୍ଥ ହେବେ ବୋଲି ମୋର ଆଶା’ । ସେହିଭଳି ଆଉ ଜଣେ ବିଜେପି ନେତା ତେଜିନ୍ଦର ପାଲ ବାଗା ମଧ୍ୟ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

