ଜାଣନ୍ତୁ ୭୦ ରୁ ୮୨ ସଂକ୍ରମିତ ରୋଗୀ କେବେ କେଉଁଠିକୁ ଯାଇଥିଲେ…

ଭୁବନେଶ୍ୱର: ରାଜ୍ୟରେ ୭୦ ନମ୍ବରରୁ ୮୨ ନମ୍ବର ପର୍ଯ୍ୟନ୍ତ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାର ବାହାର କରିଛନ୍ତି । ୭୦ ନମ୍ବର ଆକ୍ରାନ୍ତ ହେଲେ ୫୦ ବର୍ଷର ବ୍ୟକ୍ତି । ସେ କୋଲକାତାରୁ ଫେରିଛନ୍ତି । ମାର୍ଚ୍ଚ ମାସ ୨୮ ତାରିଖରେ ସେ ଏକ ଭଡା ଗାଡିରେ ଯାଜପୁର ଆସିଥିଲେ । ଏପ୍ରିଲ ମାସ ୨୦ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ୭୧ ନମ୍ବର ରୋଗୀ ଜଣେ ୨୮ ବର୍ଷର ଯୁବକ । ସେ ମଧ୍ୟ କୋଲକାତାରୁ ଫେରିଛନ୍ତି । ମାର୍ଚ୍ଚ ମାସ ୨୯ ତାରିଖରେ ୧୧ ଜଣଙ୍କ ସହ ସେ ଯାଜପୁର ଫେରିଥିଲେ । ତାଙ୍କୁ ଜର ହେବାରୁ ୨୦ ତାରିଖରେ ସେ କରୋନା ଟେଷ୍ଟ କରାଇଥିଲେ ଓ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

୭୨ ନମ୍ବର ରୋଗୀ ହେଉଛନ୍ତି ବାସୁଦେବପୁର ଅଂଚଳର । ତାଙ୍କ ବୟସ ୬୪ ବର୍ଷ । ସେ ମାର୍ଚ୍ଚ ୨୯ ତାରିଖରେ କୋଲକାତାରୁ ଯାଜପୁର ହୋଇ ଘରକୁ ଯାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ୭୩ ନମ୍ବର ରୋଗୀ ମଧ୍ୟ ୫୮ ବର୍ଷର । କୋଲକାତାରୁ ଏକ ଭଡା ଗାଡିରେ ମାର୍ଚ୍ଚ ୨୯ ତାରିଖରେ ବାସୁଦେବପୁର ଫେରିଥିଲେ । ଏପ୍ରିଲ ୨୦ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ୭୪ ନମ୍ବର ରୋଗୀ କୋଲକାତାରୁ ଏକ ଭଡା ଗାଡିରେ ଯାଜପୁର ଫେରିଥିଲେ । ଏପ୍ରିଲ ୧୯ ପର୍ଯ୍ୟନ୍ତ ବିରଜାପୁରରେ ହୋମ କ୍ବାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୦ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ।

୭୫ ଓ ୭୬ ନମ୍ବର ରୋଗୀ ହେଉଛନ୍ତି ବାଲେଶ୍ୱରର ୩୪ ବର୍ଷର ମହିଳା ଓ ୩୮ ବର୍ଷର ପୁରୁଷ । ସେମାନେ ୬୧ ନମ୍ବର ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିସହ ୭୭ ଓ ୭୮ ନମ୍ବର ରୋଗୀ ହେଉଛନ୍ତି ଜଣେ ୧୨ ବର୍ଷର ବାଳକ, ଅନ୍ୟ ୨୬ ବର୍ଷର । ସେମାନେ ମଧ୍ୟ ୬୧ ନମ୍ବର ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ୭୯ ନମ୍ବର ରୋଗୀ ଜଣେ ୩୪ ବର୍ଷର ମହିଳା । ସେ ମଧ୍ୟ ବାଲେଶ୍ୱରର ୬୧ ନମ୍ବର ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ୮୦ ଓ ୮୧ ନମ୍ବର ରୋଗୀ ହେଉଛନ୍ତି ବାସୁଦେବପୁରର ୫୫ ବର୍ଷର ଓ ୩୫ ବର୍ଷ ବୟସର ବ୍ୟକ୍ତି । ସେମାନେ ଦୁହେଁ ୬୪ ନମ୍ବର ସଂକ୍ରମିତ ବ୍ୟକ୍ତିଙ୍କ ସହ କୋକକାତାରୁ ଫେରିଥିବାରୁ ସେ ସଂକ୍ରମିତ ହୋଇଥିଲେ । ୮୨ ନମ୍ବରର ବ୍ୟକ୍ତି ମଧ୍ୟ ବାସୁଦେବପୁର ଅଂଚଳର । ସେ ୬୪ ନମ୍ବର ସଂକ୍ରମିତ ବ୍ୟକ୍ତିଙ୍କ ସହ ସଂସ୍ପର୍ଶରେ ଆସିଥିଲେ ।

Leave a Reply